www.samajalive.in
Saturday, December 13, 2025
23.1 C
Bhubaneswar

ଆଷାଢରେ ବୈଶାଖର ଖରା, ଚାଷ ଜମି ଫାଟି ଆଁ

ବୌଦ୍ଧ : ବୌଦ୍ଧ ଏକ କୃଷି ପ୍ରଧାନ ଜିଲା। ଜିଲାର ୯୦ ପ୍ରତିଶତ ଲୋକ ଚାଷ ଉପରେ ନିର୍ଭର କରି ଚଳିଥାନ୍ତି। ତାହା ପୁଣି ଧାନ ଚାଷ। ବର୍ତ୍ତମାନ ଜିଲାରେ ବର୍ଷା ନ ଥିବାରୁ ଚାଷ ଜମି ଗୁଡିକ ଫାଟି ଆଁ ହେବା ସହ କାଁଭାଁ ପଡିଥିବା ତଳି ଗୁଡିକ ମରିବାକୁବସିଲାଣି। ଏ ବର୍ଷ ମୌସୁମୀ ସଠିକ ସମୟରେ ଆସିବା ନେଇ ପାଣିପାଗ ବିଭାଗ ଆକଳନ କରି ଆସୂୁଥିବାବେଳେ କିନ୍ତୁ ମୌସୁମି ବର୍ଷାର ଦେଖା ନାହିଁ। ଏପଟେ ଆଷାଢ ମାସ ସରିବାକୁ ବସିଥିବାେବେଳ ଜମିରେ ହଳ ବୁଲିପାରିନାହିଁ। ବର୍ଷା ଅଭାବରୁ ଚାଷ ଜମିଗୁଡିକ ଶୁଖିଲା ପଡିଛି। ଖାଲି ଚାଷ ଜମି ଫାଟି ଆଁ ଏହା ନୁହେଁ ଆଷାଢ ମାସରେ ବୈଶାଖର ଖରା ହେବା ସହ ପ୍ରବଳ ଗରମ ଓ ଗୁଳୁଗୁଳି ଲୋକଙ୍କୁ କଲବଲ କରିପକାଉଛି । ସ୍ୱଳ୍ପ ବର୍ଷାରେ କିଛି ଚାଷୀ କାଁଭାଁ ତଳି ପକାଇଥିବା ବେଳେ ସେଗୁଡିକ ବର୍ତ୍ତମାନ ଟାଣ ଖରା ଯୋଗୁଁ ପୋଡି ମରିବାକୁ ବସିଲାଣି। ଓଡିଆରେ ଏକ ଢଗ ଅଛି ଚାଷ ତରତର ବଣିଜ ମଠ। ତେଣୁ ଚାଷକୁ ଉପଯୁକ୍ତ ସମୟରେ କରାନଗଲେ ଚାଷ କରି କିଛି ଲାଭ ନାହିଁ। କାରଣ ଚାଷ ଯେଉଁ ସମୟରେ କରିବା କଥା ନ କଲେ ଭଲ ଅମଳ ହୋଇନଥାଏ ଏବଂ ଚାଷୀ କ୍ଷତିର ଶୀକାର ହୋଇଥାଏ। ଜିଲାରେ ୮୫୧୮୦ ହେକ୍ଟର ଚାଷ ଜମି ରହିଥିବା ସେଥିମଧ୍ୟରୁ ୫୯୪୩୯ ହେକ୍ଟର ଜମିରେ ଧାନ ଚାଷ କରାଯାଉଛି। କିନ୍ତୁ ଜିଲାରେ ସ୍ଥାୟି ଜଳସେଚନର ସୁବିଧା ନଥିବାରୁ ଚାଷୀ ପ୍ରତିବର୍ଷ ମରୁଡିର ଶୀକାର ହେଉଅଛି । ଜିଲାରେ ଚିରସ୍ରୋତା ମହାନଦୀ, ତେଲନଦୀ, ବାଘ ନଦୀ ଓ ସାଲୁଙ୍କୀ ନଦୀ ପ୍ରବାହିତ ହେଉଥିଲେ ସୁଧା ଚାଷୀ ଜମିକୁ ଜଳସେଚନର ସୁବିଧା ପାଇପାରୁନାହିଁ। ସରକାରୀ ସୁଚନା ମୁତାବକ ଜିଲାରେ ୭୨୪୬୭ ହେକ୍ଟର ଚାଷ ଜମିକୁ ଜଳ ସେଚନର ସୁବିଧା ଥିବା କୁହାଯାଉଥିବା ବେଳେ ଅଧିକାଂଶ ଚାଷ ଜମିକୁ ପାଣି ମାଡୁ ନଥିବା ଚାଷୀମାନେ ଅଭିଯୋଗ କରୁଛନ୍ତି।

 

- Advertisement -

ଜିଲାରେ ୪ ଗୋଟି ନଦୀ ପ୍ରବାହିତ ହେବା ସହ ପର୍ଯ୍ୟାପ୍ତ ପରିମାଣର ଜଳ ସଂପଦ ଭରି ରହିଥିଲେ ସୁଧା ଚାଷ ପାଇଁ ଜଳ ର ଅଭାବ ରହିଛି। ଫଳରେ ଚାଷ ପାଇଁ ଚାଷୀମାନଙ୍କୁ ବର୍ଷା ଜଳ ଉପରେ ନିର୍ଭର କରିବାକୁ ପଡୁଛି। ଜୁନମାସରେ ଜିଲାର ଚାଷୀ ବର୍ଷା ସ୍ୱାଭାବିକ ଭାବେ ହୋଇଥିଲେ ଚାଷ କାମ ଆରମ୍ଭ କରିଥାନ୍ତି। କିନ୍ତୁ ଜିଲାରେ ଜୁନ ମାସରେ ଅଧା ବର୍ଷା ହୋଇନଥିବା ଯୋଗୁଁ ଚାଷ କାମ ଆରମ୍ଭ ହୋଇନି। ଜୁନ ମାସରେ ଜିଲାରେ ୨୩୩.୮ମିଲିଲିଟର ବର୍ଷା ହେବା କଥା କିନ୍ତୁ ଚଳିତ ବର୍ଷ ଜୁନ ମାସରେ ମାତ୍ର ୧୨୪.୭୦ ମିଲିଲିଟର ବର୍ଷା ହୋଇଥିବା ସରକାରୀ ଭାବରେ ରେକର୍ଡ କରାଯାଇଛି। ବର୍ତମାନ ସୁଧା ଜୁଲାଇ ମାସରେ ଜିଲାରେ ୧୦୭.୬୦ ମିଲିମିଟର ବର୍ଷା ହୋଇଛି। ଫଳରେ ଚାଷ ପାଇଁ ଆବଶ୍ୟକ ଠାରୁ କମ ପରିମାଣର ବର୍ଷା ହୋଇଛି। ବର୍ଷା ନହେଲେ ଜିଲାର ଆଦୌ ଚାଷୀ ଚାଷ କାମ କରିପାରିବ ନାହିଁ। ଆଗକୁ ଯଦି ୪/୫ ଦିନରେ ଜିଲାରେ ବର୍ଷା ନହୁଏ ଜିଲାର ଜମି ଗୁଡିକ ପଡିଆ ରହିଯିବାର ଆଶଙ୍କା ଦେଖାଦେଇଛି। ଏଣୁ ରାଜ୍ୟ ସରକାର ଏହି କୃଷିପ୍ରଧାନ ଜିଲାର ଚାଷୀଙ୍କ ପାଇଁ ସ୍ଥାୟୀ ଜଳସେଚନର ବ୍ୟବସ୍ଥା ନକଲେ ଆଗକୁ ଅନେକ ଚାଷୀ ପରିବାର ହଳ ଲଙ୍ଗଳ ଛାଡି ଦାଦନ ହେବାକୁ ବାଧ୍ୟ ହେବେ ବୋଲି ପ୍ରକାଶ କରିଛନ୍ତି।

 

 

Hot this week

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

Related Articles

Popular Categories