ବୌଦ୍ଧ ଜିଲାରେ ପାଳନ ହେବ ବୁଦ୍ଧ ଜୟନ୍ତୀ

ବୌଦ୍ଧ: ବୁଦ୍ଧଙ୍କ ନାମରେ ନାମିତ ବୌଦ୍ଧ ଜିଲାରେ ପ୍ରତିବର୍ଷ ବୁଦ୍ଧ ଜୟନ୍ତୀ ପାଳନ କରାଯାଉଥିବା ବେଳେ ଗତ ୨ବର୍ଷ କୋଭିଡ କଟକଣା ଯୋଗୁଁ ସାଧାରଣ ଭାବେ ପାଳନ କରାଯାଇଥିଲା। ଗତବର୍ଷ ବୌଦ୍ଧ ଜିଲା ପ୍ରଶାସନର ଉଦ୍ୟମରେ ବୁଦ୍ଧ ଜୟନ୍ତୀ ଦିନକୁ କେବଳ ବୌଦ୍ଧ ଜିଲାରେ ସରକାରୀ ଛୁଟି ଘୋଷଣା କରାଯାଇଥିବା ବେଳେ ଚଳିତ ବର୍ଷ ରାଜ୍ୟ ସରକାରଙ୍କ ପକ୍ଷରୁ ବୁଦ୍ଧ ପୁର୍ଣ୍ଣିମାକୁ ସରକାରୀ ଛୁଟି ଘୋଷଣା କରାଯାଇଅଛି। ଚଳିତବର୍ଷ ବୁଦ୍ଧ ଜୟନ୍ତୀ କମିଟି ପକ୍ଷରୁ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ପାଳନ କରିବା ପାଇଁ ଅନୁରୋଧ କରିବାପରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକରେ ମହାସମାରୋହରେ ଏହି ଉତ୍ସବ ଜିଲାସାରା ପାଳନ କରିବା ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା।

ବୁଦ୍ଧଙ୍କ ନାମରେ ନାମିତ ହୋଇଥିବା ବୌଦ୍ଧ ଜିଲାର ବିଭିନ୍ନ ପଂଚାୟତ କାର୍ଯ୍ୟାଳୟ ପରିସରରେ ନିର୍ବାଚିତ ପ୍ରତିନିଧିମାନଙ୍କ ନେତୃତ୍ୱରେ ଚଳିତ ବର୍ଷ ପ୍ରତିମୂର୍ତି ଏବଂ ଆସନ୍ତା ବର୍ଷ ପଥରର ପ୍ରତିମୂର୍ତି ସ୍ଥାପନ କରିବା ପାଇଁ ଅନୁରୋଧ କରାଯାଇଥିଲା। ବୁଦ୍ଧ ଜୟନ୍ତୀ କମିଟି ତରଫରୁ ବିଭିନ୍ନ କାର୍ଯ୍ୟାଳୟର ମୁଖ୍ୟ ଦ୍ୱାରରେ ବୁଦ୍ଧଙ୍କ ପ୍ରତିମୂର୍ତି ସ୍ଥାପନା କରିବା ପାଇଁ ପ୍ରସ୍ତାବ ଆଗତ କରାଯାଥିଲା। ବୌଦ୍ଧଜିଲ୍ଲାର ପ୍ରବେଶ ଦ୍ୱାରର ଉଭୟ ପଟରେ ଆସନ୍ତା ବୁଦ୍ଧ ଜୟନ୍ତୀ ଦିନ ବୁଦ୍ଧ କିର୍ତୀରାଜୀ ଏବଂ ବୌଦ୍ଧଗଡ଼ ଏନ୍.ଏ.ସି. ଏବଂ ତିନି ବ୍ଲକର କାର୍ଯ୍ୟାଳୟ ପରିସରରେ ବୁଦ୍ଧଙ୍କ ପ୍ରତିମା ସ୍ଥାପନ କରିବା ପାଇଁ ଅଧ୍ୟକ୍ଷ/ଅଧ୍ୟକ୍ଷାମାନଙ୍କୁ ଅନୁରୋଧ କରାଯାଇଥିଲା।
ଆଜି ବୌଦ୍ଧଗଡ଼ ବିଜ୍ଞାପିତ ଅଂଚଳ ପରିଷଦ ପରିସରରେ ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ରଙ୍କ ଅଧ୍ୟକ୍ଷତାରେ ବୁଦ୍ଧ ଜୟନ୍ତୀ କମିଟିର ସଦସ୍ୟମାନଙ୍କ ସହିତ ଚୂଡାନ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ୧୬ ତାରିଖ ଦିନ ସକାଳେ ପ୍ରତ୍ୟେକ ବୌଦ୍ଧପୀଠରେ ପୂଜାର୍ଚ୍ଚନା କରିବା ସହିତ ସଂଧ୍ୟାରେ ବୌଦ୍ଧ ସହରର ରାମନାଥ ମନ୍ଦିର ପରିସରରୁ ଏକ ଶାନ୍ତି ଶୋଭାଯାତ୍ରା ବାହାରି ସହର ପରିକ୍ରମା କରି ବୁଦ୍ଧ ପାର୍କଠାରେ ଏକ ସାଧାରଣ ସଭା ଆୟୋଜନ କରିବା ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା। ପବିତ୍ର ବୁଦ୍ଧ ଜୟନ୍ତୀ ଦିନ ସଂଧ୍ୟାରେ ବୌଦ୍ଧଜିଲ୍ଲାର ବିଭିନ୍ନ ସ୍ଥାନରେ ଦୀପଦାନ କରିବାସହ ବିଶ୍ୱଶାନ୍ତି ଉଦ୍ଦେଶ୍ୟରେ ପ୍ରତ୍ୟେକ ପରିବାର ଘର ସମ୍ମୁଖରେ ଦୀପଦାନ କରିବାକୁ ଅନୁରୋଧ କରାଯାଇଛି। ଶ୍ୟାମସୁନ୍ଦରପୁର ଓ ପରଗଳପୁର ଠାରେ ରହିଥିବା ଐତିହାସିକ ବୌଦ୍ଧପୀଠ ପରିସରରେ ମହାସମାରୋହରେ ଉତ୍ସବ ପାଳନ କରିବା ପାଇଁ ବୈଠକରେ ଚୂଡାନ୍ତ ହୋଇଛି। ଏହି ବୈଠକରେ ଜିଲ୍ଲା ସଂସ୍କୃତି ଅଧିକାରୀ ଶୁକ୍ରୁ ସ୍ୱାଇଁ ଏବଂ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିୟାରସିଂହ ଉପସ୍ଥିତ ରହିଥିଲେ। ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପରିସରରେ ଅନୁଷ୍ଠିତ ଜିଲ୍ଲା ପରିଷଦ ସଭାରେ ସଦସ୍ୟ ବିଶ୍ୱଜିତ୍ ମିଶ୍ର ବୁଦ୍ଧ ଜୟନ୍ତୀ ପାଳନ କରିବା ପାଇଁ ପ୍ରସ୍ତାବ ଦେବାପରେ ସର୍ବସମ୍ମତି କ୍ରମେ ଗୃହିତ ହୋଇଥିଲା। ସଂଧ୍ୟାରେ ବୁଦ୍ଧ ଜୟନ୍ତୀ କମିଟି ପକ୍ଷରୁ ଅନୁଷ୍ଠିତ ବୈଠକରେ ମହାସମାରୋହରେ ପାଳନ କରିବା ପାଇଁ ଆଲୋଚନା କରାଯାଇଥିଲା। ବୈଠକରେ ଆବାହକ ଦେବାଶିଷ ପୁରୋହିତ, ସତ୍ୟନାରାୟଣ ହୋତା, ସୁଜ୍ଞାନ କୁମାର ପାତ୍ର, ଶଶାଙ୍କ ଶେଖର ମିଶ୍ର, କୃତିବାସ ପଲିଆ, ସମ୍ପଦ କୁମାର ଅଗ୍ରଓ୍ୟାଲା, ବାବୁଲା ମହାପାତ୍ର, ସୂର୍ଯ୍ୟେନ୍ଦ୍ର କୁମାର ଶତପଥି, ଅଧ୍ୟାପକ ଲଳିତ କୁମାର ମେହେର, ଜୟ ନାରାୟଣ ମହାନ୍ତି, ସମୀର କୁମାର ସାହୁ, ସ୍ୱାଧିନ ପରିଡ଼ା ପ୍ରମୁଖ ଅଂଶଗ୍ରହଣ କରିଥିଲେ।

Comments are closed.