www.samajalive.in
Saturday, December 6, 2025
15.1 C
Bhubaneswar

ହଟସ୍ପଟ ପାଲଟିଛି ଲକ୍ଷ୍ମୀ ପ୍ରସାଦ ପଞ୍ଚାୟତ, ପୁଣି ୧୦ ପଜିଟିଭ ଚିହ୍ନଟ

ବୌଦ୍ଧ : କରୋନା ପଜିଟିଭ ନେଇ ବୌଦ୍ଧ ବ୍ଲକ ଲକ୍ଷ୍ମୀପ୍ରସାଦ ପଞ୍ଚାୟତ ଜିଲାର ହଟସ୍ପଟ ଭାବରେ ଚିହ୍ନଟ ହୋଇଛି। ହରଭଙ୍ଗା ଓ ବୌଦ୍ଧ ବ୍ଲକର ବିଭିନ୍ନ ଗ୍ରାମରେ କରୋନା ପଜେଟିଭ ଚିହ୍ନଟ ହୋଇଥିଲେ ମଧ୍ୟ ପରବର୍ତ୍ତି ସମୟରେ ସେହି ଗ୍ରାମ ଗୁଡିକ ସଂକ୍ରମଣ ମୁକ୍ତ ହୋଇପାରିଛି। କିନ୍ତୁ ଲକ୍ଷ୍ମୀପ୍ରସାଦ ପଞ୍ଚାୟତର ଜଗତୀ ସଙ୍ଗରୋଧ କେନ୍ଦ୍ରରୁ ଜିଲାର ପ୍ରଥମ କରୋନା ପଜେଟିଭ ଚିହ୍ନଟ ହେବାପରେ ଏହି ପଞ୍ଚାୟତରେ ସଂକ୍ରମଣ ବୃଦ୍ଧି ପାଇଚାଲିଥିବା ସାଧାରଣରେ ଚିନ୍ତାର ବିଷୟ ପାଲଟିଛି। ଆଜି ନୂତନ ଭାବରେ ଲକ୍ଷ୍ମୀପ୍ରସାଦ ପଞ୍ଚାୟତର ନାରାୟଣନଗର ଗ୍ରାମରୁ ୧୦ ଜଣ ପଜିଟିଭ ଚିହ୍ନଟ ହୋଇଥିବା ଜଣାଯାଇଛି। ସୁବର୍ଣ୍ଣପୁର ଜିଲା ପଟାଭାଡି ଅଞ୍ଚଳରୁ ଆସି ନାରାୟଣନଗର ଗ୍ରାମରେ ରହିଥିବା ଜଣେ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନଙ୍କ ସ୍ୱାବ ନମୁନା ସଂଗ୍ରହ କରି ଆଣ୍ଟିଜେନ ପରୀକ୍ଷା ପରେ ସେମାନଙ୍କ ମଧ୍ୟରୁ ୧୦ ଜଣ ପଜେଟିଭ ଚିହ୍ନଟ ହୋଇଥିବା ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା.ତ୍ରିଲୋଚନ ପ୍ରଧାନ ସୂଚନା ଦେଇଛନ୍ତି। ସମସ୍ତ ପଜେଟିଭ ଚିହ୍ନଟଙ୍କୁ କୋଭିଡ କେୟାର ସେଣ୍ଟରକୁ ସ୍ଥାନାନ୍ତରିତ କରାଯାଇଛି। ତେବେ ମିଳିଥିବା ସୂଚନା ମୁତାବକ ଏପର୍ଯ୍ୟନ୍ତ ଜିଲାରେ ୪୯୬୦ ଜଣଙ୍କ ସ୍ୱାବ ନମୁନା ସଂଗ୍ରହ କରାଯାଇଥିବାବେଳେ ସେମାନଙ୍କ ମଧ୍ୟରୁ ୨୨୦ ଜଣ ପଜେଟିଭ ଚିହ୍ନଟ ହୋଇଛନ୍ତି । ଚିକିତ୍ସା ପରେ ୧୪୬ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ଜଣାପଡିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories