ବୌଦ୍ଧ: ବୌଦ୍ଧଜିଲା ହରଭଙ୍ଗା ବ୍ଲକ ବାମଣ୍ଡା ଗ୍ରାମରେ ପୂଜା ପାଉଥିବା ମା’ ମାହେଶ୍ୱରୀଙ୍କ ମନ୍ଦିରରେ ଷୋହଳ ପୂଜା ପାଇଁ ଏକ ପ୍ରସ୍ତୁତି ବୈଠକ ସଭାପତି ଗରୁଡଧ୍ୱଜ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଡୁମ୍ବାଳ ସମାଜର ଇଷ୍ଟଦେବୀ ଭାବରେ ପୂଜା ପାଉଥିବା ମା’ ମାହେଶ୍ୱରୀଙ୍କ ଷୋହଳ ପୂଜା ଚଳିତବର୍ଷ ଆଡମ୍ବର ସହକାରେ ଓ ଶୃଙ୍ଖଳାର ସହିତ ପାଳନ କରାଯିବାକୁ ବୈଠକରେ ନିଷ୍ପତି ଗ୍ରହଣ କରାଯାଇଥିଲା। ଏହି ପ୍ରସ୍ତୁତି ବୈଠକରେ ବୌଦ୍ଧ ସହର ସମେତ ୧୯ ଖଣ୍ଡ ଗ୍ରାମର ଗ୍ରାମ୍ୟ କମିଟି ସଭାପତି ଓ ସମ୍ପାଦକମାନେ ଯୋଗ ଦେଇଥିଲେ।। ପ୍ରତ୍ୟେକ ଡୁମ୍ବାଳ ପରିବାରୁ କିଛି ଆର୍ଥିକ ସହଯୋଗ ଯୋଗାଇ ଦେବା ସହିତ ଷୋହଳ ପୂଜାରେ ପ୍ରତ୍ୟେକ ପରିବାରରୁ ଜଣେ ଲେଖାଏଁ ସଦସ୍ୟ ସାମିଲ ହୋଇ ସେବା ଯୋଗାଇ ଦେବାକୁ ନିଷ୍ପତି ଗ୍ରହଣ କରାଯାଇଥିଲା। ପ୍ରସ୍ତୁତି ବୈଠକକୁ ବାମଣ୍ଡା କେନ୍ଦ୍ର ସମ୍ପାଦକ କୈଳାଶ ବିଶି ପରିଚାଳନା କରିଥିଲେ।
Popular Categories



