www.samajalive.in
Thursday, December 11, 2025
18.1 C
Bhubaneswar

ଟ୍ରକରୁ ମାର୍ବଲ ଓହ୍ଲାଇବା ବେଳେ ଚାପି ହୋଇ ଦୁଇ ଶ୍ରମିକ ମୃତ

ବୌଦ୍ଧ: ବୌଦ୍ଧରେ ଟ୍ରକରୁ ମାର୍ବଲ ଓହ୍ଲାଇବା ବେଳେ ଦୁଇଜଣ ଶ୍ରମିକଙ୍କ ଦୁଃଖଦ ମୃତ୍ୟୁ ହୋଇଛି। ସୂଚନା ମୁତାବକ ଶୁକ୍ରବାର ସକାଳ ପ୍ରାୟ ୯ ଘଣ୍ଟା ସମୟରେ ବ୍ୟବସାୟୀ ଶମ୍ବୁ ପ୍ରସାଦ ଅଗ୍ରୱାଲାଙ୍କ ଘର ନିର୍ମାଣ ପାଇଁ ଆସିଥିବା ମାର୍ବଲକୁ ଟ୍ରକରୁ ଓହ୍ଳାଉଥିବାବେଳେ ବୌଦ୍ଧ ବାପୁଜିନଗର ର ପଂଚାନନ ନାଏକ ଓ ଅନଗୁଳ ଜିଲା ଆଠମଲ୍ଲିକ ମହେନ୍ଦ୍ରପୁର ଗ୍ରାମର ବିଶ୍ୱାମିତ୍ର ଦେହୁରୀ ମାର୍ବଲରେ ଚାପି ହୋଇ ଘଟଣାସ୍ଥଳରେ ହିଁ ଉଭୟଙ୍କ ମୃତ୍ୟୁ ହୋଇଯାଇଥିଲା। ବୌଦ୍ଧ ପୋଲିସ,ଅଗ୍ନିଶମ କର୍ମଚାରୀ ଓ ସ୍ୱେଛାସେବୀମାନେ ଦୀର୍ଘ ୩ ଘଣ୍ଟା କାଳ ଉଦ୍ୟମ କରିଥିଲେ ମଧ୍ୟ ଟ୍ରକ ଭିତରେ ମାର୍ବଲ ମଝିରେ ଚାପି ହୋଇଥିବା ଦୁଇ ଶ୍ରମିକଙ୍କ ଶବକୁ ଉଦ୍ଧାର କରିପାରିନଥିଲେ। ଶେଷରେ ଜେସିପି ସାହାଯ୍ୟରେ ଟ୍ରକର ଡାଲା ଭାଙ୍ଗି ମାର୍ବଲ କଢାଯିବା ପରେ ଶବକୁ ଉଦ୍ଧାର କରାଯାଇଥିଲା।

ଉଭୟ ଶବକୁ ବ୍ୟବଛେଦ ପାଇଁ ପୋଲିସ ସ୍ଥାନାନ୍ତର କରୁଥିବା ସମୟରେ ବାପୁଜୀନଗର ବାସୀନ୍ଦାମାନେ ଉତ୍ୟକ୍ତ ହୋଇ ମୃତ ଶ୍ରମିକଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଦାବିରେ ଶବ ଅଟକ ରଖି ଜାତୀୟ ରାଜପଥ ଅବରୋଧ କରିଥିଲେ। ପୋଲିସ ପକ୍ଷରୁ ଆନ୍ଦୋଳନକାରୀଙ୍କୁ ବୁଝାଶୁଝା କରାଯାଇ ଗାଡିମାଲିକ ଓ ଘର ମାଲିକଙ୍କୁ ଡାକି ଥାନାରେ ଆଲୋଚନା କରାଯାଇ ମୃତକଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରାଯିବାକୁ ପ୍ରତିଶୃତି ଦିଆଯିବା ପରେ ରାସ୍ତା ଅବରୋଧ ହଟିଥିଲା ଓ ମୃତ ଶ୍ରମିକଙ୍କ ଶବକୁ ବ୍ୟବଛେଦ ପାଇଁ ପୋଲିସ ପଠାଇଥିଲା।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

Related Articles

Popular Categories