www.samajalive.in
Wednesday, December 10, 2025
16.1 C
Bhubaneswar

ଖୁବ୍‍ ଶିଘ୍ର କାର୍ଯ୍ୟକ୍ଷମ ହେବ ପିପିଲି ହସ୍ତଶିଳ୍ପ ଗ୍ରାମ, ସ୍ଥିତି ଅନୁଧ୍ୟାନ କଲେ ଜିଲାପାଳ

ପିପିଲି:ପର୍ଯ୍ୟଟନ ବିଭାଗ ପକ୍ଷରୁ ୫କୋଟି ଟଙ୍କା ବ୍ୟୟରେ ନିର୍ମିତ ପିପିଲି ହସ୍ତଶିଳ୍ପ ଗ୍ରାମକୁ ଖୁବ୍‍ ଶିଘ୍ର କାର୍ଯ୍ୟକ୍ଷମ କରାଯିବ। ପୁରୀ ଜିଲାପାଳ ସମର୍ଥ ବର୍ମା ଶୁକ୍ରବାର ପିପିଲି ଗସ୍ତରେ ଆସି ପିପିଲି ବଜାର ଉପକଣ୍ଠ ଜାତୀୟ ରାଜପଥ କଡରେ ଉଦ୍‍ଘାଟନ ଅପେକ୍ଷାରେ ଥିବା ଏହି ହସ୍ତଶିଳ୍ପ ଗ୍ରାମକୁ ପରିଦର୍ଶନ କରିବା ସହ ସ୍ଥିତି ଅନୁଧ୍ୟାନ କରିବା ଅବସରରେ ଏହା ପ୍ରକାଶ କରିଛନ୍ତି।
ପର୍ଯ୍ୟଟନ ବିଭାଗ ପକ୍ଷରୁ ରୁରାଲ ଇକୋ ଟୁରିଜିମ୍‍ ପ୍ରୋଜେକ୍ଟରେ ଏହି ଚାନ୍ଦୁଆ ହସ୍ତଶିଳ୍ପ ଗ୍ରାମର ନିର୍ମାଣ ବହୁ ବର୍ଷ ତଳୁ ଶେଷ ହୋଇଥିବା ବେଳେ ଅଦ୍ୟାବଧି ଏହା ଲୋକଙ୍କ ସେବାରେ ଲାଗିପାରିନାହିଁ। ଫଳରେ ଏହାକୁ ନେଇ ଚାନ୍ଦୁଆ ଶିଳ୍ପୀ, ବ୍ୟବସାୟୀ ଓ କାରିଗରଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ପୁରୀ ଜିଲାପାଳ ସମର୍ଥ ବର୍ମା ଆଜି ଏହି ହସ୍ତଶିଳ୍ପ ଗ୍ରାମକୁ ବୁଲି ଦେଖିବା ସହ ଏହାକୁ କିପରି ଅତି ଶିଘ୍ର କାର୍ଯ୍ୟକ୍ଷମ କରାଯିବ ସେ ନେଇ ଉପସ୍ଥିତ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଏହା କାର୍ଯ୍ୟକ୍ଷମ ହେଲେ ମୁଖ୍ୟତଃ ବିଶ୍ୱ ପ୍ରସିଦ୍ଧ ପିପିଲି ଚାନ୍ଦୁଆର ଅଧିକ ପ୍ରଚାର ପ୍ରସାର ହେବା ସହ ଚାନ୍ଦୁଆ କାରିଗରମାନଙ୍କ ଜୀବିକା ନିର୍ବାହରେ ସହାୟକ ହେବ ଓ ସେମାନଙ୍କର ଆର୍ଥିକ ଅଭିବୃଦ୍ଧି ହେବ ବୋଲି ଜିଲାପାଳ କହିଥିଲେ।

 

- Advertisement -

ପର୍ଯ୍ୟଟନ କ୍ଷେତ୍ର ପୁରୀ ସହ ଏହି ହସ୍ତଶିଳ୍ପ ଗ୍ରାମକୁ ଯୋଡି ଅଧିକ ଆକର୍ଷଣୀୟ କରିବା ସରକାରଙ୍କ ମୁଖ୍ୟ ଉଦ୍ଦେଶ୍ୟ ରହିଛି। ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ସେଠାରେ କଣ କଣ ବ୍ୟବସ୍ଥା ରହିବ ସେ ନେଇ ଜିଲାପାଳ ଉପସ୍ଥିତ ଅଧିକାରୀଙ୍କ ସହ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ଏହି ହସ୍ତଶିଳ୍ପ ଗ୍ରାମର ଦୋକାନ ଘର ଗୁଡିକୁ କିଭଳି ଭାବେ ସୁଆବଣ୍ଟନ କରାଯିବ ସେନେଇ ମଧ୍ୟ ଆଲୋଚନା ହୋଇଥିଲା। ଏହାକୁ କାର୍ଯ୍ୟକ୍ଷମ କରାଯିବା ନେଇ ଚାନ୍ଦୁଆ କାରିଗର ଓ ବ୍ୟବସାୟୀମାନଙ୍କ ସହ ଜିଲାପାଳ ଆଲୋଚନା କରିଥିଲେ। ତେବେ ଚାନ୍ଦୁଆ କାରିଗର ଓ ବ୍ୟବସାୟୀଙ୍କ କିଛି ସମସ୍ୟା ରହିଥିବାରୁ ତାହାକୁ ଆଲୋଚନା ମାଧ୍ୟମରେ ସମାଧାନ କରିବା ପାଇଁ ତହସିଲଦାରଙ୍କୁ ଜିଲାପାଳ ଦାୟିତ୍ୱ ଦେଇଥିଲେ। ଜିଲାପାଳଙ୍କ ଏହି ଗସ୍ତ ସମୟରେ ଜିଲା ପର୍ଯ୍ୟଟନ ଅଧିକାରୀ, ରାଜ୍ୟ ପର୍ଯ୍ୟଟନ ବିଭାଗର ବରିଷ୍ଠ ଅଧିକାରୀଙ୍କ ସମେତ ପିପିଲି ତହସିଲଦାର ସପନ କୁମାର ନନ୍ଦ, ବିଡିଓ ରଶ୍ମିତା ନାଥ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

Related Articles

Popular Categories