www.samajalive.in
Monday, December 8, 2025
27.1 C
Bhubaneswar

କଲମପୁର ଚାଷ ଜମିରେ ଲେଡା ପୋକର ପ୍ରଭାବ ଆଶା ଓ ଆଶଙ୍କାରେ ଚାଷ

କଲମପୁର: ବର୍ଷାର ଅଭାବ ସମେତ ଜଳସେଚନରେ ଅନିୟମିତତା ଓ ୟୁରିଆ ସାରର ଅଭାବ ପୁଣି ଏବେ କଲମପୁର ଅଂଚଳର ଚାଷ ଜମିରେ ଲେଡା ପୋକର ପ୍ରଭାବ ଭଳି ସମସ୍ୟା ଦେଖିବାକୁ ମିଳୁଛି। ଏକର ଏକର ଚାଷ ଜମିରେ ଲେଡା ପୋକ ବ୍ୟାପି ଯାଇଥିବାରୁ ଚ ଚାଷ ନଷ୍ଟ ହେବା ନେଇ ଚାଷୀ ଏବେ ଆଶା ଓ ଆଶଙ୍କାରେ। ଚଳିତ ବର୍ଷ ବର୍ଷା ଅଭାବ ସହିତ ଗୁଳୁଗୁଳି ପାଗ ଲାଗି ରହିଥିବା ଯୋଗୁଁ ଲେଡା ପୋକ ର ପ୍ରଭାବ ଆରମ୍ଭ ହେଇଯାଇଛି। ବି.ପି.ଏଚ ଭଳି ଲେଡା ମଧ୍ୟ ଧାନ ଚାଷ ପାଇଁ ଅନ୍ୟ ଏକ କ୍ଷତିକାରକ ପୋକ। ରାତିକ ମଧ୍ୟରେ ଲକ୍ଷ ଲକ୍ଷ ସଂଖ୍ୟାରେ ଲେଡା ପୋକ ଜମି ସବୁରେ ଛାଇଯାଇ ଧାନ ପତ୍ରକୁ କାଟି ଖାଇଥାନ୍ତି। କିନ୍ତୁ ଏହାର ନିୟନ୍ତ୍ରଣ ଦିଗରେ କୃଷି ବିଭାଗ କୌଣସି ପଦକ୍ଷେପ ନେଉନଥିବାରୁ ଆଗାମୀ ଦିନରେ ଲେଡା ପୋକର ପ୍ରଭାବ ଅନିୟନ୍ତ୍ରୀତ ହେବାର ଆଶଙ୍କାକୁ ଏଡାଇ ଦିଆଯାଇନପାରେ।

 

- Advertisement -

ସରକାର କୃଷି ଓ କୃଷକର ଉନ୍ନତି ପାଇଁ ବିଭିନ୍ନ ଯୋଜନା ହାତକୁ ନେଇଥିବା କୁହାଯାଉଥିଲେ ମଧ୍ୟ କଲମପୁର ଅଞ୍ଚଳରେ କୃଷି ବିଭାଗ ନିରବ ଦର୍ଶକ ସାଜିଛି। କେହି କୃଷି କର୍ମୀ ଅଥବା କୃଷି ଅଧିକାରୀ କ୍ଷେତ୍ର ପରିଦର୍ଶନ କରୁନଥିବାରୁ ଚାଷୀଙ୍କ ସମସ୍ୟା ସମ୍ବନ୍ଧରେ ଜାଣି ପାରୁ ନାହାଁନ୍ତି। ଏପରିକି ·ଷୀଙ୍କୁ କୌଣସି କୀଟନାଶକ ରିହାତି ଦରରେ ଯୋଗାଇ ଦିଆଯାଉନଥିବାରୁ ·ଷୀ ଅଧିକ ଖର୍ଚ୍ଚାନ୍ତ ହେଇ ଦୋକାନୀ ଓ ଅନ୍ୟ କିଛି ନାମୀ ଦାମୀ କମ୍ପାନୀ ଏଜେଣ୍ଟଙ୍କ ଦ୍ୱାରା ଶୋଷଣର ଶିକାର ହେଉଛନ୍ତି। ଏପରିକି କଲମପୁର ଅଂଚଳରେ ୟୁରିଆ ସାର ଭଳି ବହୁଳ ବ୍ୟବହାର ହେଉଥିବା ସାର ସମେତ ପଟାସ ସାରର ଅଭାବ ରହିଛି। କିଛି ଦୋକାନୀ ୟୁରିଆ ସାର ବସ୍ତା ପ୍ରତି ସରକାରଙ୍କ ଧାର୍ଯ୍ୟ ମୂଲ୍ୟ ୨୬୬.୫୦ ବଦଳରେ ୩୫୦ରପ ୫୦୦ ମଧ୍ୟରେ ବିକ୍ରୟ କରୁଛନ୍ତି ତା ସହ ୨ଶହ ଟଙ୍କାର ଅନ୍ୟ କିଛି କୃଷି ସାମଗ୍ରୀ ନେବା ପାଇଁ ·ଷୀଙ୍କୁ ବାଧ୍ୟ କରାଯାଉଛି। ତେଣୁ ଜିଲ୍ଲାସ୍ତରୀୟ କୃଷି ବିଭାଗ କିଛି ପଦକ୍ଷେପ ନେଲେ ଅଂଚଳର ଚାଷୀ ଉପକୃତ ହେଇ ପାରନ୍ତେ।

Hot this week

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

Related Articles

Popular Categories