www.samajalive.in
Monday, December 8, 2025
14.1 C
Bhubaneswar

କମୁଛି ଇନ୍ଦ୍ରାବତୀ ଜଳ ଭଣ୍ଡାର ଜଳସ୍ତର, ପ୍ରଭାବିତ ହେବ ଜଳସେଚନ

କଲମପୁର: କଳାହାଣ୍ଡିର ଜୀବନ ରେଖା ପାଲଟିଥିବା ଇନ୍ଦ୍ରାବତୀ ଏବେ ବିପଦରେ। ବର୍ଷା ଅଭାବ କାରଣରୁ ଇନ୍ଦ୍ରାବତୀ ଜଳ ଭଣ୍ଡାରର ଜଳସ୍ତର ଦିନକୁ ଦିନ ନିମ୍ନଗାମୀ ହେବାରେ ଲାଗିଛି। ଗତ ବର୍ଷ ଅଗଷ୍ଟ ୨୭ ତାରିଖ ସୁଦ୍ଧା ୬୩୬.୩୦ମିଟରରେ ପହଞ୍ଚିଥିଲା ଇନ୍ଦ୍ରାବତୀ ଜଳଭଣ୍ଡାରର ଜଳସ୍ତର। କିନ୍ତୁ ଚଳିତ ବର୍ଷ ଆବଶ୍ୟକ ପରିମାଣର ବର୍ଷା ଅଭାବ କାରଣରୁ ଏବେ ଜଳଭଣ୍ଡାରର ଜଳସ୍ତର ମାତ୍ର ୬୩୧.୪୯ ରେ ରହିଛି। ଯାହା ଗତ ବର୍ଷ ତୁଳନାରେ ପ୍ରାୟ ୪.୮୧ ମିଟର କମ୍ ରହିଛି। ଏହି ଜଳଭଣ୍ଡାରର ସର୍ବୋଚ୍ଚ ଜଳଧାରଣ କ୍ଷମତା ୬୪୨ ମିଟର ଥିବା ବେଳେ ସର୍ବନିମ୍ନ୬୨୫ ମିଟର। କିନ୍ତୁ ଜଳଭଣ୍ଡାର କାର୍ଯ୍ୟକ୍ଷମ ହେବାର ଦୀର୍ଘ ୨୨ ବର୍ଷ ମଧ୍ୟରେ ଜଳଭଣ୍ଡାରର ଉପରମୁଣ୍ଡରେ ଥିବା ବଫଲା ମାଳି ଖଣି ଖନନ ସହ ଜଙ୍ଗଲ କ୍ଷୟ ଯୋଗୁଁ ପ୍ରାୟ ୨ରୁ ୩ ମିଟର ପୋତି ହେଇ ସାରିଥିବାର ଆଶଙ୍କା କରାଯାଉଛି। ଏବେ ପ୍ରାୟ ୪ ମିଟରରୁ କମ୍ ପାଣି ଥିବା ଅନୁମାନ କରାଯାଉଛି।

 

- Advertisement -

ଏବେ ଅଗଷ୍ଟ ମାସ ଶେଷ ହେବାକୁ ଯାଉଛି। ଯଦି ଆଗାମୀ ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଆବଶ୍ୟକ ପରିମାଣର ବର୍ଷା ନହେଲେ କେବଳ ବିଦ୍ୟୁତ୍ ଉତ୍ପାଦନ ନୁହେଁ ଜଳ ସେଚନ ମଧ୍ୟ ପ୍ରଭାବିତ ହେବାର ଆଶଙ୍କା କରାଯାଉଛି। ଚଳିତ ବର୍ଷ ଖରିଫ ·ଷ ପାଇଁ ଏହି ଜଳ ସେଚନ ପ୍ରକଳ୍ପ ତରଫରୁ ବାମ ମୁଖ୍ୟକେନାଲ, ଦକ୍ଷିଣ ମୁଖ୍ୟ କେନାଲ, ବାମ ସଂପ୍ରସାରଣ କେନାଲ ଓ ଉଠା ଜଲ ସେଚନ କେନାଲ ମାଧ୍ୟମରେ ପ୍ରାୟ ୧ଲକ୍ଷ୧୨ ହଜାର ହେକ୍ଟର ·ଷ ଜମିକୁ ଜଳ ସେଚନ ଯୋଗାଇ ଦିଆଯିବା ନେଇ ଲକ୍ଷ୍ୟ ରଖାଯାଇଥିଲା। କିନ୍ତୁ ବର୍ଷା ଅଭାବ ଜନିତ ସମସ୍ୟା ଯୋଗୁଁ ଜଳ ସେଚନ ନେଇ ଚିନ୍ତାପ୍ରକଟ କରାଯାଉଛି। ବିଗତ ବର୍ଷ ମାନଙ୍କରେ କଲମପୁର ଓ ଥୁଆମୁଲ ରାମପୁର ଅଂଚଳରେ ଅଗଷ୍ଟ ୨୭ ସୁଦ୍ଧା ୨ହଜାର ମିଲିମିଟରରୁ ଅଧିକ ପରିମାଣର ବର୍ଷା ବର୍ଷିଥିବାର ରେକର୍ଡ ରହିଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories