www.samajalive.in
Saturday, December 6, 2025
16.1 C
Bhubaneswar

ଯୁବକ ନିଖୋଜ ଘଟଣା: ମହାନଦୀ ବାଲିରୁ ଗଳିତ ଶବ ଉଦ୍ଧାର, ୨ ଅଟକ

ବୌଦ୍ଧ: ବୌଦ୍ଧଜିଲା ବାଉଁଶୁଣୀ ଥାନା ତାଳସରଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ କଙ୍କଲା ଗ୍ରାମର ବିମ୍ବାଧର ମହାକୁଡ(୩୦) ଏକମାସରୁ ଅଧିକ ଦିନ ହେବ ନିଖୋଜ ଥିବାବେଳେ ତାଙ୍କର ଗଳିତ ଶବ ରବିବାର ଡମ୍ବରୁଗଡ ନିକଟସ୍ଥ ଶ୍ମସାନଘାଟ ଠାରେ ମହାନଦୀ ବାଲିରୁ ଶବ ପୁଲିସ ଉଦ୍ଧାର କରିଛି। ସୂଚନା ଅନୁଯାୟୀ ମାର୍ଚ୍ଚ ୨ ତାରିଖ ରାତ୍ରିରୁ ବିମ୍ବାଧର ନିଖୋଜ ଥିବାନେଇ ତାଙ୍କ ଭାଇ ବିମଳ ମହାକୁଡ ବାଉଁଶୁଣୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହି ଘଟଣାର ଅନ୍ୁସନ୍ଧାନ କରିବାର ଦୀର୍ଘ ଏକମାସ ପରେ ନିଖୋଜ ଥିବା ବିମ୍ବାଧର ଗ୍ରାମର କାର୍ତ୍ତିକ ନାଏକ(୪୦) ଓ ଅମିତ ମହାକୁଡ(୨୫)ଙ୍କ ସହିତ ବାରହା ଶୀକାର କରିବାକୁ ଯାଇଥିବା ପୁଲିସ ଜାଣିପାରିଥିଲା। ପୁଲିସ ଏସବୁ ଜାଣିବାପରେ ଗତ ଶନିବାର ଦିନ କାର୍ତ୍ତିକ ଓ ଅମିତକୁ ଥାନାକୁ ନେଇ ପଚରାଉଚୁରା ଆରମ୍ଭ କରିଥିଲା।

 

- Advertisement -

ସେମାନଙ୍କ ନିକଟରୁ ମିଳିଥିବା ସୂଚନା ଆଧାରରେ ପୋଲିସ ଡମ୍ବରୁଗଡ ନିକଟସ୍ଥ ମହାନଦୀ ବାଲିରୁ ବିମ୍ବାଧରର ଗଳିତ ଶବକୁ ଉଦ୍ଧାର କରିଥିଲା। ସେମାନଙ୍କ କହିବା ଅନୁଯାୟୀ ବିଦ୍ୟୁତ ତାର ଟାଣି ବାରହା ଶୀକାର କରୁଥିବାବେଳେ ଅସାବଧାନତା କାରଣରୁ ଅନ୍ଧାରରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବିମ୍ବାଧରଙ୍କ ମୃତ୍ୟୁ ହୋଇଯାଇଥିଲା। ଏହି ଘଟଣାକୁ ଚପାଇଦେବା ପାଇଁ ବିମ୍ବାଧରଙ୍କ ଶବକୁ ତାଙ୍କର ଦୁଇବନ୍ଧୁ ମହାନଦୀ ବାଲିରେ ପୋତିଦେଇଥିବା ପୋଲିସ ନିକଟରେ ସ୍ୱୀକାର କରିଥିଲେ। ଏନେଇ ବାଉଁଶୁଣୀ ଥାନା କେସ ନମ୍ବର ୪୧ା୨୦୨୧ ରେ ଏକ ହତ୍ୟାମାମଲା ରୁଜୁ କରି ବ୍ୟବଛେଦ ପାଇଁ ବୌଦ୍ଧ ପଠାଯାଇଥିବାବେଳେ ଅଭିଯୁକ୍ତ କାର୍ତ୍ତିକ ଓ ପାଣ୍ଡବକୁ ଅଟକ ରଖି ଆହୁରି ତଦନ୍ତ ଚଳାଇଥିବା ଥାନା ଅଧିକାରୀ ସୁବାଶ ଚନ୍ଦ୍ର ରାୟଗୁରୁ ସୂଚନା ଦେଇଛନ୍ତି।

Hot this week

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

Related Articles

Popular Categories