Patra electronics

ପୋଲ ଉପରେ ୧୦ଫୁଟର ବନ୍ୟା ଜଳ: ୩୦ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ

ବୌଦ୍ଧ : ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ଗତ କିଛି ଦିନ ହେବ ଲଗାଣ ବର୍ଷା ଜାରି ରହିଛି। ସାରା ରାଜ୍ୟରେ  ତୁହାକୁ ତୁହା ବର୍ଷା ଲାଗିରହିଛି। ଯେଉଁଠାକୁ ଦେଖ, ସବୁଠି କେବଳ ପାଣି ଆଉ ପାଣି। ଲଗାଣ ବର୍ଷା ଜନଜୀବନକୁ ପୁରା ଅସ୍ତବ୍ୟସ୍ତ କରିପକାଇଛି। ଘର ଭିତରେ ବର୍ଷା ପାଣି ପଶିଯାଇଥିବାରୁ ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଛି। ବୌଦ୍ଧ କଣ୍ଟାମାଳ ସମଲେଶ୍ଵରୀ ନାଳ ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହେଉଛି।  ଘଣ୍ଟାପଡା ମାଣ୍ଡିଆ ଯୋରରୁ ରେଗଡୁଲ କେନାଲ ପୋଲରେ ପାଣି ଚାଲୁଛି। ୧୦ଫୁଟର ପାଣି ଚାଲିଥିବାରୁ ୩୦ଟି ଗାଁକୁ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଛି। ଫଳରେ ସ୍ଥାନୀୟ ଲୋକେ ନାହିଁ ନଥିବା ସମସ୍ୟା ଭୋଗୁଛନ୍ତି।

Comments are closed.