www.samajalive.in
Monday, December 8, 2025
24.1 C
Bhubaneswar

ରେଭେନ୍ସାରେ ‘ବୋଷ’ ଚଳଚ୍ଚିତ୍ର ପଦର୍ଶିତ

କଟକ : ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ୧୨୨ତମ ଜନ୍ମତିଥି ଅବସରରେ ମଙ୍ଗଳବାର ରେଭେନ୍ସା ବିଶ୍ୱବିଦ୍ୟାଳୟ ପରିସରରେ ନେତାଜୀଙ୍କ ଅଦମ୍ୟ ସାହସ ଓ ଦେଶପ୍ରେମର ଗାଥାକୁ ନିର୍ମିତ ଚଳଚ୍ଚିତ୍ର ‘ବୋଷ’ ପଦର୍ଶିତ କରାଯାଇଥିଲା। ବିଶ୍ୱବିଦ୍ୟାଳୟ କିଛି ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଏହି ଚଳଚ୍ଚିତ୍ର ପଦର୍ଶନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଯାହାକୁ ‘ଆଜ୍‍ କି ସାମ ନେତାଜୀ କେ ନାମ’ରେ କାର୍ଯ୍ୟକ୍ରମ କରାଯାଇଥିଲା। ଏହି ଚଳଚ୍ଚିତ୍ରରେ ନେତାଜୀ ୧୯୪୩ ଅକ୍ଟୋବର ୨୧ରେ କିପରି ଆଜାଦ ହିନ୍ଦ୍‍ ସରକାର ଗଠନ କରିଥିଲେ ତାହା ଦର୍ଶାଯାଇଛି। ସୂଚନା ଅନୁସାରେ ଏହି ଚଳଚ୍ଚିତ୍ର ଦେଖିବା ପାଇଁ ବିଶ୍ୱବିଦ୍ୟାଳୟର ବାଣିଜ୍ୟ ବିଭାଗ ନିକଟରେ ଆୟୋଜନ କରାଯାଇଥିଲା। ମଙ୍ଗଳବାର ସନ୍ଧ୍ୟା ୫.୩୦ରେ ଏହି ଚଳଚ୍ଚିତ୍ର କରାଯିବାକୁ ସମୟ ଧାର୍ଯ୍ୟ କରାଯାଇଥିଲା। ବିଶ୍ୱବିଦ୍ୟାଳୟର ବହୁ ଛାତ୍ରଛାତ୍ରୀ ଏହି ଚଳଚ୍ଚିତ୍ର ଦେଖିବାକୁ ଆସିଥିଲେ। ଏହାଦ୍ୱାରା ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଦେଶପ୍ରେମ ସହ ନେତାଜୀଙ୍କ ଜୀବନ କାହାଣୀ ପ୍ରୋତ୍ସାହିତ କରିବ ବୋଲି ଆୟୋଜକ ଛାତ୍ରଛାତ୍ରୀ ମତବ୍ୟକ୍ତ କରିଛନ୍ତି।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories