ଭୁବନେଶ୍ୱର..- ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଜାନୁଆରୀ ୨୯ ତାରିଖରେ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ସେ କଟକ ସାଲେପୁରରେ ଅନୁଷ୍ଠିତ ହେବାକୁ ଥିବା ଏକ ଜନସଭାରେ ଯୋଗ ଦେବେ । ରାଜ୍ୟ ବିଜେପିର ପକ୍ଷରୁ ଏସମ୍ପର୍କରେ ସୂଚନା ଦିଆଯାଇଛି ।
ସୂଚନାଯୋଗ୍ୟ ପୂର୍ବରୁ ଜାନୁଆରୀ ୧୮ ତାରିଖରେ ଆମିତ ଶାହ ଓଡ଼ିଶା ଆସିବାର ଥିଲା । ମାତ୍ରେ ସେ ସ୍ୱାଇନ ଫ୍ଲୁରେ ଆକ୍ରନ୍ତ ଥିବାରୁ ତାଙ୍କର ଓଡ଼ିଶା କାର୍ଯ୍ୟକ୍ରମ ବାତିଲ ହୋଇଥିଲା ।



