www.samajalive.in
Saturday, December 6, 2025
16.1 C
Bhubaneswar

ଦଳେଇପୁଟରେ ପୁଣି ବୋମାମାଡ

ଖୋର୍ଦ୍ଧା: ଖୋର୍ଦ୍ଧା ୧୬ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ଦଳେଇପୁଟ ଗାଁରେ ପୁଣି ବୋମା ମାଡ଼ ହୋଇଥିବା ମଙ୍ଗଳବାର ଜଣାପଡ଼ିଛି। ଗାଁର ହୃଦାନନ୍ଦ ସ୍ୱାଇଁଙ୍କ ଘର ଉପରକୁ ପୁଣି ଦୁଇଟି ବୋମା ମାଡ଼ ହୋଇଛି। ଏଥିରେ କେହି ମୃତାହତ ହୋଇନଥିବା ଜଣାପଡିଛି।
ଗତକାଲି ବିଲମ୍ବିତ ରାତିରେ କିଛି ଦୁର୍ବୃତ୍ତ ହୃଦାନନ୍ଦଙ୍କ ପାଚେରୀ ବାହାର ପଟୁ ଦୁଇଟି ବୋମାମାଡ କରିଛନ୍ତି । ତେବେ ଏହି ବୋମାମାଡରେ ଉପର ମହଲା ଝରକାଚ ଭାଙ୍ଗିଯାଇଛି। ରାତିରେ ପ୍ରଚଣ୍ଡ ବିସ୍ଫୋରଣ ଶବ୍ଦରେ ଏହି ଅଞ୍ଚଳ ବାସିନ୍ଦା ଆତଙ୍କିତ ହୋଇ ପଡିଛନ୍ତି । ସଦର ଥାନା ନିକଟରେ ଏହି ଘଟଣା ଘଟିଥିବାରୁ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ବୋମାମାଡର ଖବର ପାଇ ସଦର ପୁଲିସ ଘଟଣାସ୍ଥଳରେ ପହଞ୍ଚି ସିସିଟିଭି ଫୁଟେଜ ଯାଞ୍ଚ କରୁଛି । ଏନେଇ ହୃଦାନନ୍ଦ ଥାନାରେ ଅଭିଯୋଗ କରିଛନ୍ତି । ସୂଚନା ଯୋଗ୍ୟ ଗତ ୧୨ତାରିଖ ରାତିରେ ହୃଦାନନ୍ଦ ସ୍ୱାଇଁଙ୍କ ଘର ଉପରକୁ ଦୁର୍ବୁତମାନେ ବୋମାମାଡ କରି ଫେରାର ହୋଇଯାଇଥିଲେ। ତେବେ ପୂର୍ବ ବୋମାମାଡ ଘଟଣାରେ ସଦର ପୁଲିସ ଜଣକୁ ଗିରଫ କରିଥିଲା ।

Hot this week

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories