www.samajalive.in
Sunday, December 7, 2025
23.1 C
Bhubaneswar

କେରଳର ଆରଏସଏସ କାର୍ଯ୍ୟାଳୟ ଉପରକୁ ବୋମାମାଡ଼; ଘଟଣାସ୍ଥଳରେ ପୁଲିସ

ନୂଆଦିଲ୍ଲୀ: କେରଳର ଆରଏସଏସ କାର୍ଯ୍ୟାଳୟ ଉପରକୁ ବୋମାମାଡ଼ ହୋଇଛି । କିଛି ଦୁର୍ବୃତ୍ତ ଆରଏସଏସ କାର୍ଯ୍ୟାଳୟ ଉପରକୁ ବୋମା ମାଡ଼ କରିବା ପରେ ଫେରାର ହୋଇଯାଇଛନ୍ତି । ଫଳରେ ଏହି ବୋମାମାଡ଼ ଯୋଗୁ କାର୍ଯ୍ୟାଳୟର କିଛି ଆସବାବ ପତ୍ର ନଷ୍ଟ ହୋଇଯାଇଛି । ହେଲେ ସବୁଠାରୁ ବଡ଼ କଥା ହେଉଛି ଏହି ବୋମାମାଡ଼ରେ କେହି ମୃତାହତ ହୋଇନାହାନ୍ତି । ଏନେଇ ପୁଲିସ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ପୁଲିସର କହିବା ଅନୁଯାୟୀ ଆଜି ସକାଳେ ଏହି ବୋମାମାଡ଼ ହୋଇଛି । ବୋମାମାଡ଼ରେ କାର୍ଯ୍ୟାଳୟର କିଛି ଫ୍ୟାନ୍‌ ଓ ଝରକା ଭାଙ୍ଗିଛି । ହେଲେ ବିଶେଷ କ୍ଷତି ହୋଇନାହିଁ । କୌଣସି ଲୋକ ଏଥିରେ ଆହତ ମଧ୍ୟ ହୋଇନାହାନ୍ତି । ତଦନ୍ତ ପରେ ଆଗକୁ ସମସ୍ତ ତଥ୍ୟ ପଦାକୁ ଆସିବ ବୋଲି ସେ କହିଛନ୍ତି । ଏପରି ଏକ ଘଟଣାକୁ ନେଇ ବିଜେପି ମଧ୍ୟ ତାର ପ୍ରତିକ୍ରିୟା ରଖିଛି । ବୋମାମାଡ଼ ଘଟଣାକୁ ଦୃଢ଼ ନିନ୍ଦା କରିଛି ବିଜେପି । ବିଜେପି କହିଛି କି ଏପରି ଏକ ଘଟଣା ଦୁର୍ଭାଗ୍ୟଜନକ । ନାଗରିକ ସମାଜରେ ଏହା ଗ୍ରହଣିୟ ନୁ​‌ହେଁ ।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories