www.samajalive.in
Friday, December 5, 2025
20.1 C
Bhubaneswar

ବାଳିବଜାରରେ ଢାବା ଉପରେ ବୋମାମାଡ : ଯୁବକ ଆହତ

ଗୁରୁଡିଝାଟିଆ : ବାଳି ବଜାର ଉପରେ ଥିବା ଏକ ଢାବା ଉପରେ ଦୁର୍ବୁତ୍ତମାନେ ଗୋଟିଏ ପରେ ଗୋଟିଏ ଲଗାତାର ୩ଟି ବୋମାମାଡ କରି ଫେରାର ହୋଇଯାଇଛନ୍ତି। ବୋମାମାଡରେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଢାବାର ମାଲିକ। ତାଙ୍କର ଡାହାଣ ହାତରେ ସାମାନ୍ୟ ଆଘାତ ଲାଗିଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଚଳାଇଥିବା ବେଳେ ବ୍ୟବସାୟକୁ କେନ୍ଦ୍ର କରି ଏପରି ବୋମାମାଡ ଘଟିଛି ବୋଲି ପୋଲିସ ଅନୁସନ୍ଧାନରୁ ଜାଣିବାକୁ ପାଇଛି। ସୂଚନାଯୋଗ୍ୟ ଗତକାଲି ବିଳମ୍ବିତ ରାତିରେ ୪ଜଣ ଯୁବକ ଦୁଇଟ ବାଇକରେ ଆସି ୫୫ ନଂ ଜାତୀୟ ରାଜପଥର ବାଳି ବଜାର ଉପରେ ଥିବା ଏକ ହୋଟେଲ ଉପରକୁ ଗୋଟିଏ ପରେ ଗୋଟିଏ ଲଗାତାର ୩ଟି ବୋମା ଫିଙ୍ଗିଥିଲେ। ଏହି ବୋମାଗୁଡିକ ହୋଟେଲରେ ବାଜି ନଥିଲା। ହୋଟେଲ ବାହାରେ ବସିଥିବା ମାଲିକ ରିଙ୍କନ ମିଶ୍ର ଶରୀରରେ ଛିଟିକିକି ବାଜିଥିଲା ବୋମା। ବୋମାମାଡ କରି ଦୁର୍ବୁତ୍ତମାନେ ଆଖିପିଛୁଳାକେ ସୁନିଆମୁହଁ ଦେଇ ପଳାଇ ଯାଇଥିଲେ। ଆହତ ମିଶ୍ର ଏନେଇ ଗୁରୁଡିଝାଟିଆ ଥାନାରେ ଏକ ଲିଖିତ ଅଭିଯୋଗ ଦାୟାର କରିଛନ୍ତି।

ଏତଲା ଅନୁଯାୟୀ ଢେଙ୍କାନାଳ ଥାନା ଅନ୍ତର୍ଗତ ବଳଦିଆବନ୍ଧ ସବ୍ୟ ମହାନ୍ତି ନାମକ ଯୁବକ ସହିତ ଆହତ ଶ୍ରୀ ସହିତ ବ୍ୟବସାୟୀକ ସଂପର୍କ ଥିଲା। ସେମାନେ ପରସ୍ପରକୁ ବହୁ ଦିନରୁ ଜାଣିଥିଲେ। ଏହି ସଂପର୍କକୁ ଭିତ୍ତି କରି ସବ୍ୟ କିଣିଥିବା ଏକ ଟ୍ରଲରରେ ଆହତ ଶ୍ରୀ ମିଶ୍ର ଗ୍ୟାରେଣ୍ଟର ଭାବରେ ରହିଥିଲେ। ହେଲେ କିଛିମାସ ହେଲା ଟ୍ରଲର କିଣିଥିବା ଶ୍ରୀ ମହାନ୍ତି ବ୍ୟାଙ୍କର ଟଙ୍କା ପରିଶୋଧ କରୁନଥିଲେ। ଏନେଇ ଗ୍ୟାରେଣ୍ଟର ପଡିଥିବା ଶ୍ରୀ ମିଶ୍ର ସବ୍ୟ ମହାନ୍ତିଙ୍କୁ କିସ୍ତି ପଇଠ କରିବା ସଂପର୍କରେ କହିଥିଲେ। ହେଲେ ସଠିକ୍‍ ସମୟରେ କିସ୍ତି ପଇଠ କରିବା ତ ଦୂରକଥା ବରଂ ସେମାନଙ୍କ ଭିତରେ ବିବାଦ ଆରମ୍ଭ ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ସବ୍ୟ ଏବଂ ତାହାର ସହଯୋଗୀ ମାନେ ବାଳି ବଜାର ରେ ହୋଟେଲ କରିଥିବା ସିଙ୍କନ ଓ ରିଙ୍କନ ଗତକାଲି ରାତିରେ ହୋଟେଲରେ ବସିଥିବା ବେଳେ ବୋମାମାଡ ହୋଇଥିଲା। ଏଥିରେ ରିଙ୍କନ ଆହତ ହୋଇଥିଲେ ଏବଂ ଅଳ୍ପକେ ବଡ ଅଘଟଣରୁ ବଞ୍ଚି ଯାଇଥିଲେ। ଏତଲା ପାଇବା ପରେ ଗୁରୁଡିଝାଟିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ କରିବା ସହିତ ଆହତ ରିଙ୍କନ ମିଶ୍ରଙ୍କୁ ଡାକ୍ତରଖାନାକୁ ପଠାଇଥିଲା। ଦୁର୍ବୁତ୍ତମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ଥାନା ଅଧିକାରୀ ବିଜୟ କୁମାର ବିଶି ପ୍ରକାଶ କରିଛନ୍ତି। ପୋଲିସ ଅନ୍ୟ ସୁତ୍ରରୁ ଜାଣିବାକୁ ଚେଷ୍ଟା କରିଛି ଏମାନଙ୍କ ଭିତରେ କେବଳ ଯେ ଟ୍ରଲର ପାଇଁ ବିବାଦ ହୋଇଛି ନା ଅନ୍ୟକୌଣସି କାରଣ ପାଇଁ ବୋମାମାଡ ହୋଇଛି ସେ ସଂପର୍କରେ ଖୋଳତାଡ ଆରମ୍ଭ କରିଛି। ଏପରିକି ଏକ ନିର୍ଦ୍ଧିଷ୍ଟ ହୋଟେଲ ପଛରେ କିଛି ଚୋରା ସାମଗ୍ରୀ ବ୍ୟବସାୟ ହେଉଥିବାର ଅନୁମାନ କରି ତାହାକୁ ବନ୍ଦ କରିବା ନିମନ୍ତେ କଡା ନିର୍ଦ୍ଦେଶ ଦେଇଛି। ଏଥିରେ ଏହି ବିବାଦର କିଛି ହାତ ନାହିଁ  ତାହା ମଧ୍ୟ ପୁଲିସର ତଦନ୍ତ ପରିସରଭୁକ୍ତ ହେବା ଏକାନ୍ତ ଆବଶ୍ୟକ ବୋଲି ବୁଦ୍ଧିଜୀବିମାନେ ଦାବି କରିଛନ୍ତି। ଉଲ୍ଲେଖଯୋଗ୍ୟ ଗତ କିଛି ବର୍ଷଧରି ବାଳିବଜାର ଅପରାଧିଙ୍କ ଆଡାସ୍ଥଳି ପାଲଟିଛି। ଏଥିରେ ଚୋରା କାରବାର ବି ସଂଶ୍ଲିଷ୍ଟ। ବିଶେଷତଃ ମହାନଦୀରେ ମଧୁସେତୁ ହେବା ପରେ ଅନେକ ଅପରାଧିମାନେ ଗ୍ରାମାଞ୍ଚଳକୁ ଆସି ଏଭଳି କାଣ୍ଡ ଭିଆଇବାକୁ ପଛାଉନାହାନ୍ତି। ପୂର୍ବରୁ ବାଳି ବଜାରରେ ଗୁଳିକାଣ୍ଡ ଓ ବୋମାମାଡ କିଛି ନୂଆ କଥା ନୁହେଁ।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories