www.samajalive.in
Tuesday, November 18, 2025
16.1 C
Bhubaneswar

ଅଭିଷେକଙ୍କ ସହ ସମ୍ପର୍କ ନେଇ ମୁହଁ ଖୋଲିଲେ ନିମ୍ରତ; ଐଶ୍ୱର୍ଯ୍ୟାଙ୍କ ପ୍ରତିକ୍ରିୟାକୁ ଅପେକ୍ଷା . . .

ମୁମ୍ବାଇ: ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ଅଭିଷେକ ବଚ୍ଚନଙ୍କ ଛାଡପତ୍ର ନେଇ ବଲିଉଡରେ ଚର୍ଚ୍ଚା ବେଶ ଜୋର ଧରିଛି। ଅଭିଷେକଙ୍କ ନାମ ଅଭିନେତ୍ରୀ ନିମ୍ରତ କୌରଙ୍କ ସହ ଯୋଡି ହେବା ପରଠାରୁ ଖପ୍ପା ହୋଇଛନ୍ତି ପତ୍ନୀ ଐଶ୍ୱର୍ଯ୍ୟ। ନିମ୍ରତ ଓ ଅଭିଷେକ ଭିଡ଼ିଓ ମଧ୍ୟ ଗତ କିଛି ଦିନ ହେବ ଭାଇରାଲ ହେବାରେ ଲାଗିଛି। ନିମ୍ରତଙ୍କ ଯୋଗୁଁଁ ଐଶ୍ୱର୍ଯ୍ୟା ଓ ଅଭିଷେକଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଥିବା ଅନେକ ଚର୍ଚ୍ଚା ହେଉଛି। ଏକ ରିପୋର୍ଟ ଅନୁସାରେ ନିମ୍ରତ ଏଭଳି ଚର୍ଚ୍ଚାକୁ ନେଇ ମୁହଁ ଖୋଲିଛନ୍ତି। ସେ କହିଛନ୍ତି ‘ମୁଁ କିଛି ବି କରିପାରିବି, ଲୋକମାନେ ଯାହା କହିବାକୁ ଚାହୁଁଛନ୍ତି, ତାହା କହିପାରିବେ। ଏଭଳି ଗପସପ ବନ୍ଦ କରିବା ସମ୍ଭବ ନୁହେଁ ଏବଂ ମୁଁ ମୋ କାମରେ ଧ୍ୟାନ ଦେବାକୁ ପସନ୍ଦ କରେ’। ନିମ୍ରତ କୌରଙ୍କ ଏଭଳି ବୟାନ ପରେ ଫ୍ୟାନ୍ସମାନେ ଐଶ୍ୱର୍ଯ୍ୟାଙ୍କ ପ୍ରତିକ୍ରିୟାକୁ ଅପେକ୍ଷା କରିଛନ୍ତି। ଅଭିଷେକ ବଚ୍ଚନ ଏବଂ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ଛାଡପତ୍ର ଗୁଜବ ଚଳିତ ବର୍ଷ ଜୁଲାଇରୁ ଆରମ୍ଭ ହୋଇଥିଲା। ଯେତେବେଳେ ଦୁହେଁ ଏକ ଇଭେଣ୍ଟରେ ଅଲଗା ଅଲଗା ନଜର ଆସିଥିଲେ। ଅଭିଷେକ, ଜୟା ବଚ୍ଚନ, ଅମିତାଭ ବଚ୍ଚନ, ଓ ଭଉଣୀ ଶ୍ୱେତା ବଚ୍ଚନ ନନ୍ଦା ଅଲଗା ଏକାଠି ପହଞ୍ଚିଥିବା ବେଳେ ଐଶ୍ୱର୍ଯ୍ୟା ଏବଂ ଆରାଧ୍ୟା ଏକାଠି ଯାଇଥିଲେ। ଦୁହେଁ ଭିନ୍ନ ଭିନ୍ନ ଫଟୋ ମଧ୍ୟ ଉଠାଇଥିଲେ।

Hot this week

ଯାଜପୁର ଜିଲା ଜଖପୁର ଜଙ୍କସନରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ

ସମାଜଲାଇଭ ଡେସ୍କ: ଯାଜପୁର ଜିଲା ଜଖପୁର ଜଙ୍କସନରେ ସୋମବାର ରାତିରେ ଏକ...

ପରଲୋକରେ ତାରକା କଣ୍ଠଶିଳ୍ପୀ ହ୍ୟୁମାନ୍‌‌ ସାଗର

କଟକ: ଓଡ଼ିଆ ସଙ୍ଗୀତ ଜଗତର ଉଦୀୟମାନ ଗାୟକ ତଥା ତାରକା କଣ୍ଠଶିଳ୍ପୀ...

୫୦ ବର୍ଷ ପରେ ପ୍ରେକ୍ଷାଳୟକୁ ଫେରୁଛି ‘ଶୋଲେ’

ମୁମ୍ବାଇ ୧୭/୧୧: ଭାରତୀୟ ସିନେମାର କ୍ଲାସିକ୍ ଫିଲ୍ମ "ଶୋଲେ" ପୁଣି ଥରେ ବଡ଼...

ଷ୍ଟେସନରୁ ୮ ଶ୍ରମିକ ଓ ୫ ଶିଶୁ ଉଦ୍ଧାର, ସର୍ଦ୍ଦାର ଗିରଫ

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ରେଳ ଷ୍ଟେସନ ଅଞ୍ଚଳରୁ ୮ଜଣ ଦାଦନ ଶ୍ରମିକଙ୍କ ସହ...

ଦିଲ୍ଲୀ ବିସ୍ଫୋରଣ: ସହଯୋଗୀ ଷଡ଼ଯନ୍ତ୍ରକାରୀ ଆତଙ୍କୀ ଗିରଫ

ସମାଜଲାଇଭ ଡେସ୍କ: ଦିଲ୍ଲୀ ବିସ୍ଫୋରଣ ମାମଲାରେ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ) ସହଯୋଗୀ...

Related Articles

Popular Categories