www.samajalive.in
Monday, December 15, 2025
26.1 C
Bhubaneswar

ବଲିଉଡ୍‌ରୁ ନିଶା ଉତାରୁଛି ଏନ୍‌ସିବି

ତଦନ୍ତ ଏଜେନ୍ସିର ରେଡାରରେ ୫୦ ସେଲିବ୍ରିଟି

ମୁମ୍ବଇ : ନିଶାରେ ଉବୁଟୁବୁ ସିନେମା ଜଗତ। ନିଶା ସେବନ ଆଉ ନିଶା କାରବାର ଉଭୟ କ୍ଷେତ୍ରରେ ବଲିଉଡ୍‌ର ନାମୀଦାମୀ କଳାକାରଙ୍କ ସଂପୃକ୍ତିକୁ ନେଇ ଏବେ ସାରା ଭାରତ ହୁଲସ୍ତୁଲ। ସୁଶାନ୍ତ ସିଂ ରାଜପୁତଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାର ଖୋଳତାଡ଼ ବେଳେ ବଲିଉଡ୍‌ରେ ନିଶା କାରବାର ସଂପର୍କରେ ତଥ୍ୟ ପଦାକୁ ଆସିଲା। ଧୀରେ ଧୀରେ ଏମିତି କିଛି ତଥ୍ୟ ତଦନ୍ତକାରୀ ଏଜେନ୍ସି ହାତରେ ଲାଗିଲା ଯେ ଯାହାକୁ ନେଇ ମାୟାନଗରୀ ମୁମ୍ବଇ ସମେତ ଦେଶର ଅନ୍ୟ କିଛି ରାଜ୍ୟ ମଧ୍ୟ ଏହି ବିବାଦ ଭିତରେ ଛନ୍ଦି ହୋଇପଡ଼ିଲାଣି। ନାର୍କୋଟିକ୍‌ କଂଟ୍ରୋଲ ବ୍ୟୁରୋ(ଏନ୍‌ସିବି)ର ତଦନ୍ତ ବେଳେ ସାମନାକୁ ଆସିଥିବା ଡ୍ରଗ୍ସ ଲିଙ୍କ୍‌ ଏବେ ଫିଲ୍ମ ଇଣ୍ଡଷ୍ଟ୍ରି ସହିତ ସାରା ଦେଶକୁ ଚକିତ କରିଛି। ସୁଶାନ୍ତଙ୍କ ମାମଲାରେ ପଚରାଉଚରା ବେଳେ ରିୟା ଚକ୍ରବର୍ତ୍ତୀ ଇଣ୍ଡଷ୍ଟ୍ରୀର ବହୁ ଲୋକଙ୍କ ନାଁର ଖୁଲାସା କରିଥିଲେ। କୁହାଯାଉଛି ଯେ, ଏନ୍‌ସିବିର ନଜରରେ ଅତିକମ୍‌ରେ ୫୦ରୁ ଅଧିକ ସେଲିବ୍ରିଟି ରହିଛନ୍ତି। ଏମାନଙ୍କ ଭିତରେ ବଲିଉଡ୍‌ ସେଲିବ୍ରିଟି, ପ୍ରଯୋଜକ ଓ ନିର୍ଦେଶକଙ୍କ ନାଁ ବି ଆସିପାରେ।
ଡ୍ରଗ୍ସ କାରବାର ଘଟଣାରେ ଅଧିକ ତଥ୍ୟ ହାସଲ ପାଇଁ ଏନସିବି ଦୀପିକା ପାଦୁକୋଣ, ଶ୍ରଦ୍ଧା କପୁର, ସାରା ଅଲ୍ଲୀ ଖାନ୍ ଓ ରାକୁଲ ପ୍ରୀତ ସିଂ ଏବଂ ଅନ୍ୟମାନଙ୍କୁ ପଚରାଉଚରା ପାଇଁ ଡକାଇଛି। ଦୀପିକା ଗୁରୁବାର ସନ୍ଧ୍ୟାରେ ସ୍ବାମୀ ରଣବୀର ସିଂହଙ୍କ ସହିତ ଗୋଆ ବିମାନବନ୍ଦରରେ ପହଞ୍ଚି ମୁମ୍ବଇ ଆସିଛନ୍ତି। ଦୀପିକା, ସିମୋନ୍ ଓ ରକୁଲପ୍ରୀତଙ୍କୁ ଶନିବାର ଏନସିବିର ମୁମ୍ବଇର କୋଲାବାସ୍ଥିତ ଗେଷ୍ଟହାଉସରେ ପଚରାଉଚରା କରାଯିବ। ଏହା ସହିତ ସାରା ଅଲ୍ଲୀ ଖାନ୍ ଓ ଶ୍ରଦ୍ଧା କପୁରଙ୍କୁ ଏନସିବିର ଜୋନାଲ୍‌ ଅଫିସରେ ପଚରାଉଚରା କରାଯିବ। ଏହା ସହିତ ଏନସିବି ବଲିଉଡ ପାର୍ଟିର ମଧ୍ୟ ଯାଞ୍ଚ କରିବ ବୋଲି ଜଣେ ଅଧିକାରୀଙ୍କ ଠାରୁ ସୂଚନା ମିଳିଛି।
ଏନସିବି ଗତକାଲି ତାଙ୍କୁ ସମନ ପଠାଇଥିଲା। ଦୀପିକାଙ୍କ ବିରୋଧରେ ଏନସିବିକୁ ଏକ ଡ୍ରଗ୍ସ ଚାଟ୍ ମିଳିଥିଲା। ଏହି ଚାଟ୍‌ରୁ ଜଣାପଡ଼ିଛି ଯେ ତାଙ୍କ ମ୍ୟାନେଜର କରିସ୍ମା ପ୍ରକାଶଙ୍କ ଦ୍ବାରା ସେ ଡ୍ରଗ୍ସ ମାଗିଛନ୍ତି। ତେବେ ରିୟାଙ୍କୁ ପଚରାଉଚରା ବେଳେ ଅଭିନେତ୍ରୀ ରାକୁଲପ୍ରୀତ ସିଂଙ୍କ ସମେତ ଶ୍ରଦ୍ଧା କପୁରଙ୍କ ନାଁ ନେଇଥିଲେ। ଆଜି ଏନସିବି ରାକୁଲପ୍ରୀତ ସିଂ ଏବଂ ସିମୋନ୍ ଖମ୍ବାଟାଙ୍କୁ ପଚରାଉଚରା ପାଇଁ ଡାକିଛି।
ସୁଶାନ୍ତ ସିଂହ ରାଜପୁତଙ୍କ ମ୍ୟାନେଜର ଶ୍ରୁତି ମୋଦୀ, ସିମୋନ ଖମ୍ବାଟାଙ୍କୁ ଏନସିବି ଗୁରୁବାର ୪ଘଣ୍ଟା ଜେରା କରିଛି। ଉଭୟଙ୍କୁ ସାମ୍ନାସାମ୍ନି ଜେରା ପାଇଁ ଏନସିବି ଆଉଥରେ ସେମାନଙ୍କୁ ଡାକିପାରେ। ଧର୍ମା ପ୍ରଡକ୍ସନର ନିର୍ଦେଶକ କ୍ଷିତିଜ ପ୍ରସାଦଙ୍କୁ ଏନସିବି ସମନ ଜାରି କରିଛି। ଆସନ୍ତାକାଲି ତାଙ୍କୁ ଜେରା କରାଯାଇପାରେ।

- Advertisement -

ରିୟା, ସୌଭିକ୍‌ଙ୍କ ଜାମିନ ଶୁଣାଣି ୨୯କୁ ସ୍ଥଗିତ

ନୂଆଦିଲ୍ଲୀ : ମାଦକ ଦ୍ରବ୍ୟ କାରବାର ଓ ସେବନ କରିବା ଅଭିଯୋଗରେ ନାର୍କୋଟିକ୍‍ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଦ୍ୱାରା ଗିରଫ ହୋଇଥିବା ବଲିଉଡ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଓ ତାଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀଙ୍କ ଜାମିନ ଆବେଦନର ଶୁଣାଣିକୁ ବମ୍ବେ ହାଇକୋର୍ଟ ସେପ୍ଟେମ୍ବର ୨୯ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି। ଗତ ୨୨ ତାରିଖରେ ରିୟା ଓ ସୌଭିକ ହାଇକୋର୍ଟରେ ଜାମିନ ଆବେଦନ କରିଥିଲେ। ଜାମିନ ଆବେଦନ ଉପରେ ଆଜି ହାଇକୋର୍ଟ ଶୁଣାଣି କରି ଏହାକୁ ୨୯ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି। ଆଜିର ଶୁଣାଣି ସମୟରେ ରିୟାଙ୍କ ଓକିଲ କହିଥିଲେ ଯେ ରିୟାଙ୍କ ବିରୋଧରେ ହୋଇଥିବା ଅଭିଯୋଗ ଜାମିନଯୋଗ୍ୟ। କାରଣ ରିୟାଙ୍କ ନିକଟରୁ କୌଣସି ମାଦକଦ୍ରବ୍ୟ ଜବତ ହୋଇ ନାହିଁ। ଗତ ୨୨ ତାରିଖରେ ଅଦାଲତ ରିୟା ଓ ସୌଭିକ ଚକ୍ରବର୍ତ୍ତୀଙ୍କ ହାଜତ ମିଆଦକୁ ଅଦାଲତ ଅକ୍ଟୋବର ୬ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ। ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ଘଟଣା ପଛର ଡ୍ରଗ୍ସ କାରବାରର ତଦନ୍ତ କ୍ରମରେ ସେପ୍ଟେମ୍ବର ୮ରେ ରିୟାଙ୍କୁ ଏନସିବି ଗିରଫ କରିଥିଲା।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories