www.samajalive.in
Saturday, December 6, 2025
14.1 C
Bhubaneswar

ବଲିଉଡ ଡ୍ରଗ୍ସ ଲିଙ୍କ : କମେଡି କୁଇନ୍‌ ଭାରତୀଙ୍କୁ ଗିରଫ କଲା ଏନ୍‌ସିବି

ମୁମ୍ବଇ : ବଲିଉଡ ଡ୍ରଗ୍ସ ଲିଙ୍କ ମାମଲାରେ କମେଡି କୁଇନ୍‌ ଭାରତୀ ସଂଙ୍କୁ ଗିରଫ କରିଛି (ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ) ଏନସିବି। ଡ୍ରଗ୍ସ ମାମଲାରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ସକ୍ରିୟ ରହିବା ସହ ଶନିବାର ମୁମ୍ବଇରେ ଏନସିବି ୩ଟି ସ୍ଥାନରେ ଚଢ଼ାଉ କରିଥିଲା। କମେଡ଼ିଆନ୍ ଭାରତୀ ସିଂହ ଏବଂ ତାଙ୍କ ସ୍ବାମୀ ହର୍ଷ ଲିମ୍ବାଚିଆଙ୍କ ଘରେ ଚଢ଼ାଉ କରିବା ସମୟରେ (ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ) ଏନସିବି ତାଙ୍କ ଘରୁ ଗଞ୍ଜେଇ  ଜବତ କରିଥିଲା। ଏହାପରେ ଭାରତୀ ଏବଂ ତାଙ୍କ ସ୍ବାମୀ ହର୍ଷଙ୍କୁ ଏନସିବି ସମନ କରିଥିଲା। ପଚରାଉଚୁରା ସମୟରେ ଏନସିବିକୁ ତାଙ୍କୁ ଘରୁ ଉଦ୍ଧାର ହୋଇଥିବା ଗଞ୍ଜେଇ ସଠିକ ଉତ୍ତର ଦେଇ ନପାରିବାରୁ ଭାରତୀଙ୍କୁ (ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ) ଏନସିବି ଗିରଫ କରିଥିବା ଜଣାପଡିଛି।
ଆଜି ବଲିଉଡ ଡ୍ରଗ୍ସ ଲିଙ୍କ ମାମଲାରେ ଧରାପଡିଥିବା ଡ୍ରଗ୍ସ ଡିଲରଙ୍କ ବୟାନକୁ ଆଧାର କରି ଏନସିବି ଯାଞ୍ଚ ଆରମ୍ଭ କରିବା ସହ ଭାରତୀଙ୍କ ଘରେ ଚଢାଉ କରିଥିଲା। ଏହା ପୂର୍ବରୁ ଏନସିବି ଅର୍ଜୁନ ରାମପାଲଙ୍କ ଘରେ ଚଢ଼ାଉ କରିଥିଲା। ଚଢ଼ାଉରେ ଲାପଟପ୍,ମୋବାଇଲ୍ ଫୋନ୍ ଏବଂ ଟ୍ୟାବଲେଟ୍ ଭଳି ଇଲେକ୍ଟ୍ରୋନିକ ଗ୍ୟାଜେଟସ ଜବତ ହୋଇଥିଲା ଏବଂ ଅର୍ଜୁନଙ୍କ ଡ୍ରାଇଭରକୁ ମଧ୍ୟ ଅଟକ ରଖି ପଚରାଉଚୁରା କରାଯାଇଥିଲା। ଏହା ବ୍ୟତୀତ ଏନସିବି ବଲିଉଡ ନିର୍ମାତା ଫିରୋଜ ନାଦିଓ୍ବାଦଓ୍ବାଲାଙ୍କ ପତ୍ନୀଙ୍କୁ ମଧ୍ୟ ତାଙ୍କ ଘରୁ ଗିରଫ କରିଥିଲା।
ସୂଚନାଯୋଗ୍ୟ, ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ଡ୍ରଗ୍ସ କାରବାର ତଦନ୍ତ ଆରମ୍ଭ କରିଥିବା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି)ର ଅନୁସନ୍ଧାନ ବର୍ତ୍ତମାନ ଅନ୍ୟ ଦିଗକୁ ଗତି କରୁଛି। ବର୍ତ୍ତମାନ କେବଳ ଏନସିବି ସୁଶାନ୍ତ ମାମଲା ନୁହେଁ, ବରଂ ମୁମ୍ବଇର ବଲିଉଡରେ ଅଭିଯୁକ୍ତ ଡ୍ରଗ୍ ରାକେଟର ମୂଳ ଖୋଜିବାରେ ଲାଗିଛି। ବର୍ତ୍ତମାନ ଏହି ଚେର ଗୁଡିକ କେତେ ଦୂର ବ୍ୟାପିଛି ଏବଂ ଏହା ପଛରେ କେଉଁ ପ୍ରଭାବଶାଳୀ ଲୋକ କାର୍ଯ୍ୟ କରୁଛନ୍ତି, ତାହା ଅନୁସନ୍ଧାନ ପରେ ହିଁ ସ୍ପଷ୍ଟ ହୋଇଯିବ ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories