www.samajalive.in
Monday, December 8, 2025
16.1 C
Bhubaneswar

ବୋଲଗଡ ମଣ୍ଡଳ ବିଜେପି ପକ୍ଷରୁ ପ୍ରଶିକ୍ଷଣ ଶିବିର

ବୋଲଗଡ଼ : ଭାରତୀୟ ଜନତାପାର୍ଟର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତପ୍ରସାଦ ନଡ୍ଡାଙ୍କ ଆହ୍ୱାନକ୍ରମେ ସାରା ଦେଶରେ ମଣ୍ଡଳସ୍ତରୀୟ ପ୍ରଶିକ୍ଷଣ ଶିବିର କାର୍ଯ୍ୟକ୍ରମ ଚାଲୁରହିଅଛି। ଏହି ଅବସରରେ ଦଳୀୟ ସଙ୍ଗଠନକୁ ସର୍ବସ୍ପର୍ଶୀ, ସର୍ବବ୍ୟାପି ଓ ସର୍ବଗ୍ରାହୀ କରିବା ସହିତ ସ୍ୱନେତୃତ୍ୱକୁ ପୂର୍ଣ୍ଣ ବିକଶିତ କରିବାପାଇଁ ଶନିବାର ବୋଲଗଡସ୍ଥିତ ନନ୍ଦିଘୋଷ ଭବନଠାରେ ବୋଲଗଡ ମଣ୍ଡଳ ପକ୍ଷରୁ ଏକ ଦିନିକିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରଶିକ୍ଷଣ ଶିବିରରେ ଜିଲ୍ଲାସଭାପତି ରଶ୍ମିରଞ୍ଜନ ମହାପାତ୍ର, ଖୋର୍ଦ୍ଧାଜିଲ୍ଲା ପୂର୍ବତନ ଜିଲ୍ଲାସଭାପତି ନିକୁଞ୍ଜ ପଟ୍ଟନାୟକ, ବୋଲଗଡ ବେଗୁନିଆ ନିର୍ବାଚନ ମଣ୍ଡଳୀର ବିଜେପି ନେତା ଋଷଭ ନନ୍ଦ ଓ ଭୁବନେଶ୍ୱର ସଂସଦାଙ୍କ ବୋଲଗଡ-ବେଗୁନିଆ ପ୍ରତିନିଧି ବିଜେପିନେତ୍ରୀ ଅନୁ ଚୌଧୁରୀ, ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ଉଦ୍ବୋଧନ ଦେବା ସହିତ ଆଗାମୀ ଦିନରେ ଦଳୀୟ ସଙ୍ଗଠନକୁ ସୁଦୃଢ ଓ ମଜବୁତ୍ କରିବା ସହିତ ପଞ୍ଚାୟତସ୍ତରର ନିର୍ବାଚନ ପାଇଁ ପ୍ରସ୍ତୁତି ସହିତ କିପରି ବିଜୟୀ ହୋଇପାରିବେ ରଣନିତୀ ଆପଣାଇବାକୁ ଆହ୍ୱାନ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ବିଜେପିର ଜିଲ୍ଲା ଉପସଭାପତି ରଘୁନାଥ ଷଡଙ୍ଗୀ,ରୋଜିନା ଦାସ,ବୋଲଗଡ ବ୍ଲକ ସାଂସଦଙ୍କ ପ୍ରତିନିଧି ଲୋତକବିନ୍ଦୁ ପଟ୍ଟନାୟକ,ନିର୍ବାଚନ ମଣ୍ଡଳୀର ପ୍ରଶିକ୍ଷଣ ସଂଯୋଜକ ସୁବାସ ମିଶ୍ର, ବୋଲଗଡ ମଣ୍ଡଳସଭାପତି ସଞ୍ଜୟ ବେହେରା,କର୍ପୁର ସାହୁ,ଅଜିତ୍ ପଟ୍ଟନାୟକ,ବନ୍ଧୁ ଭୋଳ,ବିନୋଦ ମହାରଣା,ଜଗବନ୍ଧୁ ମୁଦୁଲି ପ୍ରମୁଖ ଏହି ଦିନିକିଆ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories