www.samajalive.in
Sunday, December 14, 2025
23.1 C
Bhubaneswar

ମହାରାଣୀ ସାଗର ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ ଭିତ୍ତିପ୍ରସ୍ତର ସ୍ଥାପନ

ବଲାଙ୍ଗିର: ମହାରାଣୀ ସାଗର ପ୍ରକଳ୍ପ ପାଇଁ ଦୀର୍ଘ ବର୍ଷର ଚେଷ୍ଟା ଫଳପ୍ରଦ ହେବାକୁ ଯାଉଛି। ସହର ମଧ୍ୟରେ ଥିବା ଏହି ଜଳାଶୟ ଲୋକଙ୍କୁ କେବଳ ମନୋରଞ୍ଜନ ଦେବ ନାହିଁ। ଆଗାମୀ ଦିନରେ ଏହି ପ୍ରକଳ୍ପ ବଲାଙ୍ଗିରର ବେରୋଜଗାର ଯୁବକମାନଙ୍କ ପାଇଁ ରୋଜଗାରର ପନ୍ଥା ଦେଖେଇବ। ଶୁକ୍ରବାର ଇନ୍ଦିରାନଗର ଠାରେ ମହାରାଣୀ ସାଗର ସୌନ୍ଦର୍ଯ୍ୟକରଣ ପ୍ରକଳ୍ପର ଭିତ୍ତି ପ୍ରସ୍ତର ଉତ୍ସବରେ ମୁଖ୍ୟଅତିଥି ଭାବେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଯୋଗଦେଇ ଏହା କହିଛନ୍ତି।

ଏହି ପ୍ରକଳ୍ପ ପାଇଁ ବଲାଙ୍ଗିର ବିଧାୟକ ୫ ବର୍ଷ ପୂର୍ବରୁ ଶହେ କୋଟି ଟଙ୍କାର ଦାବି ରଖିଥିଲେ। ଯାହାକି ପରବର୍ତ୍ତି ସମୟରେ ପ୍ରକଳ୍ପ ସୌନ୍ଦର୍ଯ୍ୟକରଣ ପାଇଁ ୨୦ କୋଟି ଟଙ୍କା ମଞ୍ଜୁର ହୋଇଛି। ବଲାଙ୍ଗିରର ପରିବେଶ ସୁରକ୍ଷା ପର୍ଯ୍ୟଟନ, ସ୍ଥାନୀୟ ବାସିନ୍ଦାଙ୍କୁ ରୋଜଗାର ଦେବାରେ ଏହି ପ୍ରକଳ୍ପ ଏକ ଉଦାହରଣ ସୃଷ୍ଟି କରିବ। ଏହି ପ୍ରକଳ୍ପ ପାଇଁ ଶ୍ରୀ ମିଶ୍ର ସ୍ଥାନୀୟ ବାସିନ୍ଦା, ଜିଲା ପ୍ରଶାସନ ତଥା ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇବା ସହ ପ୍ରକଳ୍ପ ସମ୍ପୁର୍ଣ୍ଣ କରିବାର ଧାର୍ଯ୍ୟ ସମୟ ଏକ ବର୍ଷ ମଧ୍ୟରେ ଯେମିତି ସମ୍ପୁର୍ଣ୍ଣ ହୋଇପାରିବ ସେ ଦିଗରେ ସମସ୍ତେ ଯତ୍ନବାନ ହେବା ଦରକାର ବୋଲି ଅନୁରୋଧ କରିଥିଲେ। ସୂଚନାଯୋଗ୍ୟ ଯେ, ଡିସେମ୍ବର ଶେଷ ସପ୍ତାହରେ ନିର୍ମାଣକାରୀ ସଂସ୍ଥା ନେସନାଲ ପ୍ରୋଜେକ୍ଟ କନଷ୍ଟ୍ରକସନ କର୍ପୋରେସନ (ଏନ୍‍ସିସିବି) ଏବଂ ଜିଲା ପ୍ରଶାସନ ସହ ଏହି ପ୍ରକଳ୍ପର ନିର୍ମାଣ ପାଇଁ ଚୁକ୍ତି ସ୍ୱାକ୍ଷର ହୋଇଥିଲା। ଓୟୁଆଇଡିଏଫ୍‍ ପାଣ୍ଠିରୁ ପ୍ରକଳ୍ପ ପାଇଁ ୨୦ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ମହାରାଣୀ ସାଗରରେ ବୋଟିଂ, ୱାଟର ସ୍ପିଙ୍କଲର ସହ ଲାଇଟ ଗେମ୍ସ, ପାକିଂ, ଫୁଡ ଜୋନ, ଛୋଟ ଛୁଆଙ୍କ ଖେଳିବା ସ୍ଥାନ, ଆର୍ଟ ଏଣ୍ଡ କ୍ରାପ୍ଟ ଜୋନ, ପାର୍ଟି ଲନ, ଓପନ ଜିମ୍‍, ବୟସ୍କମାନଙ୍କ ପାଇଁ ପାର୍କ, ବ୍ୟାୟାମ କରିବା ପାଇଁ ସ୍ଥାନ, ବଗିଚା ଏହିଭଳି ଅନେକ ସୁବିଧା ଭିତରେ ଉପଲବ୍ଧ ରହିବ। ଏହି ପ୍ରକଳ୍ପର ଉଦ୍‍ଘାଟନ ପରେ ସହର ମଧ୍ୟରେ ଟିକ୍ରାପଡା ଗାନ୍ଧୀ ପାଠାଗାର ଛକରେ ଥିବା ପାକିଂ ଜୋନ ଏବଂ ଭୀମଭୋଇ ମେଡିକାଲ କଲେଜ ଏବଂ ଡାକ୍ତରଖାନା ଛକରେ ଥିବା ପାର୍କିଂ ସହ ଭେଣ୍ଡିଂ ଜୋନ ଉଦ୍‍ଘାଟନ କରିଥିଲେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର। କାର୍ଯ୍ୟକ୍ରମରେ ଡୁଡା ପ୍ରକଳ୍ପ ନିର୍ଦ୍ଦେଶକ ସୁଦର୍ଶନ ସାଏ, ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ବିପିନ ବିହାରୀ ଦୀପ, କନିଷ୍ଠ ଯନ୍ତ୍ରୀ ରୋଜାଲିସା ରାଉତ, ସହକାରୀ ଯନ୍ତ୍ରୀ ଗୋଲକ ବିହାରୀ ସାହୁ, କନିଷ୍ଠ ଯନ୍ତ୍ରୀ ସଂଜୟ କୁମାର ମହାନ୍ତିଙ୍କ ସମେତ ସ୍ଥାନୀୟ ଲୋକେ ଉପସ୍ଥିତ ଥିଲେ।

Hot this week

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

ପୁଅର ପରୀକ୍ଷା ପାଇଁ ୮୦୦ କିମି କାର୍‌ ଡ୍ରାଇଭ୍‌ କଲେ ବାପା

ଚଣ୍ଡିଗଡ଼ : ଇଣ୍ଡିଗୋ ସଙ୍କଟ ସମୟରେ ଦେଶର ବିଭିନ୍ନ ବିମାନ ବନ୍ଦରରେ...

ଯାତ୍ରୀଙ୍କୁ ୫୦୦ କୋଟିରୁ ଅଧିକ କ୍ଷତିପୂରଣ ଦେବ ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନସେବାରୁ ବଞ୍ଚିତ ହୋଇଥିବା ତଥା ଅଧିକ ମାତ୍ରାରେ ପ୍ରଭାବିତ...

ପରୀକ୍ଷା ବେଳେ ବିଶ୍ୱବିଦ୍ୟାଳୟରେ ଗୁଳିକାଣ୍ଡ: ୨ମୃତ

ସମାଜ ଡିଜିଟାଲ ଡେସ୍କ: ଆମେରିକାର ବ୍ରାଉନ୍ ବିଶ୍ୱବିଦ୍ୟାଳୟରେ ଜଣେ ଯୁବକ ପ୍ରବେଶ...

Related Articles

Popular Categories