www.samajalive.in
Saturday, December 6, 2025
26.1 C
Bhubaneswar

ଖଣ୍ଡା ଧୂଆ ବେଳେ ଅଘଟଣ; ନିଶାନ ବାଦକଙ୍କ ମୃତ୍ୟୁ

ବଲାଙ୍ଗିର: ପାଟଣାଗଡ଼ର ପ୍ରସିଦ୍ଧ ଇଷ୍ଟଦେବୀ ମା’ ପାଟଣେଶ୍ୱରୀଙ୍କ ପାଟଖଣ୍ଡାକୁ ରବିବାର ରାତିରେ ପଞ୍ଚବାଦ୍ୟ ସହ ଶାେଭାଯାତ୍ରାରେ ସ୍ଥାନୀୟ ପୋଖରୀକୁ ନିଆଯାଉଥିବା ବେଳେ ନିଶାନ ବାଦକ କୁଶ କାଲସାଏଙ୍କ ମୃତ୍ୟୁ ଘଟିଛି। ସେ ବାଦ୍ୟ ବଜାଉଥିବା ଅବସ୍ଥାରେ ହଠାତ୍ ଅଚେତ ହୋଇପଡ଼ିଥିଲେ। ତାଙ୍କୁ ଡାକ୍ତରଖାନା ଅଣା ଯାଇଥିଲେ ମଧ୍ୟ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ନକଟାସର ଗ୍ରାମରେ ରହୁଥିବା କୁଶଙ୍କ ପୁଅ ବନମାଳୀ କାଲସାଏ ଏହି ଖବର ପାଇ ବିଳମ୍ବିତ ରାତିରେ ପାଟଣାଗଡ଼ ଡାକ୍ତରଖାନାରେ ପହଞ୍ଚିଥିଲେ। ତାଙ୍କ ପିତା ଦେବ କାର୍ଯ୍ୟରେ ନିୟୋଜିତ ଥିବା ବେଳେ ମୃତ୍ୟୁବରଣ କରିଛନ୍ତି। ତେଣୁ ସରକାରୀ ସାହାଯ୍ୟ ଯୋଗାଇ ଦେବାକୁ ବନମାଳି ଦାବି କରିଥିଲେ। କିନ୍ତୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଦେବୋତ୍ତର ବିଭାଗର କେହି ଅଧିକାରୀ କି କର୍ମଚାରୀ ଡାକ୍ତରଖାନାକୁ ନଆସିବାରୁ ଶବ ବ୍ୟବଚ୍ଛେଦ ହୋଇ ନପାରି ଡାକ୍ତରଖାନାରେ ପଡ଼ି ରହିଥିଲା। ଶେଷରେ ଦେବୋତ୍ତର କିରାଣୀ ଦିଲ୍ଲୀପ ବଗର୍ତ୍ତି ଆସି ମୃତଦେହକୁ ଗାଁକୁ ନେବା ପାଇଁ ଗାଡ଼ି ବନ୍ଦୋବସ୍ତ କରିବା ସହ କୁଶଙ୍କ ପଅଙ୍କୁ ୧ ହଜାର ଟଙ୍କା ଶବଦାହ ପାଇଁ ପ୍ରଦାନ କରିଥିଲେ। ଆର୍ଥିକ ସହାୟତା ବନ୍ଦୋବସ୍ତ କରାଯିବ ବୋଲି ସେ ପ୍ରତିଶୃତି ଦେବା ପରେ ଶବ ବ୍ୟବଚ୍ଛେଦ ପାଇଁ ପଠା ଯାଇଥିଲା।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories