www.samajalive.in
Saturday, December 6, 2025
19.1 C
Bhubaneswar

କଣ୍ଟାବାଞ୍ଜି ଜବତ ଅର୍ଥ ହେରଫେର ମାମଲା; ଉପଖଣ୍ଡ ଡିଏସପିଙ୍କୁ ମୁଖ୍ୟାଳୟରେ ଯୋଗ ଦେବାକୁ ନିର୍ଦେଶ

ବଲାଙ୍ଗିର: ମୋ ଇଚ୍ଛା ବିରୋଧରେ ପଚାରନ୍ତୁ ନାହିଁ…ମୋର ଅଧିକାର ଅଛି। ମୋର ବ୍ୟକ୍ତିଗତ ଜୀବନ ଅଛି। ମୋତେ କହିବାକୁ ବାଧ୍ୟ କରନ୍ତୁ ନାହିଁ…..ତେବେ ନାହିଁ କହି ଅନେକ କଥା କହିଗଲେ ବଡ ବାବୁ।

ବଲାଙ୍ଗିର ଜିଲା କଣ୍ଟାବଞ୍ଜି ଉପଖଣ୍ଡ ଡିଏସପି ଡ.ହୃଷିକେଶ ମେହେର ଜୁଆଡ଼ି ଗିରଫ ଓ ଜବତ ଟଙ୍କାରେ ହେରଫେର ମାମଲାରେ ବିବାଦୀୟ ହେଲା ପରେ ତାଙ୍କୁ ଏସଡିପିଓ ପଦ ପ୍ରତ୍ୟାହାର କରି ଜିଲା ପୁଲିସ ମୁଖ୍ୟାଳୟରେ ଯୋଗ ଦେବାକୁ ନିର୍ଦେଶ ହୋଇଥିଲା। ସୋମବାର ସେ ବଲାଙ୍ଗିର ପୁଲିସ ମୁଖ୍ୟାଳୟରେ ଗଣମାଧ୍ୟମକୁ ପ୍ରତିକ୍ରିୟା ନଦେବାକୁ କହୁଥିବା ବେଳେ ଅନେକ କଥା ଖୋଲି ଦେଇଛନ୍ତି।

- Advertisement -

ସୂଚନା ଅନୁସାରେ, ଗୁରୁବାର ରାତିରେ କଣ୍ଟାବାଞ୍ଜି ପୁଲିସ ସ୍ଥାନୀୟ ପର୍ଶୁରାମ ଛକ ସ୍ଥିତ ଶ୍ରୀଅନ୍ନପୂର୍ଣ୍ଣା ଲଜରେ ଚଢାଉ କରିଥିଲା। ଆନ୍ଧ୍ରପ୍ରଦେଶର ୭ଜଣଙ୍କୁ ଧରିବା ସହ ପୁଳା ପୁଳା ନୋଟ ବିଡା ଜବତ କରିଥିଲା। ଶୁକ୍ରବାର ପୁଲିସ ଦାଦନ ସର୍ଦାରଙ୍କୁ ଧରିଛି ଓ କୋଟିଏରୁ ଊର୍ଦ୍ଧ୍ବ ଟଙ୍କା ଜବତ କରିଥିବା ପ୍ରଘଟ ହେଲା। ଉପଖଣ୍ଡ ଡିଏସପି ଡ.ମେହେର ଘଟଣା ସଂପର୍କରେ ବିବୃତି ଦେଲେ। ଦାଦନ ସର୍ଦାର ନୁହେଁ, ୭ଜଣ ଜୁଆଡିଙ୍କୁ ଗିରଫ କରାଯାଇଛି। ସେମାନଙ୍କଠାରୁ ୫୮ଲକ୍ଷ ୫୨ହଜାର ୨୫୦ଟଙ୍କା ଜବତ କରାଯାଇଛି। ତେବେ ପୁଲିସର ବିବୃତି ଉପରେ ସନ୍ଦେହ ସୃଷ୍ଟି ହୋଇଥିଲା। ଅତିରିକ୍ତ ଏସପି ସୁରେଶ କୁମାର ନାୟକ ଯାଇ ତଦନ୍ତ କରିଥିଲେ। ଏସପି ନୀତିନ କୁଶଲକର ମଧ୍ୟ ଜବତ ଅର୍ଥ ହେରଫେର ଓ ମାମଲାର ସଠିକ ପରିଚାଳନା ହୋଇ ନଥିବା ସ୍ବୀକାର କରିଥିଲେ। ଖବର ଅନୁସାରେ, ଜବତ ଦେଖାଯାଉଥିବା ଟଙ୍କାରୁ ଅଧିକ ୧୩ ଲକ୍ଷ ଟଙ୍କା ବ୍ୟାଗ ଥାନାରୁ ମିଳିଛି। ଏସପି କୁଶଲକର ଉପଖଣ୍ଡ ଡିଏସପି ଡ.ମେହେର, ଆଇଆଇସି, ଏସଆଇ, ଏଏସଆଇ ଓ କନେଷ୍ଟବଳଙ୍କୁ ଡକାଇ ପଚରା ଉଚୁରା କରିଥିଲେ। ଏହାପରେ ରବିବାର ରାତିରେ ଉପଖଣ୍ଡ ଡିଏସପିଙ୍କୁ ହଟାଇ ମୁଖ୍ୟାଳୟରେ ଯୋଗଦେବାକୁ ନିର୍ଦେଶ ଦେଇଥିଲେ। ସୋମବାର ଏସପି କାର୍ଯ୍ୟାଳୟକୁ ଡ.ମେହେର ଆସିଥିଲେ। ତାଙ୍କ ପ୍ରତିକ୍ରିୟା ନେବାରୁ ସେ କହିଥିଲେ ଯେ, ଜବତ ଅର୍ଥ ହେରଫେରରେ ମୁଁ ସଂପୃକ୍ତ ନୁହେଁ। ନା ମୁଁ ତଦନ୍ତକାରୀ ଅଧିକାରୀ..ନା ମୁଁ ରିପୋର୍ଟ କରିଛି…ନା ମୁଁ ଘଟଣାସ୍ଥଳକୁ ଯାଇଛି। ତଥ୍ୟ ପ୍ରମାଣ ଦେଲେ। ଗଣମାଧ୍ୟମ ସମ୍ମୁଖରେ ବିବୃତି ଦେବାକୁ ଉପରିସ୍ଥ ଅଧିକାରୀ କହିଲେ। ଟଙ୍କା ଗଣିଛି ନା ଲୁଚାଇଛି। ମୁଁ ବିବୃତି ଦେଲି। ମୋ ମୁଣ୍ଡରେ ଅଠା ବୋଳି ଦେଲେ। ମୁଁ ଦୋଷୀ ନୁହଁ। ସେହିପରି ଏସଡିପିଓ ଥାନାରେ କାହିଁକି ଟଙ୍କା ଲୁଚାଇବେ? ଥାନାରେ ଯିଏ ଟଙ୍କା ଲୁଚାଇଛି ସେ ଜାଣିଛି। ମୁଁ କେମିତି ଜାଣିବି? ଅନ୍ୟ କାମରେ ଥିଲି ବୋଲି ଡ.ମେହେର କହିଛନ୍ତି। ମୁଖ୍ୟାଳୟରେ ଯୋଗଦେବାକୁ ନିର୍ଦେଶ ଦେଲେ ସରକାର। ମୁଁ ଯୋଗଦେବାକୁ ଆସିଥିବା କହିଛନ୍ତି ସେ।

ପୁଲିସ ବର୍ଦିରେ ଲାଗିଥିବା ଟଙ୍କା ହେରଫେର ଓ ଦାଦନ ସର୍ଦାରଙ୍କୁ ଜୁଆଡି ସଜାଇବା ପୁଲିସ ବାବୁମାନଙ୍କୁ ମହଙ୍ଗା ପଡିପାରେ ବୋଲି ଚର୍ଚ୍ଚା ହେଉଛି। ଡିଏସପି ଡ.ମେହେରଙ୍କୁ ପଦରୁ ହଟାଇବା ପରେ କାହା ପାଳି ପଡୁଛି ତା ଉପରେ ସମସ୍ତଙ୍କ ଆଖି। ହେଲେ ମାମଲା ପରେ ନିନ୍ଦିତ ଜିଲା ପୁଲୁସ ସତର୍କତା ଅବଲମ୍ବନ କରୁଛି। ହାତେ ମାପି ଚାଖଣ୍ଡେ ଚାଲୁଛି।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories