www.samajalive.in
Monday, December 8, 2025
16.1 C
Bhubaneswar

ଶ୍ରାବଣ ବର୍ଷା ଉପରେ ଧାନଚାଷର ଭାଗ୍ୟ

ବଲାଙ୍ଗିର : ବଲାଙ୍ଗିର ଜିଲାର ଚାଷୀଙ୍କ ମୁଣ୍ଡବ୍ୟଥାର କାରଣ ପାଲଟିଛି ବର୍ଷାର ଲୁଚକାଳି ଖେଳ। ଆଷାଢର ଭଲ ବର୍ଷାରେ ଚାଷୀ ମନ ଖୁସି ରହିଥିଲା। ବର୍ଷା ଆଗମନରେ ଚାଷ କାମ ଆରମ୍ଭ କରିଥିଲା। କିନ୍ତୁ ଶ୍ରାବଣରେ ବର୍ଷାର ଲୁଚକାଳି ଖେଳ ଚଳିତ ଖରିଫ ଚାଷକୁ ବିଳମ୍ବ କରିବ ବୋଲି ଆଶଙ୍କା ପ୍ରକାଶ ପାଇଛି। ଶ୍ରାବଣରେ ଆବଶ୍ୟକତା ପରିମାଣର ବର୍ଷା ନହେଲେ ଚାଷ କାମ ବିଳମ୍ବ ହେବ ବୋଲି ଚାଷୀମାନେ ସୂଚନା ଦେଇଛନ୍ତି। ଏମିତିରେ ଜୁଲାଇ ବୃଷ୍ଟିପାତ ପରିମାଣ ଉପରେ ଖରିଫ ଚାଷର ଭାଗ୍ୟ ରହିଥିବା ଆଲୋଚନା ହେଉଛି।
ବଲାଙ୍ଗିର ଜିଲାରେ ବର୍ଷା ଆଶ୍ରିତ ପାଣି ଉପରେ ଚାଷୀଙ୍କ ଭାଗ୍ୟ ନିର୍ଭର କରିଥାଏ। ବର୍ଷା ଭଲ ହେଲେ ଚାଷ ଭଲ। ଆବଶ୍ୟକତା ଠାରୁ ଅଧିକ କିମ୍ବା କମ ହେଲେ ଚାଷ ନଷ୍ଟ ହେବାର ସମ୍ଭାବନା ଅଧିକ ରହିଥାଏ। ଏଥିପାଇଁ ବର୍ଷାର ପରିମାଣ ଉପରେ ବଲାଙ୍ଗିର ଚାଷୀର ନଜର ସବୁବେଳେ ରହିଥାଏ।

ସୂଚନା ଅନୁସାରେ, ଜିଲାରେ ଜୁନ ମାସରେ ୨୪୧ ମିମି ବର୍ଷା ରେକର୍ଡ କରାଯାଇଥିଲା। ଯାହାକି ସ୍ୱାଭାବିକ ବର୍ଷା ଠାରୁ ଅଧିକ ରହିଥିଲା। ଜିଲାର କିଛି ବ୍ଲକକୁ ଛାଡିଦେଲେ ଅନ୍ୟ ପ୍ରାୟ ସମସ୍ତ ବ୍ଲକରେ ଭଲ ବର୍ଷା ଯୋଗୁ ଚାଷ କାମ ଆରମ୍ଭ ହୋଇଥିଲା। ଜୁଲାଇ ମାସରେ ସ୍ୱାଭାବିକ ବର୍ଷା ପରିମାଣ ୩୬୦ ମିମି ରହିଛି। କିନ୍ତୁ ୧୨ ତାରିଖ ସୁଦ୍ଧା ଜିଲାରେ କେବଳ ୧୧୮ ମିମି ବର୍ଷା ରେକର୍ଡ କରାଯାଇଛି। ଏହି ୧୨ ଦିନ ଭିତରେ ଦୁଇ ରୁ ତିନି ଦିନ ଭଲ ବର୍ଷା ହୋଇଛି। ଅନ୍ୟ ଦିନମାନଙ୍କରେ ବର୍ଷା ହୋଇଥିଲେ ମଧ୍ୟ ତାହା ଚାଷୀ କାମରେ ଲାଗିବା ଅସମ୍ଭବ। ଫଳରେ ଜୁନ ମାସରେ ଆରମ୍ଭ ହୋଇଥିବା ଚାଷ କାମ ଜୁଲାଇ ମାସରେ ଆଶାତୀତ ଭାବେ ଆଗେଇନଥିବା ଦେଖିବାକୁ ମିଲିଛି। ଅନେକ ସ୍ଥାନରେ ଜମି ପାଣି ଶୁଖିବାରେ ଲାଗିଛି। ଆଗକୁ ଭଲ ବର୍ଷା ନହେଲେ ଏହି ଧାନ ପଲହା କିଆରୀ ନଷ୍ଟ ହେବାର ସମ୍ଭାବନା ରହିଛି। କିଛି ବ୍ଲକରେ ତଳିରୁଆ କାମ ଆରମ୍ଭ ହୋଇଛି। ସବୁକିଛି ବର୍ଷା ଉପରେ ନିର୍ଭର କରୁଥିବାବେଳେ ଶ୍ରାବଣରେ ବର୍ଷା ଧୋକା ଦେଲେ ସବୁ ସରିଲା। ଯଦିଓ ରବିବାର ଜିଲାରେ ବର୍ଷା କିଛି ପରିମାଣରେ ହୋଇଛି ତେବେ ତାହା ଆଗକୁ ଜାରି ରହିବ ନା ପୁଣି ବର୍ଷା ଫେରିଯିବ ତାକୁ ନେଇ ଆଶା ଆଶଙ୍କା ଦେଖାଦେଇଛି। ଜିଲାରେ ପ୍ରତି ଖରିଫରେ ପ୍ରାୟ ୩ଲକ୍ଷ ୯୦ ହେକ୍ଟର ଜମିରେ ଧାନ ଚାଷ କରାଯାଇଥାଏ। ଚିର ମରୁଡି ଜିଲାରେ ଗତ କିଛି ବର୍ଷ ହେଲା ଭଳ ଧାନ ଚାଷ ହୋଇଆସୁଛି। ତେବେ ଚଳିତ ଖରିଫରେ ଚାଷ କିପରି ହେବ ତାକୁ ନେଇ ମଧ୍ୟ ଅନେକ ଆଶା ରହିଛି। ଫଳରେ ଜୁଲାଇ ବର୍ଷାକୁ ଚାଷୀ ଧ୍ୟାନରେ ରଖିଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories