www.samajalive.in
Saturday, December 6, 2025
26.1 C
Bhubaneswar

ସୁସ୍ଥ ଓ ନୀରୋଗ ଜୀବନ ପାଇଁ ଶାରୀରିକ ଶିକ୍ଷା ଓ ଯୋଗ ନିତ୍ୟାନ୍ତ ଜରୁରୀ

ବୋଲଗଡ଼: ବୋଲଗଡ଼ ଶିକ୍ଷା ବ୍ଲକ ଅନ୍ତର୍ଗତ ଦେଉଳି ସ୍ଥିତ ଶ୍ରୀରାଧା ମାଧବ ସଂସ୍କୃତ ମହା ବିଦ୍ୟାଳୟର ଅଧ୍ୟକ୍ଷ ବଟକୃଷ୍ଣ ସାହୁଙ୍କ ଅଧ୍ୟକ୍ଷତାରେ ଓ ଖେଳ ଶିକ୍ଷକ ଡ଼. କେଶବ ଚନ୍ଦ୍ର ଜୟସିଂହଙ୍କ ଆବାହକତ୍ବରେ ଏକ ଶାରୀରିକ ଶିକ୍ଷା ଓ ଯୋଗ ପ୍ରଶିକ୍ଷଣ ଶିବିର କଲେଜ ପରିସରରେ ଆଜି ଅନୁଷ୍ଠିତ ହୋଇଥିଲା। ଏହି ଯୋଗ ଶିବିରରେ ୮୦ ଜଣ ଛାତ୍ର ମାନଙ୍କ ଦ୍ଵାରା ଲମ୍ବ ଡିଆଁ , ଉଚ୍ଚ ଡିଆଁ , ଦୌଡ଼, ଧୀର ସାଇକେଲ ଚାଳନା, ସର୍ଟ୍ ଫୁଟ୍ ଥ୍ରାେ, ଡିସକସ୍ ଥ୍ରୋ, ମ୍ୟୁଜିକ୍ ଚେୟାର, କ୍ରୀଡା ପ୍ରତିଯୋଗିତା ମାନ ଅନୁଷ୍ଠିତ ହୋଇଥିଲା। ୮୦ ଜଣ ଛାତ୍ରୀ ମାନଙ୍କ ଦ୍ଵାରା ପଦ୍ମାସନ୍, ଯୋଗ ମୁଦ୍ରା, ସୂର୍ଯ୍ୟ ନମସ୍କାର, ତ୍ରିକୋଣ ଆସନ, ହଳା ଆସନ, ମାଛ ଆସନ, ପଶ୍ଚିମ ତମା ଆସନ , ଉଜ୍ଜୟୀ ପ୍ରାଣାୟମ ଓ ଘାମରି ପ୍ରାଣାୟମ ଇତ୍ୟାଦି ଖେଳ ଶିକ୍ଷକ ଡ଼ . କେଶବ ଚନ୍ଦ୍ର ଜୟସିଂହ ନିର୍ଦ୍ଦେଶନା ରେ ହୋଇଥିଲା ।
ପାଠ ପଢ଼ା ସହିତ ଶାରୀରିକ ଶିକ୍ଷା ଓ ଯୋଗ ଶିକ୍ଷଓ ଶରୀର ପାଇଁ ନିତ୍ୟାନ୍ତ ଆବଶ୍ୟକ। ଶାରୀରିକ ଶିକ୍ଷା ଓ ଯୋଗ ଶିକ୍ଷଓ ସମସ୍ତଙ୍କର ଶରୀରକୁ ସୁସ୍ଥ ଓ ନୀରୋଗ ରଖିଥାଏ ବୋଲି ଅଧ୍ୟକ୍ଷ ଵଟ କୃଷ୍ଣ ସାହୁ ଓ ଖେଳ ଶିକ୍ଷକ ଡ. କେଶବ ଚନ୍ଦ୍ର ଜୟସିଂହ ଛାତ୍ରଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ। ସମସ୍ତ ଖେଳ ,ଯୋଗ ଓ ପ୍ରାଣାୟାମ କାର୍ଯ୍ୟକ୍ରମଗୁଡ଼ିକୁ ଶିକ୍ଷକ ଡ଼ . ଦୈତାରୀ ଦାସ ,ମାଧବ ମହାରଣା,ଉତ୍ତମ କୁମାର ବେହେରା,ନିରଞ୍ଜନ ମହପାତ୍ର ଓ ଶିକ୍ଷୟତ୍ରୀ ଡ଼. ଆହୁତି ରଥ, ସସ୍ମିତା ମିଶ୍ର ପ୍ରମୁଖ ପରିଚାଳନା ଓ ସଂଯୋଜନା କରିଥିଲେ।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories