www.samajalive.in
Saturday, December 13, 2025
26.1 C
Bhubaneswar

ବିରୂପାରେ ଡ଼ଙ୍ଗା ବୁଡି ଯୁବକ ମୃତ

ସାଲେପୁର : କଟକ ଜିଲ୍ଲା ସାଲେପୁର ଥାନା ନରଦା ହରିପୁର ଘାଟରେ ଡ଼ଙ୍ଗା ବୁଡି ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି । ଲେଖନପୁର ଗାଁର ଦୋଳ ବିମାନ ଟାଙ୍ଗୀ-ଗୋବିନ୍ଦପୁର ମେଲଣକୁ ଯାଇ ମେଲଣ ସାରି ହରିପୁର ଘାଟରେ ଡ଼ଙ୍ଗା ରେ ୧୦ ରୁ ୧୫ ଜଣ ପାରିହୋଇ ଆସୁଥିବା ବେଳେ ବିରୂପା ନଦୀରେ ଡ଼ଙ୍ଗାଟି ବୁଡି ଯାଇଥିଲା। ଏଥିରେ ଭୀମଦାସପୁର ପଞ୍ଚାୟତ ଗୋଠଦା କୁଣ୍ଡିକୁଳ ଗ୍ରାମର ରଶ୍ମି ରଞ୍ଜନ ବେହେରା ବୁଡି ମୃତୁ ହୋଇଥିବା ଜଣାପଡିଛି। ସ୍ଥାନୀୟ ଲୋକେ ଓ ଅଗ୍ନିଶମ ବିଭାଗ ସହାୟତାରେ ରଶ୍ମି ରଞ୍ଜନଙ୍କୁ ସ୍ଥାନୀୟ ମେଡିକାଲକୁ ନିଆଯାଇଥିଲା। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ମୃତ ଯୁବକ ଜଣଙ୍କ  +୨ ପରୀକ୍ଷା ଦେଉଥିଲେ। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ବେଆଇନ ବାଲି ଘାଟ ଯୋଗୁ ଡଙ୍ଗା ବୁଡିଲା  ବୋଲି ଲୋକ ଅଭିଯୋଗ କରିଛନ୍ତି।

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories