ବ୍ରହ୍ମପୁର: ଗଞ୍ଜାମ ଜିଲାରେ କାର୍ଯ୍ୟରତ ଜଣେ ସେନା ଅଧିକାରୀଙ୍କ କ୍ରେଡିଟ କାର୍ଡରୁ ଅଢେଇ ଲକ୍ଷରୁ ଅଧିକ ଟଙ୍କା ଠକି ନେଇଛନ୍ତି ସାଇବର ଠକ ା ସେହିପରି ଜଣେ ସେନା କର୍ମଚାରୀଙ୍କ ଅଜାଣତରେ ସାଇବର ଠକ ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୩ ଲକ୍ଷ ୬୯ ହଜାର ଟଙ୍କା ଠକି ନେଇଛନ୍ତି ା ଏ ନେଇ ବ୍ରହ୍ମପୁର ସାଇବର ଓ ଅର୍ଥନୈତିକ ଅପରାଧ ଥାନାରେ ୨ଟି ପୃଥକ ମାମଲା ରୁଜୁ ହେବା ସହ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ା ସୂଚନାପ୍ରକାରେ, ଗଞ୍ଜାମ ଜିଲାରେ କାର୍ଯ୍ୟରତ ବାହାର ରାଜ୍ୟର ଜଣେ ମହିଳା ସେନା ଅଧିକାରୀ ଆଇସିଆଇସିଆଇ ବ୍ୟାଙ୍କର କ୍ରେଡିଟ କାର୍ଡ ସହ ଅନ୍ୟ କ୍ରେଡିଟ କାର୍ଡ ବ୍ୟବହାର କରୁଛନ୍ତି।
୨ ଦିନ ତଳେ ତାଙ୍କ ନିକଟକୁ ଏକ ଅଜଣା ନମ୍ବରରୁ ଫୋନ ଆସିଥିଲା ା ଫୋନ କରିଥିବା ବ୍ୟକ୍ତି ଜଣଙ୍କ ନିଜକୁ ଆଇସିଆଇସିଆଇ କ୍ରେଡିଟ କାର୍ଡର କଷ୍ଟମର କେୟାର ପ୍ରତିନିଧି ବୋଲି ଦର୍ଶାଇଥିଲେ ା ସେହିକ୍ରମରେ ସେନା ଅଧିକାରୀ ଜଣଙ୍କ ତାଙ୍କ ସହ କଥା ହୋଇ ଆପଣଙ୍କ କ୍ରେଡିଟ କାର୍ଡରେ ନେଣଦେଣରେ ସମସ୍ୟା ରହିଛି ବୋଲି ସେନା ଅଧିକାରୀଙ୍କୁ କହିଥିଲା ା ଏଥିପାଇଁ ସେ ସେନା ଅଧିକାରୀଙ୍କୁ ତାଙ୍କ କ୍ରେଡିଟ କାର୍ଡର ସବିଶେଷ ତଥ୍ୟ ମାଗି ନେଇଥିଲା ା ଏହାର କିଛି ଘଣ୍ଟା ମଧ୍ୟରେ ତାଙ୍କ ୨ଟି କ୍ରେଡିଟ କାର୍ଡରୁ ପର୍ଯ୍ୟାୟକ୍ରମେ ୨ ଲକ୍ଷ ୫୦ ହଜାରରୁ ଅଧିକ ଟଙ୍କା କଟି ଯାଇଥିଲା ା ସେହିପରି କିଛି ଦିନ ତଳେ ଗଞ୍ଜାମ ଜିଲାରେ କାର୍ଯ୍ୟରତ ଆନ୍ଧ୍ରପ୍ରଦେଶର ଜଣେ ସେନା କର୍ମଚାରୀ ମଧ୍ୟ ସାଇବର ଠକେଇର ଶିକାର ହୋଇ ଅଜାଣତରେ ବ୍ୟାଙ୍କ ଆକାଉଣ୍ଟରୁ ପର୍ଯ୍ୟାୟକ୍ରମେ ୩ ଲକ୍ଷ ୬୯ ହଜାର ଟଙ୍କା ଠକିନେଇଛନ୍ତି।



