ମାଲକାନଗିରି : ମାଲକାନଗିରି ଜିଲା ଆଇନ ସେବା ପ୍ରାଧିକରଣ ଓ ଯୁବ ରେଡକ୍ରସର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଉପଖଣ୍ଡିୟ ଦଣ୍ଡାଧିକାରୀ କୋର୍ଟ ସଭାଗୃହରେ ରବିବାର ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ସ୍ୱେଚ୍ଛାକୃତ ରକ୍ତଦାନ ଶିବିରରେ ୧୫୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି। ଏହି ରକ୍ତଦାନ ଶିବିରରେ ୮୫ ବାଟାଲିୟନ ଯବାନ, କୋର୍ଟର କର୍ମଚାରୀ ଆଦି ରକ୍ତ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ମାଲକାନଗିରି ଜିଲା ବିଚାରପତି ତଥା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ମାନଓ କୁମାର ମିଶ୍ର, ୮୫ ବାଟାଲିୟନ ଡିଆଇଜି ବଜେନ୍ଦ୍ର ସିଂ, ଏଡିଏମଓ ଅମରେନ୍ଦ୍ର ମହାନ୍ତି ଆଦି ଯୋଗ ଦେଇଥିଲେ। ଯୁବ ରେଡକ୍ରସ ଆବାହକ ତଥା ସମ୍ପାଦକ ରଞ୍ଜନ କୁମାର ସ୍ୱାଇଁ କାର୍ଯ୍ୟକ୍ରମର ଦାୟିତ୍ୱ ନେଇଥିଲେ।
Popular Categories



