www.samajalive.in
Saturday, December 6, 2025
23.1 C
Bhubaneswar

ବିଜେଡି ପକ୍ଷରୁ ରକ୍ତଦାନ ଓ ସଫେଇ ଅଭିଯାନ

ଆଠଗଡ : ବିଜୁ ଜନତା ଦଳ ପକ୍ଷରୁ ଅକ୍ଟୋବର୨ତାରିଖରୁ ନଭେମ୍ବର ୨ ପର୍ଯ୍ୟନ୍ତ ରାଜ୍ୟ ବ୍ୟାପୀ ଚାଲିଥିବା ଶ୍ରମଦାନ, ରକ୍ତଦାନ ଓ ସଫେଇ ଅଭିଯାନ ପରିପ୍ରେକ୍ଷୀରେ ଆଠଗଡ ବିଜେଡି ପକ୍ଷରୁ ଶନିବାର ରାଜନଗରରେ ରକ୍ତଦାନ ଶିବିର ଓ ରାଧାଗୋବିନ୍ଦପୁରରେ ସଫେଇ ଅଭିଯାନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ରାଜନଗରଠାରେ ଅନୁଷ୍ଠିତ ରକ୍ତଦାନ ଶିବିରକୁ ସର୍ବୋଚ୍ଚ ନ୍ୟାୟାଳୟର ଆଇନଜୀବୀ ତଥା ଯୁବ ସଂଗଠକ ଆଦିତ୍ୟ ପ୍ରତାପ ସ୍ୱାଇଁ ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦ୍‍ଘାଟନ କରିବା ସହିତ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ଏହି ଶିବିରରେ କଟକ ଏସସିବି ଭେଷଜ ମହାବିଦ୍ୟାଳୟ ରକ୍ତଭଣ୍ଡାର ପକ୍ଷରୁ ୧୧୦ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। ଏହି ଅବସରରେ ରାଜନଗର ସ୍କୁଲପରିସରରେ ସଫେଇ କାର୍ଯ୍ୟକ୍ରମ କରିବା ସହ ଶ୍ରୀ ସ୍ୱାଇଁ ଓ ଅନ୍ୟ ଦଳୀୟ ନେତାମାନେ ଚାରାରୋପଣ କରିଥିଲେ। ଏଥି ସହିତ ରାଜନଗର ଗ୍ରାମର ୨ଜଣ ଯୁବକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବାରୁ ଶ୍ରୀ ସ୍ୱାଇଁ ସେମାନଙ୍କ ଘରକୁ ଯାଇ ପରିବାର ଲୋକଙ୍କ ସମବେଦନା ଜଣାଇବା ସହ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସେମାନଙ୍କର ଆତ୍ମାର ସଦଗତି କାମନା କରିଥିଲେ। ସେହିପରି କଟକିଆସାହି ପଞ୍ଚାୟତର ପୂର୍ବତନ ବିଜେଡି ସଭାପତି ୰ବ୍ରଜକିଶୋର ସାହୁଙ୍କ ଏକାଦଶାହରେ ଶ୍ରୀ ସ୍ୱାଇଁ ଯୋଗଦେଇ ତାଙ୍କ ସ୍ମୃତିଚାରଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ବ୍ଲକ ବିଜେଡି ସଭାପତି ରବିନ୍ଦ୍ରନାଥ ରାଉତ, ଜିଲ୍ଲା ସାଧାରଣ ସଂପାଦକ ପ୍ରଦୀପ୍ତ କୁମାର ଦାସ, ରାଧାଗୋବିନ୍ଦପୁର ସରପଞ୍ଚ ପୁଷ୍ପଲତା ସାହୁ, ରାଜନଗର ସରପଞ୍ଚ ମହେନ୍ଦ୍ର ପରିଡା, ସମିତି ସଭ୍ୟ ବିଭିନ୍ଦ୍ର ରଣା, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ବଳଭଦ୍ର ବାଘ, ପଞ୍ଚାୟତର ଦଳୀୟ ସଭାପତି କ୍ଷୀରୋଦ ସାହୁ, ପୂର୍ବତନ ସରପଞ୍ଚ ବିପିନ ସ୍ୱାଇଁ, କଟକିଆସାହି ସରପଞ୍ଚ ନରେନ୍ଦ୍ର ସାହୁ, ସଭାପତି ଦେବରାଜ ପ୍ରଧାନ, ନାରୀନେତ୍ରୀ ମୀନତି ସ୍ୱାଇଁ, ରେଣୁବାଳା ବସ୍ତି, ରମାସାହୁ, ଝୁନୁବାଳା ବେହେରା, ଛାତ୍ର ବିଜେଡି ସଭାପତି ସତ୍ୟପ୍ରିୟ ମହାନ୍ତି, ଶୁଭେନ୍ଦୁ ବେଉରାଙ୍କ ସମେତ ବହୁ ଛାମୁଆ ନେତା ଯୋଗ ଦେଇଥିଲା।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories