ପାଟଣା : ପାଟଣା ବ୍ଲକ ଅନ୍ତର୍ଗତ କେନ୍ଦୁଆପଡ଼ା ଖେଳ ପଡିଆ ଓ ତୁରୁମୁଙ୍ଗା ସରସ୍ୱତୀ ଶିଶୁ ମନ୍ଦିର ପ୍ରାଙ୍ଗଣରେ ଏକଲ ଅଭିଯାନ ବ୍ଲକ ସ୍ତରୀୟ ଖେଳକୁଦ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ ଯୋଗ ଦେଇ ପ୍ରତିଯୋଗିତାକୁ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ପଦ୍ମନୀ ମହାନ୍ତ, ସ୍ଥାନୀୟ ସରପଞ୍ଚ ସୁଲେଖା ନାଏକ, ଜିଲ୍ଲା ଅଭିଯାନ ପ୍ରମୁଖ ସୁଲୋଚନା ମହାରଣା, ସଭାପତି ମୋଚିରାମ ସାହୁ ସାମିଲ ହୋଇଥିଲେ । ସୁଧାଂଶୁ ଶେଖର ସାହୁ, ଅନୀଲ କୁମାର ସାହୁ, ଶିକ୍ଷକ ଯୋଗେନ୍ଦ୍ର ମହାନ୍ତ ଓ କୂଳମଣି ସାହୁ ମଞ୍ଚ ପରିଚାଳନା କରିଥିଲେ । ସେହିପରି କେନ୍ଦୁପଡା ଖେଳ ପଡିଆରେ ୨୮ଟି ଏକଲ ବିଦ୍ୟାଳୟରୁ ୧୦୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଭାଗ ନେଇଥିଲେ। ସଭାପତି ସତ୍ୟନନ୍ଦ ବେହେରା, ସମ୍ପାଦକ ବ୍ରହ୍ମାନନ୍ଦ ସାହୁ ,ଅଞ୍ଚଳ ପ୍ରମୁଖ ହେମଲତା ମହାନ୍ତ,ସଞ୍ଚ ପ୍ରମୁଖ ଗୀତାଞ୍ଜଳି ମହାନ୍ତ ,ସଞ୍ଚ ସମିତି ପ୍ରଦୀପ କୁମାର ମହାନ୍ତ ସମିତି ପ୍ରମୁଖ ଡମ୍ବୁରୁଧର ମହାନ୍ତ, ଯୁବା ପ୍ରମୁଖ ବିଜୟ ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ୨୮ ଏକଲ ବିଦ୍ୟାଳୟ ଛାତ୍ରଛାତ୍ରୀ ଭାଗ ନେଇଥିଲେ।
Popular Categories



