www.samajalive.in
Sunday, December 7, 2025
18.1 C
Bhubaneswar

ଟ୍ରେନରେ ହାତକଟା ଘଟଣା ; ମିଳିନି କ୍ଷତିପୂରଣ, ଜିଲାପାଳଙ୍କ ଦ୍ୱାରସ୍ଥ

ବଲାଙ୍ଗିର : ପ୍ରେମାଳ ଧରୁଆ। ବୟସ ମାତ୍ର ୩୦। ଜଣେ ଦିନ ମଜୁରିଆ ଭାବେ କାମ କରନ୍ତି। ଗତ ଜୁନ ୨୨ ତାରିଖ ସନ୍ଧ୍ୟା ପ୍ରାୟ ସାଢେ ୭ଟାରେ ବାସୁପାଲି କ୍ରସର ନିକଟସ୍ଥ ରେଲୱେ ଲାଇନରେ ତାଙ୍କ ହାତ କଟିଯାଇଥିଲା। ଟ୍ରେନ ଲାଇନ ପାର ହୋଇ ଶୌଚ ପାଇଁ ଯାଇଥିବା ବେଳେ ଫେରିଲା ବେଳେ ଏହି ଦୁର୍ଘଟଣା ହୋଇଥିଲା। ଟ୍ରେନରୁ ସତର୍କ ଘଣ୍ଟି ମଧ୍ୟ ସେ ଶୁଣିବାକୁ ପାଇ ନଥିଲେ। ତେବେ ସେ ଦିନ ଦୁର୍ଘଟଣାରେ ସବୁଦିନ ପାଇଁ ବାମ ହାତ ହରେଇଲେ। ହେଲେ ଆଜି ଯାଏଁ କିଛି ବି କ୍ଷତିପୂରଣ ମିଳିନାହିଁ ବୋଲି ଅଭିଯୋଗ କରିଛନ୍ତି।

ବଲାଙ୍ଗିର ଜିଲା ଦେଓଗାଁ ବ୍ଲକ ରାମଚନ୍ଦ୍ରପୁର ପଞ୍ଚାୟତ ଅନ୍ତର୍ଗତ ଗୋଏଲପିଟା ଗାଁର  ପ୍ରେମାଳ। ପେଟକୁ ମୁଠାଏ ଦାନା ପାଇଁ ବାସୁପାଲି କ୍ରସରରେ ମଜୁରିଆ ଭାବେ କାମ କରୁଥିଲେ। ହେଲେ ସେଠାରେ କୌଣସି ଶୌଚାଳୟ ବ୍ୟବସ୍ଥା ନଥିବାରୁ ବାଧ୍ୟ ହୋଇ ବାହାରକୁ ଯାଇଥିଲେ। ହେଲେ ସେ ଦିନ ସନ୍ଧ୍ୟାରେ ଯାହା ଘଟିଗଲା ତାହା ମନରୁ ଆଜି ଯାଏଁ ଲିଭିନି। ଘଟଣାର କିଛି ଦିନ ପରେ ରେଲୱେ ବିଭାଗର ଅଧିକାରୀ, ପୁଲିସ ମଧ୍ୟ ତାଙ୍କ ଘରେ ପହଞ୍ଚିଥିଲେ। ରିପୋର୍ଟ ଲେଖିଥିଲେ। କ୍ଷତିପୂରଣ ଦିଆଯିବ ବୋଲି ପ୍ରତିଶ୍ରୃତି ଦେଇଥିଲେ। ହେଲେ ଦିନ ଗଡି ଗଲା ରାତି ପାହିଗଲା ପରି ଆଉ କେହି ଧରାଛୁଆଁ ଦେଲେନି। ବରଂ ଦୌଡି ଦୌଡି ନୟାନ୍ତ ହେଲେଣି ବୋଲି କହିଛନ୍ତି ପ୍ରେମାଳ। ଶେଷରେ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ନିୟମ ଅନୁସାରେ କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ପକ୍ଷରୁ ତାଙ୍କୁ ଉପଯୁକ୍ତ ନ୍ୟାୟ ସହ କ୍ଷତିପୂରଣ ମିଳୁ ବୋଲି ସେ ଦାବି କରିଛନ୍ତି।

Hot this week

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

Related Articles

Popular Categories