www.samajalive.in
Monday, December 15, 2025
16.1 C
Bhubaneswar

ଅଚାନକ ବ୍ଲାଷ୍ଟିଂ, ଅଳ୍ପକେ ବର୍ତ୍ତିଲା ଯାତ୍ରୀବାହୀ ଟ୍ରେନ

ଟିଟିଲାଗଡ଼: ବଲାଙ୍ଗୀର ଟିଟିଲାଗଡ଼ ରେଳ ଷ୍ଟେସନ ମଧ୍ୟରେ ବାଞ୍ଜିଝାଲ ଜଙ୍ଗଲ ନିକଟରେ ଅଚାନକ ପଥର ବ୍ଲାଷ୍ଟିଂ ଯୋଗୁଁ ଏକ ଯାତ୍ରୀବାହୀ ଏକ୍ସପ୍ରେସ ଟ୍ରେନ ଅଳ୍ପକେ ବଡ଼ ଦୁର୍ଘଟଣାରୁ ବର୍ତ୍ତିଯାଇଛି। ସୂଚନା ମୁତାବକ, ସମ୍ବଲପୁର ରାୟଗଡା ତପସ୍ୱିନୀ ଏକ୍ସପ୍ରେସ ଟ୍ରେନ ବଲାଙ୍ଗୀର ପଟରୁ ଆସୁଥିବା ବେଳେ ଅଳ୍ପକେ ବଡ଼ ଦୁର୍ଘଟଣାରୁ ଵର୍ତ୍ତି ପ୍ରାୟ ଦେଢ଼ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି ବଡ଼ମାଳ ସିକେର ଷ୍ଟେସନ ମଧ୍ୟସ୍ଥ ଜଙ୍ଗଲ ମଧ୍ୟରେ ଅଟକି ରହିଥିଲା। ରେଳ ଧାରଣାର ଠିକ କଡରେ ନୂତନ ରେଳ ଲାଇନ ବିଛା କାମ କରୁଥିବା ଠିକାଦାର ପଥର ବ୍ଲାଷ୍ଟିଂ କରିବାରୁ ବଡ ବଡ଼ ପଥର ଖଣ୍ଡ ସବୁ ଟ୍ରେନ ଧାରଣାକୁ ଛିଟିକି ଆସିଥିଲା। ଉପରେ ବିଦ୍ୟୁତ ତାର ଟଣା ଯାଇଥିବା ବେଳେ ପଥର ମାଡରେ ବ୍ରାକେଟ ଛିଣ୍ଡି ତାର ଉପରକୁ ହୋଇ ଯାଇଥିଲା। ଠିକ ସେହି ସମୟରେ ବଲାଙ୍ଗୀର ପଟରୁ ଆସୁଥିବା ତପସ୍ୱିନୀ ଏକ୍ସପ୍ରେସ ଇଂଜିନରୁ ବିଦ୍ୟୁତ ସଂଯୋଗ ବିଛିନ୍ନ ହେବା ନେଇ ଅଟକି ଯାଇଥିଲା। ଏନେଇ ଯାତ୍ରୀମାନେ ଭୟରେ ଟ୍ରେନରୁ ଓହ୍ଲାଇ ପଡ଼ିଥିଲେ। ଖବର ପାଇ ରେଳ ବିଭାଗର ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ମରାମତି ପରେ ଟ୍ରେନଟି ଦୀର୍ଘ ଦେଢ଼ ଘଣ୍ଟା ପରେ ଟିଟିଲାଗଡ଼ ପହଞ୍ଚିଥିଲା। ଏହି ରାସ୍ତାରେ ୨୦ ମିନିଟ ମଧ୍ୟରେ ହାଟିଆ ପୁରୀ, ଆଜମେର ଏକ୍ସପ୍ରେସ ତଥା ତପସ୍ୱିନୀ ଯାଇଥିବା ବେଳେ ଠିକାଦାର ଅଚାନକ ବ୍ଲାଷ୍ଟିଂ କରିବା ବିସ୍ମିତ କରିଛି। ତପସ୍ୱିନୀ ଏକ୍ସପ୍ରେସ ଠିକ ୯.୧୦ ସମୟରେ ହାଟିଆ ଏକ୍ସପ୍ରେସ କ୍ରସିଂ ପରେ ପାଖ ଷ୍ଟେସନ ବଡମାଲ ଛାଡିଥିଲା। ପରବର୍ତୀ ଷ୍ଟେସନ ସିକେର ପହଞ୍ଚିବା ପୂର୍ବରୁ ଜଙ୍ଗଲରେ ବ୍ଲାଷ୍ଟିଂ ଯୋଗୁଁ ଅଟକି ଯାଇଥିଲା। ସାମାନ୍ୟ ବିଳମ୍ବରେ ବ୍ଲାଷ୍ଟିଂ ହୋଇଥିଲେ ଏକ ବଡ଼ ଧରଣର ଦୁର୍ଘଟଣାକୁ ଏଡାଇ ହୋଇପାରି ନ ଥାନ୍ତା ବୋଲି ଆଲୋଚନା ହୋଇଛି। ବଡ଼ ବଡ଼ ପଥର ରେଳ ଧାରଣା ଉପରେ ପଡିଥିଲା। ଏନେଇ ଲୁହା ରେଳ ଧାରଣାକୁ ଧରି ରଖିଥିବା ସିମେଣ୍ଟ କଂକ୍ରିଟ ଶିଳପଟି ମଧ୍ୟ କିଛି ସ୍ଥାନରେ ଚୁରମାର ହୋଇଥିବା ଦେଖାଯାଇଛି। ଏପରିକି ରେଳ ଧାରଣା କଡରେ ବ୍ଲାଷ୍ଟିଂ ନେଇ ରେଳ ଠିକାଦାର ନିୟମ ମୁତାବକ ପାଖ ଷ୍ଟେସନ ପରିଚାଳକ କିମ୍ବା ରେଳ ଅଧିକାରୀଙ୍କୁ ସୂଚନା ଦେଇ ନ ଥିବା ଜଣାଯାଇଛି। ବର୍ତ୍ତମାନ ସ୍ୱତନ୍ତ୍ର ମରାମତି ଇଂଜିନ ଆସି ମରାମତି କାମ ଆରମ୍ଭ କରିଛି। ଟିଟିଲାଗଡ଼ ବିଳାସପୁର ପାସେଞ୍ଜର ଟ୍ରେନ ସିକେର ଷ୍ଟେସନରେ ଅଟକି ରହିଛି।

Hot this week

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

Related Articles

Popular Categories