www.samajalive.in
Saturday, December 6, 2025
19.1 C
Bhubaneswar

ଗ୍ରାନାଇଟ୍‌ ଖଣିରେ ବିସ୍ପୋରଣ ଘଟି ଅତି କମ୍‌ରେ ୧୦ ଜଣଙ୍କର ମୃତ୍ୟୁ ସୂଚନା

କୁର୍ନୁଲ :ଆନ୍ଧ୍ର ପ୍ରଦେଶର କୁର୍ନୁଲ ଜିଲ୍ଲାରେ ଏକ ଗ୍ରାନାଇଟ୍‌ ଖଣିରେ ବିସ୍ପୋରଣ ଯୋଗୁଁ ଅତିକମ୍‌ରେ ୧୦ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଥିବା ପ୍ରାଥମିକ ସୂଚନା ମିଳିଛି, ଏଥିରେ ଓଡିଶାର କିଛି ଶ୍ରମିକ ଥିବା କଥା କୁର୍ନିଲ ଏସ୍‌ପି ପ୍ରକାଶ କରିଛନ୍ତି । ଡେକାନ କ୍ରୋନିକିଲ୍‌ର ଖବର ଅନୁଯାୟୀ କୁର୍ନୁଲ ଜିଲାର ହାତୀବେଲଗାଲ ନିକଟରେ ପଥର ଖଣିରେ ଶୁକ୍ରବାର ବିଳମ୍ବିତ ରାତିରେ ବିସ୍ପୋରଣ ହୋଇଥିଲା । ଏଥିରେ ସେଠାରେ ଉପସ୍ଥିତ ଥିବା ୧୦ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଥିଲା । ଅନ୍ୟ ୫ ଜଣ ଗୁରୁତର ହୋଇଥିଲେ । ସେମାନଙ୍କୁ ଚିକିତ୍ସାପାଇଁ ଆଲୁର ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୪ ଜଣ ବିପଦମୁକ୍ତ ଥିବା ଚିକିତ୍ସା କରୁଥିବା ଡାକ୍ତର ଜଣାଇଛନ୍ତି ।

- Advertisement -

ଗ୍ରାନାଇଟ ଖଣିରେ ବିସ୍ପୋରଣ ହେବା ପରେ ଏହା ଆଖ ପାଖ ଅଞ୍ଚଳକୁ ବ୍ୟାପୀ ଯାଇଥିଲା । ଏଥିଯୋଗୁଁ ନିକଟରେ ଥିବା ତିନୋଟି ଟ୍ରାକ୍ଟର, ଟ୍ରକ ଓ ଶ୍ରମିକ ରହୁଥିବା କଛି ଅସ୍ଥାୟୀ ଗୃହରେ ନିଆଁ ଲାଗିଯାଇଥିଲା । ଅଗ୍ନିଶମ ବିଭାଗର ଗାଡି ସେଠାରେପହଞ୍ଚି ନିଆଁକୁ ଆୟତ କରିଥିଲେ । ଏହି ଖଣି ମାଲିକଙ୍କ ନାମରେ ଭାରତୀୟ ପିଙ୍ଗଳଧାରା ୩୦୪ , ସେକ୍ସନ ୨, ଓ ବିସ୍ପୋରକ ଦ୍ରବ୍ୟ ଆଇନ ୩ ,୫ ଅନୁସାରେ ଏକ ମାମଲା ରୁଜୁ କରାଯାଇଛି । ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ର ବାବୁ ନାଇଡୁ ଏହି ଘଟଣାରେ ଶୋକ ପ୍ରକାଶ କରିବା ସହ ମୃତକମାନଙ୍କ ପରିବାର ଲୋକଙ୍କ ପାଇଁ ୫ ଲକ୍ଷ ଟଙ୍କା କ୍ଷତି ପୂରଣ ଘୋଷଣା କରିଛନ୍ତି ।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories