www.samajalive.in
Monday, December 8, 2025
27.1 C
Bhubaneswar

ଜାଣନ୍ତୁ, କେଉଁ ଗହଣା ହଜିଲେ କେଉଁ ସଙ୍କେତ ଦେଇଥାଏ

ହିନ୍ଦୁ ଧର୍ମରେ ଏପରି କିଛି ତଥ୍ୟ ପ୍ରଦାନ କରାଯାଇଛି ଯାହା ଭବିଷ୍ୟତରେ ହେବାକୁ ଥିବା ଘଟଣାକୁ ଇଙ୍ଗିତ କରିଥାଏ। ସୁନାଗହଣା ହଜିବାକୁ ସମସ୍ତେ ଅଶୁଭ ମାନନ୍ତି। ସୁନା ହଜିବା ଦ୍ୱାରା ପରିବାର ସଦସ୍ୟଙ୍କ ଭାଗ୍ୟ ଉପରେ ଖରାପ ପ୍ରଭାବ ପଡିଥାଏ ବୋଲି କୁହାଯାଏ। ସଧବା ନାରୀ ମାନଙ୍କ ସୁନା ହଜିବା ଦ୍ୱାରା ତାହାର ପ୍ରଭାବ ସ୍ୱାମୀଙ୍କ ପଡିଥାଏ। ଆସନ୍ତୁ ଜାଣିବା କେଉଁ ସୁନା ଅଳଙ୍କାର ହଜିଲେ କେଉଁ ପ୍ରଭାବ ପଡେ..
କାନ ଫୁଲ: କାନଫୁଲ ହଜିବା ଦ୍ୱାରା ଭବିଷ୍ୟତରେ କୌଣସି ଖରାପ ଖବର ଆସିବାର ସୂଚନା ଦେଇଥାଏ।ନାକ ଫୁଲ: ନାକ ଫୁଲ ହଜିବା ଦ୍ୱାରା ଭବିଷ୍ୟତରେ କୌଣସି କାରଣରୁ ଅପମାନ ପାଇବାର ସଙ୍କେତ ଦେଇଥାଏ।
ମଥା ଟୀକା: ମଥା ଟୀକା ହଜିବା ଦ୍ୱାରା ଘର ଉପରକୁ କୌଣସି ବିପତ୍ତି ଆସିବାର ସଙ୍କେତ ଦେଇଥାଏ।
ହାର: ହାର ହଜିବା ଦ୍ୱାରା ମାନ-ସମ୍ମାନ ପ୍ରତିଷ୍ଠାରେ ବାଧା ଉପୁଜିଥାଏ।
ଚୁଡି: ସୁନା ଚୁଡି ହଜିବା ଦ୍ୱାରା ଆର୍ଥିକ ଅନାଟନ ଦେଖା ଦେବାର ସଙ୍କେତ ଦେଇଥାଏ।ମୁଦି: ହାତର ମୁଦି ହଜିବା ଦ୍ୱାରା ସ୍ୱାସ୍ଥ୍ୟଗତ ସମସ୍ୟା ହେବାର ସଙ୍କେତ ଦେଇଥାଏ।
ଅଣ୍ଟା ବିଛା: ଏହା ହଜିବା ଅତ୍ୟନ୍ତ ଅଶୁଭ ଅଟେ। ଏହା ହଜିବା ଦ୍ୱାରା ଭବିଷ୍ୟତରେ ଅନେକ ବଡ ଅସୁବିଧା ସୃଷ୍ଟି ହେବାର ସଙ୍କେତ ଦେଇଥାଏ।
ପାଉଁଜି: ବାମ ପାଦର ପାଉଁଜି ହଜିବା ଦ୍ୱାରା ମାନ-ସମ୍ମାନରେ ବାଧା ଉତ୍ପନ୍ନ ହେବାର ସଙ୍କେତ ଦେଇଥାଏ। ଡାହାଣ ପାଦର ପାଉଁଜି ହଜିବା ଦ୍ୱାରା ଦୁର୍ଘଟଣା ଘଟିବାର ସଙ୍କେତ ଦେଇଥାଏ।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories