www.samajalive.in
Tuesday, December 9, 2025
16.1 C
Bhubaneswar

ଜଣା ପଡ଼ିଲା କିଏ ସେଭ କରିଥିଲା ମୋବାଇଲରେ ୟୁଆଇଡିଏଆଇ ନମ୍ବର

ନୂଆଦିଲ୍ଲୀ: ଭାରତର କିଛି ଏଣ୍ଡ୍ରୋଏଡ ମୋବାଇଲ ଫୋନରେ ଉପଭୋକ୍ତାଙ୍କ ଅନୁମତି ବିନା ୟୁଆଇଡିଏଆଇ ନମ୍ବର ସେଭ କରିବା ଘଟଣାକୁ ନେଇ ସୋସିଆଲ ମିଡିଆରେ ଚହଳ ପଡ଼ିବା ପରେ ଏହାର ରହସ୍ୟ ସାମ୍ନାକୁ ଆସିଛି। ଶୁକ୍ରବାର ଏଭଳି ଘଟଣାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ହେବା ପରେ ଶନିବାର ଏହି ଘଟଣା ପାଇଁ ଗୁଗୁଲ ନିଜକୁ ଦାୟୀ କରିଛି। ଏପରିକି ଏଭଳି ଭୁଲକୁ ଆଗାମୀ ଦିନରେ ସୁଧାରି ନେବାର ପ୍ରତିଶ୍ରୁତି ମଧ୍ୟ ଦେଇଛି ଗୁଗୁଲ। ୨୦୧୪ରେ ଆଣ୍ଡ୍ରୋଏଡ ଫୋନ୍‍ “ସେଟଅଫ ୱିଜାର୍ଡ଼’ ୟୁଆଇଡିଏଆଇ ହେଲ୍ଫଲାଇନ ନମ୍ବର ଓ ୧୧୨ ହେଲ୍ଫଲାଇନ ନମ୍ବର ଭୁଲ ବସତଃ ଯୋଡ଼ି ଦିଆଯାଇ ଥିଲା। ତେଣୁ ୨୦୧୪ରୁ ଏଣ୍ଡ୍ରୋଏଡ଼ ଉପୋଭକ୍ତାଙ୍କ ମୋବାଇଲରେ ୧୧୨ ହେଲ୍ଫଲଇନ ନମ୍ବର ଓ ପୁରୁଣା ୟୁଆଇଡିଏଆଇ ନମ୍ବର ଦୃଶ୍ୟମାନ ହେଉଛି। ଏହି ନମ୍ବରକୁ ଉପୋଭକ୍ତା ଚାହିଁଲେ ଡିଲିଟ୍‍ କରି ପାରିବେ। ଏପରିକି ଗୁଗୁଲ ମଧ୍ୟ ଖୁବ୍‍ ଶୀଘ୍ର ଏଭଳି ସମସ୍ୟାର ସମାଧାନ କରିବାର ପ୍ରତିଶୃତି ଦେଇଛି। ଗୁଗୁଲ ବ୍ୟତୀତ କେତେକ ଏପେଲ ମୋବାଇଲ ଉପଭୋକ୍ତାଙ୍କ ଫୋନ୍‍ରେ ମଧ୍ୟ ଏହି ନମ୍ବର ଦୃଶ୍ୟମାନ ହେଉଛି। ଉକ୍ତ ଘଟଣାକୁ ନେଇ ଶୁକ୍ରବାର ମହାରାଷ୍ଟ୍ର ସାଇବର ସେଲ ପକ୍ଷରୁ ଏଣ୍ଡ୍ରୋଏଡ଼ ନମ୍ବରକୁ ଡିଲିଟ କରିବାକୁ ପରାମର୍ଶ ଦିଆଯାଇ ଥିଲା।

ଏକକ ପରିଚୟପତ୍ର କର୍ତ୍ତୃପକ୍ଷଙ୍କ ସ୍ପଷ୍ଟୀକରଣ,ଟୋଲ୍‌ ଫ୍ରି ନମ୍ବର ଦେବାକୁ କୁହାଯାଇନି
ନୂଆଦିଲ୍ଲୀ: ଭାରତୀୟ ସ୍ମାର୍ଟଫୋନ ବ୍ୟବହାରକାରୀ ଶୁକ୍ରବାର ସକାଳେ ସେମାନଙ୍କ ଫୋନ୍‍ର ନମ୍ବର ତାଲିକାରେ ଭାରତୀୟ ଏକକ ପରିଚୟ ପ୍ରାଧିକରଣ (ୟୁଆଇଡିଏଆଇ) ବା ଆଧାର ଟୋଲ୍‍ ଫ୍ରି ନମ୍ବର-୧୮୦୦-୩୦୦-୧୯୪୭ ସ୍ୱତଃ ସାମିଲ ହୋଇଯାଇଥିବା ଦେଖିବାକୁ ପାଇଥିଲେ। ଏହି ଘଟଣାକୁ ନେଇ ସାମାଜିକ ଗଣମାଧ୍ୟମରେ ଲୋକେ ଆପତ୍ତି ଉଠାଇବା ପରେ ୟୁଆଇଡିଏଆଇ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। ଏହି ଟୋଲ୍‍ ଫ୍ରି ନମ୍ବର ସ୍ମାର୍ଟ ଫୋନ୍‍ ବ୍ୟବହାରକାରୀଙ୍କ ଫୋନ୍‍ନମ୍ବର ତାଲିକାରେ ସାମିଲ କରିବା ନିମନ୍ତେ ୟୁଆଇଡିଏଆଇ ପକ୍ଷରୁ କୌଣସି ଉତ୍ପାଦକ କମ୍ପାନୀ ଅଥବା ସେବା ପ୍ରଦାନକାରୀ ସଂସ୍ଥାକୁ କୁହାଯାଇ ନାହିଁ। ଯେଉଁ ଟୋଲ୍‍ ଫ୍ରି ନମ୍ବର ବିଷୟରେ ଆଲୋଚନା କରାଯାଉଛି ତାହା ବର୍ତ୍ତମାନ ସେବାରେ ନାହିଁ। ସମ୍ପ୍ରତି ୧୯୪୭ ୟୁଆଇଡିଏଆଇର ଟୋଲ୍‍ ଫ୍ରି ନମ୍ବର ଭାବେ କାର୍ଯ୍ୟ କରୁଛି ବୋଲି ସଂସ୍ଥା ପକ୍ଷରୁ ଟ୍ୱିଟର୍‍ ବାର୍ତ୍ତା ମାଧ୍ୟମରେ ସ୍ପଷ୍ଟ କରାଯାଇଛି। କିଛି ନ୍ୟସ୍ତସ୍ୱାର୍ଥ ଲୋକ ଜାଣିଶୁଣି ଲୋକଙ୍କ ମଧ୍ୟରେ ହଇଚଇ ସୃଷ୍ଟି କରିବା ନିମନ୍ତେ ଅଚଳ ହୋଇପଡିଥିବା ନମ୍ବରଟିକୁ ସ୍ମାର୍ଟଫୋନ୍‍ ବ୍ୟବହାରକାରୀଙ୍କ ନମ୍ବର ତାଲିକାରେ ସାମିଲ କରାଇଛନ୍ତି ବୋଲି ୟୁଆଇଡିଏଆଇ ଯୁକ୍ତି ବାଢିଛି। ସବୁ ସ୍ମାର୍ଟ ଫୋନ୍‍ ବ୍ୟବହାରକାରୀଙ୍କ ମୋବାଇଲ୍‍କୁ ଏହି ନମ୍ବର ଆସି ନ ଥିବା ଜଣାପଡିଛି। ଉଲ୍ଲେଖ ଯେ ବିଭିନ୍ନ ଲୋକଙ୍କ ମୋବାଇଲ୍‍ ସେବା ଭିନ୍ନଭିନ୍ନ ହୋଇଥିବା ବେଳେ ଅନେକ ଲୋକଙ୍କର ଆଧାର ନମ୍ବର ମଧ୍ୟ ନାହିଁ। ଏଭଳି କିଛି ଲୋକଙ୍କ ସ୍ମାର୍ଟଫୋନ୍‍କୁ ଆଧାର ଟୋଲ୍‍ ଫ୍ରି ନମ୍ବର କିଭଳି ଆସିଲା ବୋଲି ଫ୍ରାନ୍ସର ଜଣେ ସୁରକ୍ଷା ବିଶେଷଜ୍ଞ ଏଲିଅଟ୍‍ ଏଲ୍‍ଡରସନ୍‍ ଟ୍ୱିଟର୍‍ରେ ପ୍ରଶ୍ନ ଉଠାଇଛନ୍ତି।
ନିକଟରେ ଟ୍ରାଇ ଅଧ୍ୟକ୍ଷ ଆର୍‍. ଏସ୍‍. ଶର୍ମା ନିଜର ଆଧାର ନମ୍ବର ସାବର୍ଜନୀନ କରିଥିଲେ। ଏହି ନମ୍ବର ଜାଣି କୌଣସି ବ୍ୟକ୍ତି ତାଙ୍କର କିଭଳି କ୍ଷତି କରିପାରିବେ ବୋଲି ସେ ପ୍ରଶ୍ନ କରିଥିଲେ। ଏହାର କିଛି ସମୟ ପରେ ହ୍ୟାକରମାନେ ତାଙ୍କ ସମ୍ବନ୍ଧରେ ୧୪ଟି ବ୍ୟକ୍ତିଗତ ତଥ୍ୟ ଲାଭ କରିବାକୁ ସକ୍ଷମ ହୋଇଥିବା ଜଣାପଡିଥିଲା। ଏହାକୁ ନେଇ ବିତର୍କ ହେବା ପରେ ଶର୍ମା ନିଜ ଆଧାର ନମ୍ବର ସାମାଜିକ ଗଣମାଧ୍ୟମରୁ ବାଦ୍‍ ଦେଇଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories