www.samajalive.in
Monday, December 15, 2025
26.1 C
Bhubaneswar

ଟଙ୍କା ପାଇଁ ବ୍ଲାକମେଲିଂ ଅଭିଯୋଗ, ଶ୍ୱଶୁର ନାମରେ ଜ୍ୱାଇଁଙ୍କ ଏତଲା

ଫୁଲବାଣୀ: ଗତ ଦିନରେ ମଝିଆ ଝିଅକୁ ନିର୍ଯ୍ୟାତନା ଓ ସାନ ଝିଅକୁ ଅପହରଣ କରି ନେଇଥିବା ନେଇ ଜ୍ୱାଇଁ ନାମରେ ଶ୍ୱଶୁର ଫୁଲବାଣୀ ଟାଉନଥାନାରେ ଅଭିଯୋଗ କରିଥିଲେ। ଟଙ୍କା ପାଇଁ ବ୍ଲାକମେଲିଂ କରୁଥିବା ଅଭିଯୋଗ କରି ଶ୍ୱଶୁରଙ୍କ ନାମରେ ପାଲଟା ଜ୍ୱାଇଁ କୋର୍ଟରେ ଅଭିଯୋଗ କରିବା ଘଟଣା ସମଗ୍ର ଅଞ୍ଚଳରେ ଆଲୋଚ୍ୟର ବିଷୟ ହୋଇଛି।

ଫୁଲବାଣୀ ପଶୁ ସମ୍ପଦ ବିଭାଗର ଅବସରପ୍ରାପ୍ତ କର୍ମଚାରୀ ବିଜୟଚନ୍ଦ୍ର ଦିଗାଲଙ୍କ ମଝିଆ ଝିଅକୁ ବିବାହ କରିଛନ୍ତି ଆସାମ୍‍ ରାଇଫଲ୍‍ରେ ଯବାନ୍‍ ଥିବା ପ୍ରସନ୍ନ କୁମାର ଦିଗାଲ। ଜ୍ୱାଇଁ ମଝିଆ ଝିଅକୁ ମାନସିକ ଓ ଶାରୀରିକ ନିର୍ଯ୍ୟତନା ଦେଇ ଆସୁଥିବା ବେଳେ ସାନଝିଅକୁ ଜବରଦସ୍ତି ଅପହରଣ କରି ନେଇଥିବା ନେଇ ବିଜୟ ଗତ ୨ ତାରିଖରେ ଥାନାରେ ଏତଲା ଦେଇଥିଲେ। ଏତଲା ପ୍ରକାରେ ଟାଉନ୍‍ ପୁଲିସ୍‍ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛି। ପରେ ବାପାଙ୍କ ଅଭିଯୋଗକୁ ଖଣ୍ଡନ କରିଥିଲା ସାନଝିଅ। ଜ୍ୱାଇଁ ତାଙ୍କୁ ଅପହରଣ କରିନେବା ମିଛ। ବାପା ମନ୍ଦ ଉଦ୍ଦେଶ୍ୟରେ ଏଭଳି ଅଭିଯୋଗ କରିଛନ୍ତି ବୋଲି ସାନଝିଅ ଅଭିଯୋଗ କରି କୋର୍ଟର ମଧ୍ୟ ଦ୍ୱାରସ୍ଥ ହୋଇଛନ୍ତି। ଏବେ ଜ୍ୱାଇଁ ପ୍ରସନ୍ନ ମଧ୍ୟ ଶ୍ୱଶୁର ବିଜୟଚନ୍ଦ୍ରଙ୍କ ନାମରେ ପାଲଟା କୋର୍ଟରେ ଅଭିଯୋଗ କରିଛନ୍ତି।

- Advertisement -

ଅଭିଯୋଗ ପ୍ରକାରେ, ଫୁଲବାଣୀ ସହରରେ ଏକ ଜାଗା ଦେବା କହି ଶ୍ୱଶୁର ୫ ଲକ୍ଷ ଟଙ୍କା ନେଇଛନ୍ତି। ଜାଗା ତ ଦେଲେ ନାହିଁ, ନେଇଥିବା ଟଙ୍କା ମଧ୍ୟ ଫେରାଇଲେ ନାହିଁ। ଟଙ୍କା ମାଗିଲେ ବିଭିନ୍ନ ପ୍ରକାର ଆଳ ଦେଖାଇ ଆହୁରି ଟଙ୍କା ହାତେଇବା ପାଇଁ ଶ୍ୱଶୁର ବ୍ଲାକମେଲିଂ କରୁଥିବା ନେଇ ଅଭିଯୋଗ କରି ପ୍ରସନ୍ନ ଅନଲାଇନ୍‍ ମାଧ୍ୟମରେ ସେ କୋର୍ଟର ଆଶ୍ରୟ ନେଇଛନ୍ତି।

Hot this week

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

Related Articles

Popular Categories