ବିଧାନସଭାରେ ଉଠିଲା ‘ବ୍ଲାକ ରୋଜ୍’ ପ୍ରସଙ୍ଗ
ଭୁବନେଶ୍ବର : ମଙ୍ଗଳବାର ବିଧାନସଭାରେ ‘ବ୍ଲାକ ରୋଜ୍’ ପ୍ରସଙ୍ଗ ଉଠାଇଛନ୍ତି ଜଗତସିଂହପୁର ବିଜେପି ବିଧାୟକ ଅମରେନ୍ଦ୍ର ଦାସ । ଖଣି ବିଭାଗର ଖର୍ଚ୍ଚ ଦାବି ଆଲୋଚନାବେଳେ ପ୍ରସଙ୍ଗ ଉଠାଇ ପାରାଦୀପ ଉପକୂଳରେ ବୁଡି ଯାଇଥିବା ବିଦେଶୀ ଜାହାଜ ବ୍ଲାକରୋଜ୍ କାହାର ବୋଲି ସେ ପଚାରିଥିଲେ । ଜାହାଜରେ କାହାର ଲୁହାପଥର ଚୋରା ଚାଲାଣ ହେଉଥିଲା ବୋଲି ସେ ପ୍ରଶ୍ନ କରିବା ସହ ଜାହାଜର କ୍ୟାପଟେନଙ୍କ ମୃତ୍ୟୁ କିଭଳି ହେଲା ବୋଲି ପ୍ରଶ୍ନ କରିଥିଲେ । ଏହି ମାମଲାକୁ ଚପାଇବାକୁ ଚେଷ୍ଟା କରାଯାଇଥିବା ସେ ଯୁକ୍ତି ବାଢିଥିଲେ । ଏହାର କାର୍ଯ୍ୟାନୁଷ୍ଠାନ ହେଉ ବୋଲି ସେ ରାଜ୍ୟର ନୂଆ ସରକାରଙ୍କୁ ଅନୁରୋଧ କରିଥିଲେ ।
ସୁନୀତି ମୁଣ୍ଡଙ୍କୁ ପାର୍ଟି ଅଫିସରୁ ଧକ୍କା ମାରି ତଡ଼ିଲେ ମହିଳା କର୍ମୀ
Comments are closed.