www.samajalive.in
Sunday, December 14, 2025
19.1 C
Bhubaneswar

କମିଶନଙ୍କ ନିର୍ଦ୍ଦେଶ ଅନୁଯାୟୀ ପ୍ରସାରଣ ହେବ କାର୍ଯ୍ୟକ୍ରମ – ନମୋ ଟିଭି

ନୂଆଦିଲ୍ଲୀ: ମଞ୍ଜୁରୀ ପାଇଁ ନଥିବା ବିଷୟ ବସ୍ତୁ ପ୍ରସାରଣ ନ କରିବା ଏବଂ ପ୍ରସାରଣ ପୂର୍ବରୁ ଆବଶ୍ୟକ ସ୍ଵୀକୃତି ହାସଲ କରିବା ନେଇ ଶୁକ୍ରବାର ନିର୍ବାଚନ କମିଶନ ନମୋ ଟିଭିକୁ ନିର୍ଦ୍ଦେଶ ଦେବା ପରେ ଆଜି ବିଜେପି ପକ୍ଷରୁ ଦିଲ୍ଲୀ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଅବଗତ କରାଯାଇଛି। ଦଳ ପକ୍ଷରୁ କୁହାଯାଇଛି ଯେ କମିଶନଙ୍କ ନିର୍ଦ୍ଦେଶ ମୁତାବକ ସମସ୍ତ ପ୍ରାମାଣିକ ବିଷୟବସ୍ତୁ ହଟାଇ ଦିଆଯାଇଛି ଏବଂ ପରବର୍ତ୍ତୀ ସମୟରେ କେବଳ ସ୍ଵୀକୃତି ପ୍ରାପ୍ତ ବିଷୟବସ୍ତୁ ନମୋ ଟିଭି ମାଧ୍ୟମରେ ପ୍ରସାରଣ କରାଯିବ। ବିଜେପି ଏକଥା ମଧ୍ୟ କହିଛି ଯେ ପୂର୍ବରୁ ପ୍ରସାରିତ ହୋଇଥିବା ବିଷୟବସ୍ତୁ ମଧ୍ୟ ଆଉ ପ୍ରସାରଣ କରିବା ନାହିଁ।

ପୂର୍ବରୁ ମୁଖ୍ୟ ନିର୍ବାଚନ ଅଧିକାରୀ ନମୋ ଟିଭିକୁ କେତେକ ପ୍ରଶ୍ନ ପଚାରି ଜବାବ ଚାହିଁଥିଲେ। ନମୋ ଟିଭିରେ ପ୍ରସାରିତ ହେଉଥିବା କାର୍ଯ୍ୟକ୍ରମ ଅନୁମୋଦିତ କି ନାହିଁ, ସେଗୁଡିକ ସାମାଜିକ ଗଣମାଧ୍ୟମ କିମ୍ବା ଟିଭି ପ୍ରସାରଣ ପାଇଁ ଉଦ୍ଦିଷ୍ଟ ଭଳି ପ୍ରଶ୍ନର ଉତ୍ତର ଦେବାକୁ ଯାଇ ବିଜେପି ପକ୍ଷରୁ ଏହି ଉତ୍ତର ଦିଆଯାଇଛି।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories