www.samajalive.in
Tuesday, December 9, 2025
23.1 C
Bhubaneswar

ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଚୌକିଦାର ହେବ ରାଜ୍ୟ ବିଜେପି

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀଙ୍କୁ ଘର ଯୋଗାଇବା ଲାଗି ଚୌକିଦାର ହେବ ବିଜେପି  ।ରାଜ୍ୟର ଗରିବ ଲୋକଙ୍କ ସହ ଚଞ୍ଚକତା କରିବା, ତାଙ୍କ ପାଇଁ ଉଦ୍ଦିଷ୍ଟ ଅର୍ଥକୁ ବାଟମାରଣା କରିବା ଏବଂ ରାଜନୈତିକ ଆକ୍ରୋଶରେ ଯୋଗ୍ୟ ହିତାଧିକାରୀଙ୍କ ନାମ ତାଲିକାଭୁକ୍ତ ନକରିବା ଓଡିଶା ସରକାରଙ୍କ ପ୍ରାଥମିକତା ହେବା ଆରମ୍ଭ କରିଛି। ଏହାକୁ  ବରଦାସ୍ତ କରାଯିବ ନାହିଁ ଏବଂ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଓଡିଶାର ଗରିବ ଲୋକଙ୍କ ପାଇଁ ପଠାଉଥିବା ପ୍ରତିଟି ପଇସାକୁ ଯୋଗ୍ୟ ହିତାଧିକାରୀଙ୍କ ପାଖରେପହଂଚାଇବାକୁ ବିଜେପି ଚୌକିଦାରର ଭୂମିକା ନିଭେଇବ ବୋଲି ଶ୍ରୀ ହରିଚନ୍ଦନ ଚେତାବନୀ ଦେଇଛନ୍ତି। ରାଜ୍ୟସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ସଫଳ ରୂପାୟନ ପାଇଁ ସଂପୂର୍ଣ୍ଣ ନୈତିକତା ଦେଖାନ୍ତୁ ନଚେତ ଏକ ରାଜନୈତିକ ଲଢେଇର ସାମ୍ନା କରିବା ପାଇଁ ପ୍ରସ୍ତୁତ ରହିବା ପାଇଁ ଶ୍ରୀ ହରିଚନ୍ଦନ ଚେତାବନୀ ଦେଇଛନ୍ତି।

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ଦେଶର ସମସ୍ତ ଗରିବ ଲୋକଙ୍କୁ ୨୦୨୨ ସୁଦ୍ଧା ପକ୍କା ଘର ଯୋଗାଇଦେବା ମାନ୍ୟବର ପ୍ରଧାନମନ୍ତ୍ରୀଙ୍କର ଏକ ବହୁ ଆକାଂକ୍ଷିତ ଓ ଅଭିଳେଷିତ ଯୋଜନା। ଉଜ୍ଜଳା ଭଳି ଏହା ମଧ୍ୟ ଦେଶର ଗରୀବ ଲୋକଙ୍କର ଜୀବନ ପ୍ରଣାଳୀରେ ଏକ ବଡ ପରିବର୍ତନ ଆଣିବାର ସୁଯୋଗ ସୃଷ୍ଟି କରିବ। ସମଗ୍ର ଦେଶରେ ଏହା ସୁରୁଖୁରୁରେ ପ୍ରଣୟନ ହେଉଥିବାବେଳେ ରାଜ୍ୟ ସରକାରଙ୍କ ଅପାରଗ ପଣିଆ ଯୋଗୁଁ ଏହି ଯୋଜନା ଆଜି ପଛ ସିଟ୍‍ କୁ ଠେଲି ହୋଇଯାଇଛି ବୋଲି ବିଜେପି ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଅଭିଯୋଗ କରିଛନ୍ତି।
ବିଗତ ଦିନରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ବହୁବାର ଅଭିଯୋଗ ଦଳ ତରଫରୁ କରାଯାଇଥିଲା। ପ୍ରତି ହିତାଧିକାରୀଙ୍କ ଠାରୁ ୧୦-୨୫ ହଜାର ଟଙ୍କାର ଲାଂଚ ଶାସକ ଦଳ କର୍ମୀମାନେ ଆଦାୟ କରି ସେମାନଙ୍କୁ ତାଲିକାଭୃକ୍ତ କରିବାର ଉଦାହରଣ ନେଇ ବିଜେପି ସରକାରଙ୍କୁ ପ୍ରଶ୍ନ କରିଥିଲା। ମାହାଙ୍ଗା ବ୍ଲକରେ ଯୋଗ୍ୟ ହିତାଧିକାରୀଙ୍କ ନାମ
ତାଲିକାରୁ ବାଦ୍‍ ପଡିବା ଓ ଶାସକ ଦଳର ସମର୍ଥକ ଅଯୋଗ୍ୟ ହିତାଧିକାରୀଙ୍କୁ ଘର ଦିଆଯିବାର ଜ୍ୱଳନ୍ତ ଉଦାହରଣ ନେଇ ମଧ୍ୟ ବିଜେପି ରାଜ୍ୟସରକାରଙ୍କୁ ଘେରିଥିଲା। ଯାହା ଫଳରେ ବାଧ୍ୟ ହୋଇ ରାଜ୍ୟସରକାର ତିନି ଥର ସର୍ଭେ କରାଇଥିଲେ ଏବଂ ଶେଷରେ ବ୍ଲକ ମାନଙ୍କରେ ଯୋଗ୍ୟ ହିତାଧିକାରୀଙ୍କର ଦରଖାସ୍ତ ଆହ୍ୱାନ କରି ଆବେଦନ ବାକ୍ସ ବସାଇଥିଲେ। ଗରିବ ଲୋକ ୧୦-୧୫ କିମି ଦୂରରୁ ଖର୍ଚ୍ଚାନ୍ତ ହୋଇ ଆସି ଆବେଦନପତ୍ର ପକାଇଥିଲେ ଘରଟିଏ ପାଇବା ଆଶାରେ। ସରକାର ଗତ ୭-୮ ମାସ ଧରି ଏହାକୁ ଶୀତଳ ଭଣ୍ଡାରରେ ପକାଇ ରଖିଥିଲେ। ପ୍ରଧାନମନ୍ତ୍ରୀଙ୍କ ବହୁ ଆକାଂକ୍ଷିତ ‘ହାଉସିଂ ଫର୍‍ ଅଲ୍‍’ ଯୋଜନାରେ
ରାଜ୍ୟସରକାର ଷଡଯନ୍ତ୍ର କରୁଛନ୍ତି ବୋଲି ଶ୍ରୀ ହରିଚନ୍ଦନ ଅଭିଯୋଗ କରିଛନ୍ତି।

- Advertisement -

ଗତକାଲି  ଖୋର୍ଦ୍ଧା ଜିଲ୍ଲାର ଚିଲିକା ବ୍ଲକରେ କିଛି ସ୍ଥାନୀୟ ସ୍ୱେଚ୍ଛାସେବୀ ଓ ବିଜେପି ଜିଲ୍ଲା ପରିଷଦ ସଦସ୍ୟଙ୍କ ନଜରରେ ଆସିଲା ଯେ, ଅନେକ ଗୁଡିଏ ପିଏମଏୱାଇ ଆବେଦନ ପତ୍ର ବ୍ଲକ ଅଫିସ ପଛପଟ ପଡିଆରେ ଫୋପଡା ହୋଇଛି ଏବଂ କିଛିରେ ଅଗ୍ନି ସଂଯୋଗ ମଧ୍ୟ କରାଯାଇଛି। ଏ ବାବଦରେ ସେମାନେ ବ୍ଲକର ଅଧିକୃତ ଅଧିକାରୀମାନଙ୍କୁ ପ୍ରଶ୍ନ ପଚାରିବାରୁ କୌଣସି ସନ୍ତୋଷଜନକ ଉତର ମିଳିଲା ନାହିଁ। କିଛି ସ୍ୱେଚ୍ଛାସେବୀ ଏହି ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା ବିରୁଦ୍ଧରେ ଥାନାରେ ଏତଲା
ଦେବା ପାଇଁ ମଧ୍ୟ ପ୍ରସ୍ତୁତ ହେଇଛନ୍ତି। ଏଭଳି ଏକ ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା କେବଳ ଚିଲିକା ବ୍ଲକରେ ହୋଇନାହିଁ ବରଂ ଓଡିଶାର ସମସ୍ତ ୩୧୪ ବ୍ଲକ ଓ ମ୍ୟୁନିସପାଲିଟି ମାନଙ୍କରେ ହେଉଥିବାର ଏକ ପ୍ରାମାଣିକତା ଦିଗକୁ ହିଁ ଦର୍ଶାଉଛି ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି।

Hot this week

ଚୁଟ୍‌କିରେ ଦୂର ହେବ କେଶ ଝଡିବା ସମସ୍ୟା : ବ୍ୟବହାର କରନ୍ତୁ ଏହି ମାସ୍କ

ନୂଆଦିଲ୍ଲୀ : ଆଜିକାଲି ସମୟରେ କେଶ ଝଡିବା ସମସ୍ତଙ୍କ ପାଇଁ ଏକ...

ବାରବାଟୀ ଜଗିଛନ୍ତି ୫୦ପ୍ଲାଟୁନ ଫୋର୍ସ

ସମାଜ ଡିଜିଟାଲ ଡେସ୍କ: ଆଜି ବାରବାଟୀରେ ବିଗ୍‌ ଫାଇଟ୍‌ । ମ୍ୟାଚ...

ଇଣ୍ଡିଗୋକୁ ୫% ବିମାନ ଉଡାଣ ହ୍ରାସ କରିବାକୁ ନିର୍ଦ୍ଦେଶ ଦେଲେ ସରକାର

ସମାଜ ଲାଇଭ ଡ଼େସ୍କ : ଦେଶରେ ବିମାନ ଉଡାଣରେ ବିଶୃଙ୍ଖଳା ପାଇଁ...

ଚାଉଳ ଯୋଗାଣ ବନ୍ଦ ; ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ଟିଟିଲାଗଡ଼ : ଚାଉଳ ଯୋଗାଣ ବନ୍ଦ। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା...

ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା: ଆଜି ଗୁରୁତ୍ୱପୂର୍ଣ୍ଣ ବିଲ୍‌ ଉପସ୍ଥାପନ

ଭୁବନେଶ୍ୱର: ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା । ପୂର୍ବତନ ବିଧାୟକଙ୍କ...

Related Articles

Popular Categories