www.samajalive.in
Monday, December 15, 2025
26.1 C
Bhubaneswar

ଗିରିରାଜ ସିଂହଙ୍କ ମନ୍ତବ୍ୟ ଉପରେ ବିଜେପି ଖପ୍ପା, ମୁଖ୍ୟାଳୟକୁ ଡାକି ତାଗିଦ୍‌ କଲେ ନଡ୍ଡା

ନୂଆଦିଲ୍ଲୀ: ନିଜ ବିବାଦୀୟ ମନ୍ତବ୍ୟ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ବିଜେପି ସାଂସଦ ଗିରିରାଜ ସିଂହ ନିକଟରେ ଦେଓବନ୍ଦକୁ ଆତଙ୍କବାଦର ଗଙ୍ଗୋତ୍ରୀ ବୋଲି କହିଥିଲେ। ତାଙ୍କର ଏହି ମନ୍ତବ୍ୟକୁ ନେଇ ଦଳ ତାଙ୍କ ଉପରେ ଖପ୍ପା ହୋଇଛି। ଦଳର ଅଧ୍ୟକ୍ଷ ଜେ. ପି. ନଡ୍ଡା ଅସନ୍ତୋଷ ପ୍ରକାଶ କରି ଗିରିରାଜଙ୍କୁ ମୁଖ୍ୟାଳୟକୁ ଡାକି ତାଗିଦ୍‌ କରିଥିବା  ଜଣାପଡ଼ିଛି। କୁହାଯାଉଛି ଯେ, ଭବିଷ୍ୟତରେ ଏଭଳି ମନ୍ତବ୍ୟ ନ ଦେବା ଲାଗି ଗିରିରାଜଙ୍କୁ ଚେତାବନୀ ଦିଆଯାଇଛି। ଅନ୍ୟପଟେ ନଡ୍ଡାଙ୍କୁ ଭେଟି କାର୍ଯ୍ୟାଳୟରୁ ବାହାରିବା ପରେ ସାଂସଦ ଗିରିରାଜ ବି କାହାକୁ କିଛି ନ କହି ଚାଲିଯାଇଥିଲେ।

ସୂଚନାଯୋଗ୍ୟ, ଗତ ୧୨ ତାରିଖରେ ଉତ୍ତର ପ୍ରଦେଶରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଗିରିରାଜ ଏଭଳି ମନ୍ତବ୍ୟ ଦେଇଥିଲେ। ଦୁନିଆରେ ଯେତେ ବି ଆତଙ୍କବାଦୀ ଅଛନ୍ତି ଅଥବା ଆତଙ୍କବାଦୀ ଘଟଣା ଘଟିଛି, ତାହାର କିଛି ନା କିଛି ସମ୍ପର୍କ ଦେଓବନ୍ଦ ସହିତ ରହିଛି। ଦେଓବନ୍ଦରୁ ଆତଙ୍କବାଦକୁ ସର୍ବଦା ସମର୍ଥନ ମିଳିଛି ବୋଲି ସେ କହିଛନ୍ତି।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories