www.samajalive.in
Saturday, December 6, 2025
26.1 C
Bhubaneswar

କୁଳମଣି ହତ୍ୟା ମାମଲା; ନର୍ଲା ଥାନା ଘେରାଉ କଲା ବିଜେପି

ନର୍ଲା: ପୂର୍ବତନ ବ୍ଲକ ଅଧ୍ୟକ୍ଷ କୁଳମଣି ବରାଳ ହତ୍ୟା ମାମଲାରେ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ବହିଷ୍କାର ଏବଂ ସମସ୍ତ ଅପରାଧୀଙ୍କୁ ଗିରଫ ଦାବିରେ ନର୍ଲା ବିଜେପି ପକ୍ଷରୁ ସ୍ଥାନୀୟ ଥାନା ଘେରାଉ କରାଯାଇଛି। ପ୍ରଧାନମନ୍ତ୍ରୀ ଆବାସ ଦୁର୍ନୀତି ବିରୋଧରେ ପ୍ରତିବାଦ କଲେ ବିଜେଡି ହତ୍ୟା କରୁଛି ବୋଲି ବିଜେପି ଅଭିଯୋଗ କରିଛି।

- Advertisement -

ବିଜେପି ଅଭିଯୋଗ କରିଛି ଯେ, ବିଜେଡି ରାଜ୍ୟରେ ଗୁଣ୍ଡାରାଜ କରି ଦୁର୍ନୀତି ବିରୋଧରେ ଲଢେ଼ଇ କରୁଥିବା ମଣିଷକୁ ରାସ୍ତାରୁ ହଟାଇବା ପାଇଁ ହତ୍ୟା କରୁଛି। ଯାହାର ଜ୍ବଳନ୍ତ ଉଦାହରଣ ହେଉଛି କଟକ ଜିଲ୍ଲା ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ କୂଳମଣି ବରାଳ ହତ୍ୟାକାଣ୍ଡ। ଏହି ହତ୍ୟାକାଣ୍ଡରେ ଆଇନ ମନ୍ତ୍ରୀ ପ୍ରତାପ ଜେନା ଓ ଅନ୍ୟମାନଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଦଳ ଦାବି କରିଛି । ଏହି ଘେରାଉରେ ଅନିରୁଦ୍ଧ ପଧାନ, ପ୍ରଦୀପ କୁମାର ନାଏକ, ପର୍ଶୁରାମ ପଣ୍ଡା, ପଦ୍ମଲୋଚନ ଜାଲ୍, ହୃଷିକେଶ ବୁଦ୍ଧିଆ, ନୌକା ମାଝୀ, ସରୋଜ ବୁଦ୍ଧିଆ, ତପନ ପଧାନ, ବିଷ୍ଣୁ ବଡପଣ୍ଡା, ଜଗନ୍ନାଥ ଗଉଡ, ଅଭୟ ନାଏକ, ସଞ୍ଜୟ ମାଝୀ ପ୍ରମୁଖ ଯୋଗଦେଇ ବିଜେଡି ସରକାରକୁ କଡ଼ା ସମାଲୋଚନା କରିଥିଲେ।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories