www.samajalive.in
Saturday, December 6, 2025
16.1 C
Bhubaneswar

ଆବାସ ଦୁର୍ନୀତି ବିରୋଧରେ ବିଜେପିର ବ୍ଲକ ଘେରାଉ

ହରଭଙ୍ଗା: ହରଭଙ୍ଗା ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଚାଲିଥିବା ବ୍ୟାପକ ଦୁର୍ନୀତି ବିରୋଧରେ ବୁଧୁବାର ବୌଦ୍ଧ ବିଜେପି ପକ୍ଷରୁ ହରଭଙ୍ଗା ବ୍ଲକ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା। ଦୁର୍ନୀତିର ମୂଳୋତ୍ପାଟନ ପାଇଁ ରାଜ୍ୟପାଳଙ୍କ ଉଦେଶ୍ୟରେ ହରଭଙ୍ଗା ବିଡିଓଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଥିବା ଜଣାପଡିଛି।

ବିଜେପି ପକ୍ଷରୁ ଦିଆଯାଇଥିବା ପ୍ରେସ ବିବୃତିରେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୨୦୨୨ସୁଦ୍ଧା ସବୁ ଗରିବ ଯୋଗ୍ୟ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଘର ଯୋଗାଇଦେବାକୁ ଲକ୍ଷ୍ୟ ରଖିଛନ୍ତି। ମାତ୍ର ହରଭଙ୍ଗା ବ୍ଲକରେ ଅଯୋଗ୍ୟ ହିତାଧିକାରୀଙ୍କୁ ପରିବାର ପିଛା ଦୁଇରୁ ତିନୋଟି ଘର ପ୍ରଦାନ କରାଯାଉଛି। ବହୁ ପରିବାର ବିନା ଘର ନିର୍ମାଣରେ ଟଙ୍କା ଆତ୍ମସାତ କରିଛନ୍ତି। କାର୍ଯ୍ୟାଦେଶ ବଣ୍ଟନରେ ୨୦ହଜାର ଟଙ୍କା ଲାଞ୍ଚ ନେଇ ଘର ପ୍ରଦାନ କରାଯାଉଛି। ଯୋଗ୍ୟ ହିତାଧିକାରୀଙ୍କୁ ଘର ନଦେଇ ନିଜେ ଆତ୍ମସାତ କରିଥିବା ଭଳି ଅଭିଯୋଗ ବିଜେପି ଦର୍ଶାଇଛି। ଏଭଳି ଦୁର୍ନୀତିର ନିରାକରଣ ପାଇଁ ରାଜ୍ୟପାଳଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଛି।

- Advertisement -

ଜିଲ୍ଲା ବିଜେପି ସଭାପତି ବିପ୍ରଚରଣ ମହାନ୍ତିଙ୍କ ନେତୃତ୍ୱରେ ଅନୁଷ୍ଠିତ ଘେରାଉ କାର୍ଯ୍ୟକ୍ରମରେ ସୁଶାନ୍ତ ପ୍ରଧାନ, ରବି ପ୍ରଧାନ, ଗରୁଡ ପ୍ରଧାନ, ଅଟଳ ପ୍ରଧାନ, ବାମନ ବାରିକ, ପଙ୍କଜ କୁମାର ବାରିକ, ନିର୍ମଳ ବେହେରା, ନାରାୟଣ ମହାକୁଳ, ତାପସ ପଟ୍ଟନାୟକ, ସତ୍ୟାନନ୍ଦ ପାଣ୍ଡେ, ସଂଗ୍ରାମ ବେହେରା, ମନୋରଞନ ଦାସ, ନବୀନ ଗାଈଗୌରୀଆ, ବୃନ୍ଦାବନ ଦନ୍ତା, ସୁବ୍ରତ ପ୍ରଧାନ, ପ୍ରେମାନନ୍ଦ ମିଶ୍ର, ପ୍ରଦୀପ ମହାରଣା ଏବଂ ଶୁଶିଲ ଚାଉଳିଆ ଭଳି ବହୁ ବରିଷ୍ଠ ନେତୃବୃନ୍ଦ ସାମିଲ ଥିଲେ।

Hot this week

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories