www.samajalive.in
Saturday, December 6, 2025
17.1 C
Bhubaneswar

ନଗର ବିଜେପିର ପ୍ରଶିକ୍ଷଣ ଶିବିର

ଫୁଲବାଣୀ: ନଗର ବିଜେପି ପକ୍ଷରୁ ଏକ ପ୍ରଶିକ୍ଷଣ ଶିବିର ଫୁଲବାଣୀଠାରେ ଆୟୋଜିତ ହୋଇଯାଇଛି। ନଗର ସଭାପତି ସୁଶାନ୍ତ କୁମାର ମହାନ୍ତିଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ପ୍ରଶିକ୍ଷଣ ଶିବିରରେ ଜିଲା ସଭାପତି ଜଗନ୍ନାଥ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଫୁଲବାଣୀ ପୌରାଞ୍ଚଳରେ ଦଳର ସଂଗଠନକୁ ମଜବୁତ କରିବା ସହ ଦଳର ବାର୍ତ୍ତାକୁ ସମସ୍ତଙ୍କ ପାଖରେ ପହଞ୍ଚାଇବା ପାଇଁ ଏହି ଶିବିରରେ ଉପସ୍ଥିତ ଦଳୀୟ କର୍ମୀମାନଙ୍କୁ ପରାମର୍ଶ ଦିଆଯାଇଥିଲା।

ଆୟୋଜିତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ର କାର୍ଯ୍ୟକାରିଣୀ ସଦସ୍ୟ କମଳାକାନ୍ତ ପାଣ୍ଡେ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭଗବାନ ମହାନ୍ତି, ଦେବନାରାୟଣ ପ୍ରଧାନ, ଆଇଟି ସେଲ ସଂଯୋଜକ ରମେଶ ଚନ୍ଦ୍ର ମହାନ୍ତି, ଜିଲା ସଂପାଦକ ପରେଶ ମହାପାତ୍ର, ପୂର୍ବତନ ନଗର ସଭାପତି ସନ୍ତୋଷ ପଣ୍ଡା ବରିଷ୍ଠ ନେତା ଅଜିତ ପଟ୍ଟନୟକ, ପ୍ରମୁଖ ଉଦବୋଧନ ଦେଇ ଦଳୀୟ କର୍ମୀମାନଙ୍କୁ ବିଭିନ୍ନ ଉପଦେଶ ଓ ପ୍ରଶିକ୍ଷଣ ଦେଇଥିଲେ। ଶିବିର ପରିଚାଳନାରେ ଉପସଭାପତି ଦେବାଶୀଷ ପଟ୍ଟନାୟକ, ସମୀର ଘଟାଲ, ମନୋରଂଜନ କହଁର, ମାମି ନାୟକ, ସୁଜାତା ଦିଗାଲ, ସାଧାରଣ ସଂପାଦକ ଯଦୁନାଥ ସାହୁ, ଅରବିନ୍ଦ ମହାପାତ୍ର ପ୍ରମୁଖ ସହଯୋଗ କରିଥିଲେ।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories