ଡେସ୍କ : ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ଗୁରୁବାରଠାରୁ ଓଡିଶା ଗସ୍ତରେ ଆସୁଛନ୍ତି । ସେ ଆସନ୍ତାକାଲି ଅପରାହ୍ନରେ ଝାରସୁଗୁଡ଼ାରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି । ଏହାପରେ ସେ ବରଗଡ଼ ସଂସଦୀୟ କ୍ଷେତ୍ରର କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ଯୋଗଦେବେ । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଏ ସଂପର୍କରେ ସୂଚନା ଦେଇଛନ୍ତି।
ଶ୍ରୀ ନଡ୍ଡା ଆସନ୍ତା ୨୩ ତାରିଖ ଶୁକ୍ରବାର କଳାହାଣ୍ଡି ଗସ୍ତରେ ଯାଇ କେନ୍ଦ୍ର ସରକାରଙ୍କର ସେବା, ସୁଶାସନ ଓ ଗରିବ କଲ୍ୟାଣର ୯ ବର୍ଷ ପୂର୍ତ୍ତି
ଅବସରରେ ଭବାନୀପାଟଣାର ଲାଲବାହାଦୂର ଶାସ୍ତ୍ରୀ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଥିବା ସାଧାରଣ ସଭାରେ ଯୋଗଦେବେ । କେନ୍ଦ୍ରରେ ମୋଦୀ ସରକାରଙ୍କ ୯ ବର୍ଷ ପୂର୍ତ୍ତି ଅବସରରେ ସାରା ଭାରତରେ ମହା ଜନସମ୍ପର୍କ ଅଭିଯାନ କାର୍ଯ୍ୟକ୍ରମ ଜାରି ରହିଛି। ଏହି ୯ ବର୍ଷ ମଧ୍ୟରେ ସାରା ଦେଶରେ ଜାରି ରହିଥିବା ମୋଦୀ ସରକାରଙ୍କ ବିଭିନ୍ନ ଜନକଲ୍ୟାଣମୂଳକ ଯୋଜନାର ସଫଳତାକୁ ବିଜେପି ଲୋକଙ୍କ ପାଖରେ ପହଞ୍ଚାଇବାକୁ ଉଦ୍ୟମ କରିବ।ଏହା ପରେ ସର୍କିଟ ହାଉସରେ ଶ୍ରୀ ନଡ୍ଡା ବରିଷ୍ଠ ନାଗରିକଙ୍କୁ ଭେଟିବା ସହିତ ଟାଉନ ହଲରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି ।
ଆସନ୍ତାକାଲି ଆସୁଛନ୍ତି ନଡ୍ଡା
Popular Categories



