www.samajalive.in
Wednesday, December 10, 2025
26.1 C
Bhubaneswar

ପିପିଲିରେ ଅନ୍ତର୍ଜାତୀୟ ଯୋଗ ଦିବସ

ପିପିଲି: ପତଞ୍ଜଳୀ ଯୋଗ ସମିତି ଏବଂ ଭାରତ ସ୍ୱାଭିମାନ ଟ୍ରଷ୍ଟର ପୁରୀ ଜିଲା ଶାଖା, ପିପିଲିର ମା’ କନକଦୁର୍ଗା ଯୋଗ ସମିତି ଓ ଆଦିଯୋଗୀ ଯୋଗ ସମିତି ପକ୍ଷରୁ ସ୍ଥାନୀୟ ଜବାହର ବିଦ୍ୟାପୀଠ ଖେଳ ପଡ଼ିଆଠାରେ ବୁଧବାର ୯ମ ଅନ୍ତର୍ଜାତୀୟ ଯୋଗ ଦିବସ ସମାରୋହରେ ପାଳିତ ହୋଇଯାଇଛି। ଏଥିରେ ପତଞ୍ଜଳୀ ଯୋଗ ପ୍ରଚାରକ ଦୀପକ କୁମାର ସ୍ୱାଇଁ ଯୋଗଦେଇ ଯୋଗ ପ୍ରାଣାୟମ ଅଭ୍ୟାସ ଦ୍ୱାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଉଥିବା ସଂପର୍କରେ ଆଲୋକପାତ କରିଥିଲେ। ଏଥିସହ ବିଭିନ୍ନ ରୋଗର ନିରାକରଣ ନିମନ୍ତେ ବିଭିନ୍ନ ପ୍ରକାର ଯୋଗର ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଏଥିରେ ୨ଶହରୁ ଊର୍ଦ୍ଧ୍ବ ପୁରୁଷ ଓ ମହିଳାଙ୍କ ସମେତ ବିଭିନ୍ନ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀମାନେ ଯୋଗଦେଇ ଯୋଗାଭ୍ୟାସ କରିଥିଲେ। ପୁରୀ ଜିଲା ବିଜେପି ସଭାପତି ଆଶ୍ରୀତ ପଟ୍ଟନାୟକ, ପିପିଲି ଏନ୍‌‌ଏସିର ପୂର୍ବତନ ପୌର ଉପାଧ୍ୟକ୍ଷ ସୁକାନ୍ତ ଭଟ୍ଟ, ଆଇନଜୀବୀ ରମାକାନ୍ତ ସାହୁ, ଚିତ୍ତରଞ୍ଜନ ନାୟକ, ଅଧ୍ୟାପକ ସନ୍ତୋଷ ରାଉତରାୟ, ସମାଜସେବୀ ପ୍ରଭାତ କୁମାର ମହାପାତ୍ର, ପ୍ରଭାକର ପଣ୍ଡା, ପ୍ରତାପ କୁମାର ଦଳାଇ, ଅଞ୍ଜନ ମୁଖାର୍ଜ୍ଜୀ, ଜେନାମଣି ଆଶିଷ ରଞ୍ଜନ ଜେନା, ପ୍ରଫୁଲ୍ଲ ଦାଶ, ଭଗବାନ ବରାଳ, ମିଟୁ ନନ୍ଦୀ, ଅଭିମନ୍ୟୁ ନାୟକ, ଭିକାରୀ ବରାଳ, ଲକ୍ଷ୍ମୀଧର ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories