www.samajalive.in
Thursday, December 11, 2025
13.1 C
Bhubaneswar

ଫାଲଗୁନି ଶାହା ଓ ପଲ୍‌ ରୋମରଙ୍କୁ ସାକ୍ଷାତ କଲେ ମୋଦୀ

ନ୍ୟୁୟର୍କ :  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନ୍ୟୁୟର୍କରେ ଭାରତୀୟ ବଂଶୋଦ୍ଭବ ଆମେରିକୀୟ ଗାୟକ, ସ୍ୱର ସଂଯୋଜକ ତଥା ଗ୍ରାମୀ ପୁରସ୍କାର ବିଜେତା ଫାଲଗୁନି ଶାହାକୁ ସାକ୍ଷାତ କରିଛନ୍ତି । ତାଙ୍କର ସଂଗୀତ  ‘Abundance in Millets’ ପାଇଁ ପ୍ରଧାନମନ୍ତ୍ରୀ ତାଙ୍କର ଭୂୟସୀ ପ୍ରଶଂସା କରିଛନ୍ତି । ଏହି ସଂଗୀତ ମିଲେଟସର ସ୍ୱାସ୍ଥ୍ୟ ଓ ପରିବେଶ ପ୍ରତି ଉପକାରିତା ବିଷୟରେ ସଚେତନତା ସୃଷ୍ଟି କରିଥିଲା । ତାଙ୍କର ସଂଗୀତ ମାଧ୍ୟମରେ ସେ ଭାରତ ଓ ଆମେରିକାର ଜନସାଧାରଣଙ୍କୁ ଏକାଠି କରାଇ ପାରୁଥିବାରୁ ପ୍ରଧାନମନ୍ତ୍ରୀ ତାଙ୍କର ଉଚ୍ଚ ପ୍ରଶଂସା କରିଛନ୍ତି ।
ଶ୍ରୀ ମୋଦୀ ନୋବେଲ ପୁରସ୍କାର ବିଜେତା ପ୍ରଫେସର ପଲ୍‌ ରୋମରଙ୍କୁ ମଧ୍ୟ ସାକ୍ଷାତ୍‌ କରିଛନ୍ତି । ପଲ୍‌ ରୋମର ହେଉଛନ୍ତି ଆମେରିକାର ଜଣେ ବିଶିଷ୍ଟ ଅର୍ଥନୀତିଜ୍ଞ ଓ ନୀତି ନିର୍ଦ୍ଧାରଣକାରୀ । ସେମାନେ ଭାରତର ଡିଜିଟାଲ ଅଗ୍ରଗତି ବିଷୟରେ ପୁଙ୍ଖାନୁପୁଙ୍ଖ ଚର୍ଚ୍ଚା କରିଛନ୍ତି । ଆଧାର ଓ ଡିଜି ଲକର ବିଷୟରେ ମଧ୍ୟ ଆଲୋଚନା କରାଯାଇଛି । ଭାରତର ସହରାଞ୍ଚଳ ବିକାଶ କାର୍ଯ୍ୟକ୍ରମ ଉପରେ ସେମାନେ ବିଷଦ ଭାବେ ଆଲୋଚନା ହୋଇଛି ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories