ନୂଆଦିଲ୍ଲୀ: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ର ମନ୍ତ୍ରୀ ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍ତ୍ରିମଣ୍ଡଳରେ ସାମିଲ ହୋଇ ଶପଥ ଗ୍ରହଣ କରିଥିବା ଅମିତ ଶାହା ଶନିବାର ନିଜ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଲୋକସଭା ନିର୍ବାଚନରେ ବିଜେପି ବହୁ ସଂଖ୍ୟାରେ ସିଟ ହାସଲ କରିବା ପରେ ଶାହା କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। ଗୃହ ମନ୍ତ୍ରାଳୟରେ ଯୋଗ ଦେବା ପରେ କେନ୍ଦ୍ର ଗୃହ ସଚିବ ରାଜୀବ ଗାୱା ଏବଂ ଅନ୍ୟ ବରିଷ୍ଠ ଅଧିକାରୀ ତାଙ୍କୁ ସ୍ୱାଗତ କରିଥିଲେ।
ପରେ ଶାହା ଗୃହ ମନ୍ତ୍ରାଳୟ ସହ ଜଡିତ ବିଭିନ୍ନ ପ୍ରସଙ୍ଗ ଉପରେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ନୂତନ ଭାବେ ନିଯୁକ୍ତ ହୋଇଥିବା ଗୃହ ରାଷ୍ଟ୍ର ମନ୍ତ୍ରୀ ଜି.କେ.ରେଡ୍ଡୀ ଏବଂ ନିତ୍ୟାନନ୍ଦ ରାୟ ମଧ୍ୟ ଶନିବାର କାର୍ଯ୍ୟଭାର ଗ୍ରହଣ କରିଛନ୍ତି।



