ନୂଆଦିଲ୍ଲୀ : ନରେନ୍ଦ୍ର ସିଂହ ତୋମର୍ ଆଜି ଆନୁଷ୍ଠାନିକ ଭାବେ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ପରଷୋତ୍ତମ୍ ରୁପାଲା ଓ କୈଳାସ ଚୌଧୁରୀ ରାଷ୍ଟ୍ରପାହ୍ୟା ମନ୍ତ୍ରୀ ଭାବେ ମଧ୍ୟ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ଦାୟିତ୍ୱ ଗ୍ରହଣ କରିବା ପରେ ଶ୍ରୀ ତୋମର୍ କୃଷିଭବନଠାରେ ମନ୍ତ୍ରଣାଳୟର ବରିଷ୍ଠ ଅଧିକରୀମାନଙ୍କ ସହ ଏକ ସମୀକ୍ଷା ବୈଠକ କରିଥିଲେ।
୨୦୨୨ ସୁଦ୍ଧା କୃଷକମାନଙ୍କ ଆୟ ଦ୍ୱିଗୁଣିତ କରିବାପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲକ୍ଷ୍ୟ ବିଷୟ କୃଷି ମନ୍ତ୍ରୀ ସେମାନଙ୍କୁ ସ୍ମରଣ କରାଇଥିଲେ। ଏଦିଗରେ କାର୍ଯ୍ୟ କରିବାପାଇଁ ସେମାନଙ୍କୁ ସେ ଅନୁରୋଧ କରିଛନ୍ତି । କୃଷି ସାମଗ୍ରୀର ବିକ୍ରୟ ପାଇଁ ଇ-ନାମ୍ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବା ଓ ସୁଦୃଢ଼ କରିବାକୁ ସେ ଗୁରୁତ୍ୱ ଆରୋପ କରିଛନ୍ତି। କୃଷି ମନ୍ତ୍ରୀ ତୋମର୍ କହିଛନ୍ତି, କେନ୍ଦ୍ର ସରକାର ତାଙ୍କର ପ୍ରଥମ କ୍ୟାବିନେଟ୍ ବୈଠକରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ପରିସର ବୃଦ୍ଧିକୁ ଅନୁମୋଦନ କରିଛନ୍ତି ଓ ପିଏମ୍ କିଷାନ ପେନ୍ସନ୍ ଯୋଜନା ମଞ୍ଜୁର କରିଛନ୍ତି । ଆସନ୍ତା ବର୍ଷାଋତୁରେ ମୌସୁମୀ ବର୍ଷା ଓ ମରୁଡ଼ି ପରିସ୍ଥିତି ଉପରେ କଡ଼ା ନଜର ରଖିବାକୁ ସେ ଅଧିକରୀମାନଙ୍କୁ ପରାମର୍ଶ ଦେଇଛନ୍ତି।



