www.samajalive.in
Saturday, December 6, 2025
26.1 C
Bhubaneswar

ଜାମନଗରରେ ହାର୍ଦ୍ଦିକ ପଟେଲଙ୍କ ବିରୋଧରେ ଏହି କ୍ରିକେଟରଙ୍କ ପତ୍ନୀଙ୍କୁ ପ୍ରାର୍ଥୀ କରିପାରେ ବିଜେପି

ଗୁଜରାଟ: ଗୁଜରାଟରର ପିଟିଦାର ଆନ୍ଦୋଳନ ନେତା ହାର୍ଦ୍ଦିକ ପଟେଲ ନିକଟରେ କଂଗ୍ରେସରେ ଯୋଗଦେଇଛନ୍ତି। ତେଣୁ ଜାମନଗର ଲୋକସଭା ଆସନରୁ କଂଗ୍ରେସ ତାଙ୍କୁ ପ୍ରାର୍ଥୀ କରିବା ସମ୍ଭାବନା ରହିଛି। ଗୁରାଜଟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ଗଡ଼ ହୋଇଥିବାରୁ ସେଠାରେ ବିଜେପିକୁ କଡ଼ା ଟକ୍କର ଦେବାକୁ କଂଗ୍ରେସ ରଣନୀତି ପ୍ରସ୍ତୁତ କରିଛି। ଗତ ବିଧାନସଭା ନିର୍ବାଚନରେ ମଧ୍ୟ କଂଗ୍ରେସ ପୂର୍ବାପେକ୍ଷା ଅଧିକ ଆସନରେ ଜିତି ବିଜେପିକୁ ଝଟକା ଦେଇଥିଲା। ତେବେ କଂଗ୍ରେସର ଏହି ଯୋଜନାକୁ ଫଳଶୂନ୍ୟ କରିବା ଲାଗି ବିଜେପି ବି ନୂଆ ରଣନୀତି ଆପଣାଇଛି। କୁହାଯାଉଛି ଜାମନଗର ଆସନରେ ଲୋକପ୍ରିୟ କ୍ରିକେଟର ରବୀନ୍ଦ୍ର ଜାଦେଜାଙ୍କ ପତ୍ନୀ ରିୱାବା ଜାଦେଜାଙ୍କୁ ବିଜେପି ପ୍ରାର୍ଥୀ କରିପାରେ।

ନିକଟରେ ଗୁଜରାଟ କରଣୀ ସେନାର ମହିଳା ଶାଖା ଅଧ୍ୟକ୍ଷା ଭାବେ ରିୱାବାଙ୍କୁ ଚୟନ କରାଯାଇଥିଲା। ଏହା ପରେ ରିୱାବା କ୍ଷତ୍ରୀୟ ସମୁଦାୟଙ୍କ ସମର୍ଥନରେ ବିଜେପିରେ ସାମିଲ ହେବା ସହ ରାଜନୀତିରେ ପାଦ ଦେଇଛନ୍ତି। ବର୍ତ୍ତମାନ ବିଜେପିର ପୁନମ ମଦାମ ଜାମନଗର ଏମପି ରହିଛନ୍ତି। ୨୦୧୪ରେ ସେ କଂଗ୍ରେସର ବରିଷ୍ଠ ନେତା ତଥା ନିଜର ଦାଦା ବିକ୍ରମ ମଦାମଙ୍କୁ ହରାଇଥିଲେ। ସୂଚନାଯୋଗ୍ୟ, ଗତ ମାର୍ଚ୍ଚ ୪ ତାରିଖରେ ରିୱାବା ଏମପି ପୁନମ ମଦାମ ଏବଂ ଗୁଜରାଟର କୃଷି ମନ୍ତ୍ରୀ ଆରସି ଫାଲଦୁଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହୋଇଥିଲେ। ରିୱାବା ରାଜକୋଟର କଣ୍ଟ୍ରାକ୍ଟର ତଥା କୋଟିପତି ବ୍ୟବସାୟୀ ହରଦେବ ସିଂହ ସୋଲଙ୍କୀଙ୍କ ଝିଅ। ତାଙ୍କ ଦାଦା ହରିସିଂହ ସୋଲଙ୍କୀ କଂଗ୍ରେସର ଜଣେ ବଡ଼ ନେତା।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories