www.samajalive.in
Saturday, December 6, 2025
16.1 C
Bhubaneswar

ନିର୍ମାଣ କାର୍ଯ୍ୟ ଆଳରେ ଖୋଳାଚାଲିଛି ରାଜଧାନୀର ପ୍ରମୁଖ ରାସ୍ତା,ଗମନାଗମନରେ ସୃଷ୍ଟି ହେଉଛି ସମସ୍ୟା

ଭୁବନେଶ୍ୱର: ନିର୍ମାଣ କାର୍ଯ୍ୟ ଆଳରେ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ରାସ୍ତା ଗୁଡ଼ିକୁ ଖୋଳି ଅନେକ ଦିନ ଧରି ସରକାର ପକେଇ ରଖିଛନ୍ତି। ଏହା ଦ୍ୱାରା ଗମନାଗମନରେ ସମସ୍ୟା ସୃଷ୍ଟି ହେବା ସହ ବାୟୁ ପ୍ରଦୂଷଣ ଉଚ୍ଚତମ ସ୍ତରରେ ପହଞ୍ଚିଛି। ତେବେ ଏଥିପ୍ରତି ସରକାର ଦୃଷ୍ଟି ଦେଉନାହାଁନ୍ତି। ଏହାଦ୍ୱାରା ବଡ ଦୁର୍ଘଟଣାକୁ ଏଡାଇ ଦିଆ ଯାଇପାରିବ
ନାହିଁ। ଯଦି ରାଜ୍ୟର ରାଜଧାନୀର ଅବସ୍ଥା ଏପରି ତେବେ ରାଜ୍ୟର ଦୂର ଦୁରାନ୍ତ କଥା କହିବା ହାସ୍ୟାସ୍ପଦ ବୋଲି ଜିଲ୍ଲା ସଭାପତି ବାବୁ ସିଂ କହିଛନ୍ତି।

ଭୁବନେଶ୍ୱର ଏକାମ୍ର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସୁନ୍ଦରପଦା ଯାହାକି ନବୀନ ନିବାସ ଠାରୁ ମାତ୍ର ଗୋଟିଏ କିଲୋମିଟର ଦୂରରେ ଅବସ୍ଥିତ। ମାତ୍ର ଦୁର୍ଭାଗ୍ୟର କଥା ଏହାର ମୁଖ୍ୟ ରାସ୍ତା ବିଗତ ୬ମାସ ଧରି ଅବହେଳିତ ଏବଂ ଅବ୍ୟବସ୍ଥାରେ ରହିଛି। ଏହାର ତୁରନ୍ତ ସମାଧାନ କରିବା ଦାବିରେ ବିଜେପି ଭୁବନେଶ୍ୱର ଜିଲାର ଲିଙ୍ଗରାଜ ମଣ୍ଡଳ ତରଫରୁ ଲିଙ୍ଗରାଜ ମଣ୍ଡଳ ସଭାପତି ସୁରେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଏକ ପଦଯାତ୍ରା ସହ ବିଷୋଭ କାର୍ଯ୍ୟକ୍ରମ କରାଯାଇଥିଲା। ଯଦି ୧୫ଦିନ ମଧ୍ୟରେ ଏହାର ସମାଧାନ କରାନଯାଏ ତେବେ ଏହି ଆନ୍ଦୋଳନକୁ ଆହୁରି ତୀବ୍ରତର କରାଯିବ ବୋଲି ଭୁବନେଶ୍ୱର ବିଜେପି ଜିଲା ସଭାପତି ବାବୁ ସିଂ ଚେତାବନୀ ଦେଇଛନ୍ତି।

- Advertisement -

ଆଜିର ଏହି ବିକ୍ଷୋଭ ପ୍ରଦର୍ଶନରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ହରେକୃଷ୍ଣ ଖୁଣ୍ଟିଆ ଓ ଜଗନ୍ନାଥ ପ୍ରଧାନ, ଯୁବ ମୋର୍ଚ୍ଚା ଜିଲା ସଭାପତି ଅଭିଷେକ ଆଚାର୍ଯ୍ୟ, ଖଣ୍ଡଗିରି ମଣ୍ଡଳ ସଭାପତି ରାମଚନ୍ଦ୍ର ରଣସିଂହ, ଗ୍ରାମୀଣ ମଣ୍ଡଳ ସଭାପତି ଅରୁଣ ପୁରୋହିତ, ରାଜାରାଣୀ ମଣ୍ଡଳ ସଭାପତି ଅମରଜ୍ୟୋତି ଜଗଦେବ, ସୁଭାସିନୀ ପୃଷ୍ଟି, ତୃପ୍ତି ମକଦ୍ଦମ, ଶିବ ବେହେରା, ବନ୍ଦନା କାନୁନଗୋ, ବିଶ୍ୱନାଥ ସେଠୀ, ସବିତା ପଟ୍ଟନାୟକଙ୍କ ସହିତ ବହୁ କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories