www.samajalive.in
Saturday, December 6, 2025
15.1 C
Bhubaneswar

‘ସୁପ୍ରିମକୋର୍ଟ ଯଦି ଆଇନ ତିଆରି କରିବେ, ତେବେ ସଂସଦକୁ ବନ୍ଦ କରିଦିଆଯାଉ’

ସମାଜ ଡିଜିଟାଲ ଡେସ୍କ: ଓ୍ବାକଫ ସଂଶୋଧନ ଆଇନକୁ ନେଇ ସୁପ୍ରିମକୋର୍ଟ ରାଷ୍ଟ୍ରପତିଙ୍କ ଲାଗି ସମୟସୀମା ଧାର୍ଯ୍ୟ କରିବା ପରେ ଏହାକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ସୁପ୍ରିମକୋର୍ଟଙ୍କୁ ଭର୍ତ୍ସନା କରିବା ପରେ ବିଜେପି ସାଂସଦ ନିଶିକାନ୍ତ ଦୁବେ ଅନୁରୂପ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି, ସୁପ୍ରିମକୋର୍ଟ ଯଦି ଆଇନ ତିଆରି କରିବେ, ତେବେ ସଂସଦକୁ ବନ୍ଦ କରିଦିଆଯାଉ। ସାମାଜିକ ଗଣମାଧ୍ୟମରେ ଦୁବେ ଏକ ପୋଷ୍ଟ କରି ଏଭଳି କହିଛନ୍ତି।

ଝାଡ଼ଖଣ୍ଡର ବିଜେପି ସାଂସଦ ଦୁବେ କହିଛନ୍ତି, ସୁପ୍ରିମକୋର୍ଟରେ ଓ୍ବାକଫ ସଂଶୋଧନ ଆଇନ ଉପରେ ଶୁଣାଣି ହେବା ପୂର୍ବରୁ କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ କହିଥିଲେ, ସୁପ୍ରିମକୋର୍ଟ ଏହି ମାମଲାରେ ହସ୍ତକ୍ଷେପ କରିବେ ନାହିଁ ବୋଲି ତାଙ୍କର ପୂର୍ଣ୍ଣ ବିଶ୍ଵାସ ରହିଛି। ଆମେ ପରସ୍ପରଙ୍କୁ ସମ୍ମାନ ଦେବା ଉଚିତ। ଯଦି ସରକାର ନ୍ୟାୟପାଳିକାରେ ହସ୍ତକ୍ଷେପ କରନ୍ତି, ତେବେ ତାହା ଠିକ ହେବ ନାହିଁ।

- Advertisement -

ଅନ୍ୟପଟେ ଜେପିସି ଅଧ୍ୟକ୍ଷ ଜଗଦମ୍ବିକା ପାଲ ସୁପ୍ରିମକୋର୍ଟଙ୍କ ଶୁଣାଣିର ଅନ୍ତରୀଣ ଆଦେଶ ପୂର୍ବରୁ ଓ୍ବାକଫ ଆଇନ ଉପରେ ନିଜର ନିଷ୍ପତ୍ତି ଶୁଣାଇ ଘୋଷଣା କରିଛନ୍ତି ଯେ, ଯଦି ଆଇନରେ ଗୋଟିଏ ବି ତ୍ରୁଟି ବାହାରିବ, ତେବେ ସେ ନିଜ ସାଂସଦ ପଦରୁ ଇସ୍ତଫା ଦେଇଦେବେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories